ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୨୨ରୁ ଊର୍ଦ୍ଧ୍ବ ଚାକିରିଆ ରାସନ କାର୍ଡ ଫେରାଇଲେଣି :  ଶତାଧିକ ଚାକିରିଆ ଓ ଆୟକର ଦାତାଙ୍କ କାର୍ଡ ବାତିଲ

୨୨ରୁ ଊର୍ଦ୍ଧ୍ବ ଚାକିରିଆ ରାସନ କାର୍ଡ ଫେରାଇଲେଣି : 

ଶତାଧିକ ଚାକିରିଆ ଓ ଆୟକର ଦାତାଙ୍କ କାର୍ଡ ବାତିଲ

କନ୍ଧମାଳ :ତା, ୧୩/୦୨:(ମନିସ): ସମସ୍ତଙ୍କୁ ଖାଦ୍ୟ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଖାଦ୍ୟ ସୁରକ୍ଷା ଆଇନ ପ୍ରଣୟନ କରି ଗରୀବ ଲୋକଙ୍କୁ ମାଗଣା ଚାଉଳ ଯୋଗାଇ ଦେଉଛନ୍ତି। ତେବେ ବହୁ ସଂଖ୍ୟକ ଅଯୋଗ୍ୟ ହିତାଧିକାରୀ ଏହି ଯୋଜନାରେ ସାମିଲ ହୋଇ ଯୋଜନାର ଫାଇଦା ଉଠାଉଛନ୍ତି। ରାଜ୍ୟରେ ସରକାର ବଦଳିବା ପରେ ଏହା ଉପରେ ଗୁରୁତ୍ୱ ଦେଇ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ପାଇଁ ପ୍ରୟାସ ଆରମ୍ଭ ହୋଇଛି। ବିଶେଷ କରି ସରକାରୀ ଚାକିରିଆ ଏବଂ ଆୟକର ଦେଉଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ସେମାନଙ୍କ ରାସନ କାର୍ଡ ବାତିଲ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ସୂଚନା ଅନୁସାରେ, କନ୍ଧମାଳ ଜିଲ୍ଲାରେ ଏବେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ସମୂଦାୟ ୧, ୭୪, ୪୯୩ କାର୍ଡଧାରୀ ସାମିଲ ଅଛନ୍ତି। ମୋଟ୍‌ ୬, ୩୬, ୨୩୮ ଜଣ ହିତାଧିକାରୀ ଏହି ଯୋଜନାର ଲାଭ ପାଉଛନ୍ତି। ସେହିଭଳି ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ୧୮୭୫ କାର୍ଡଧାରୀ ଥିବାବେଳେ ଏଥିରେ ୬୬୨୮ ହିତାଧିକାରୀ ସାମିଲ ଅଛନ୍ତି। ଜିଲ୍ଲା ଯୋଗାଣ ବିଭାଗ ଦ୍ବାରା ଏଚଆରଏମଏସ ତଥ୍ୟ ଆଧାରରେ ଏମାନଙ୍କ ମଧ୍ୟରେ ସମୂଦାୟ ୧୭୭୭ ଚାକିରିଆ ଥିବା ଜଣାପଡ଼ିଛି। ସେହିଭଳି ହିତାଧିକାରୀଙ୍କ ମଧ୍ୟରେ ୭୬୩ ଜଣ ଆୟକରଦାତା ଥିବା ମଧ୍ୟ ଜଣାପଡ଼ିଛି। ଏମାନଙ୍କ କାର୍ଡ ବାତିଲ କରିବା ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୪୦୯ ଜଣ ଚାକିରିଆ ଓ ୪୬ ଜଣ ଆୟକରଦାତାଙ୍କ କାର୍ଡ ବାତିଲ ହୋଇସାରିଛି। ଅନ୍ୟମାନଙ୍କ ପ୍ରକୃତ ସ୍ଥିତି ନେଇ ଅନୁଧ୍ୟାନ ଚାଲିଥିବା ଏବଂ ଅଯୋଗ୍ୟତା ପ୍ରମାଣିତ ହେଲେ ସେମାନଙ୍କ କାର୍ଡ ବାତିଲ କରାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ ଜ୍ଞାନେନ୍ଦ୍ରୀୟ ମିଶ୍ର। ରାଇକିଆ ବ୍ଲକ ଅଞ୍ଚଳରେ ଏହି ଯୋଜନାରେ ଅନେକ ସରକାରୀ କର୍ମଚାରୀ ସରକାରଙ୍କ ବିଭିନ୍ନ ସୁବିଧା ନେଉଛନ୍ତି। ଅପରପକ୍ଷରେ ଅନେକ ଯୋଗ୍ୟ ହିତାଧିକାରୀ ଏଥିରୁ ବଞ୍ଚିତ ହେଉଛନ୍ତି। ଏବେ ଇ-କେୱାଇସି ଅପଡେଟ ଆରମ୍ଭ ହେବାପରେ କାର୍ଡ ହାତେଇଥିବା ୨୨ରୁ ଊର୍ଦ୍ଧ୍ବ ସରକାରୀ ଚାକିରିଆ ଇତି ମଧ୍ୟରେ କାର୍ଡ ଫେରାଇଥିବା ଜଣାପଡ଼ିଛି। ପ୍ରଥମ ପର୍ଯ୍ୟାୟରେ କେବଳ ଅଧିକ ଦରମା ପାଉଥିବା ଅଯୋଗ୍ୟ ହିତାଧିକାରୀଙ୍କ କାର୍ଡ ଫେରସ୍ତ ରଖାଯାଇଛି। ଯୋଗ୍ୟ ବ୍ୟକ୍ତିମାନେ ପରବର୍ତ୍ତୀ ସମୟରେ ସାମିଲ ହୋଇପାରିବେ ବୋଲି କହିଛନ୍ତି। ଜିଲ୍ଲାର ସମସ୍ତ ଅଯୋଗ୍ୟ ହିତାଧିକାରୀଙ୍କ କାର୍ଡ ବାତିଲ ହେଲେ ପ୍ରାୟ ୭ ହଜାର ହିତାଧିକାରୀ ଯୋଜନାରୁ ବାଦ ପଡ଼ିବେ ବୋଲି ଅନୁମାନ କରାଯାଉଛି। 

ସଂଜୟ କୁମାର ପାଣିଗ୍ରାହୀ ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି ଜିଲ୍ଲାରୁ ସୋମନାଥ ଦର୍ଶନ ଯାତ୍ରା 

Sunil Chandra Nayak

ଉପଖଣ୍ଡ ସ୍ତରୀୟ ଆଦିବାସୀ ଶବର ସମାଜ ର କାର୍ଯ୍ୟକାରିଣୀ ସଭା

masiha

୧- NSF ଓଡିଶା ରାଜ୍ୟ ପାଇଁ ଭାରଉତ୍ତୋଳନ କମିଟି ରେ ନୂତନ କମିଟି ଚୟନ ,୨- କାଳବୈଶାଖୀ ବର୍ଷା ପବନରେ ଉଡ଼ାଇଲା ଘର, ଭାଙ୍ଗିଲା ଗଛ 

Leave a Comment

error: Content is protected !!