ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ମହାରାଜାଙ୍କ ଦ୍ଵାରା ଜୁନାଗଡ଼ ମହୋତ୍ସବ ଉଦଘାଟିତ

କଳାହାଣ୍ଡି ମହାରାଜାଙ୍କ ଦ୍ଵାରା ଜୁନାଗଡ଼ ମହୋତ୍ସବ ଉଦଘାଟିତ

ପୁରୁଣା ସଂସ୍କୃତି, ସଭ୍ୟତାକୁ ବଞ୍ଚାଇବାର ପ୍ରୟାସ ହେଉଛି ଜୁନାଗଡ଼ ମହୋତ୍ସବ,
ସହର ପରିକ୍ରମା କଲା ବିଶାଳ ମଶାଲ ଶୋଭାଯାତ୍ର,)
ଲୋକନୃତ୍ୟର ତାଳେ ତାଳେ ଶହ ଶହ ଲୋକେ ସାମିଲ,,

ଜୁନାଗଡ଼ ୧୪/୦୨(ମ ନି ସ)କଳାହାଣ୍ଡି ଜିଲ୍ଲାର ସର୍ବ ପୁରାତନ ରାଜଧାନୀ ଜୁନାଗଡ଼ ହେଉଛି କିମ୍ବଦନ୍ତୀ ଗଡ଼, ଏକ ଐତିହାସିକ କୀର୍ତ୍ତି ରାଜିର ଗଡ଼ । ଏହି ଗଡ଼ରେ ଛଅ କୋଡ଼ି ବନ୍ଦ ,ନଅକୋଡ଼ି ତୋଟା ଶୋଭା ପାଏ । ଯାହାର ପାଦ ପାଦ ଦେଶରେ  ହାତୀ ନଦୀ ବୋହି ଯାଇ ଶସ୍ୟ ଶ୍ୟାମଳ ରେ ଭରି ଦିଏ ଅଞ୍ଚଳବାସୀଙ୍କୁ । ଏହି ହଜାରେ ବର୍ଷ ର ସହରର ମାଁ ଲଙ୍କେଶ୍ୱରୀ ମାଟି ରେ ଅନେକ ପୁରୁଣା ସଂସ୍କୃତି, ସଭ୍ୟତା, ଐତିହ୍ୟ, ପରମ୍ପରା ଲୁକ୍କାୟିତ ଭାବେ ରହିଛି । ତେଣୁ ଏହାର ପୁନରୁଦ୍ଧାର ପାଇଁ ଜୁନାଗଡ଼ ମହୋତ୍ସବ ହିଁ ଏକ ବଲିଷ୍ଠ ମାଧ୍ୟମ ଅଟେ ବୋଲି ଆଜି ବହୁ ପ୍ରତୀକ୍ଷିତ ଜୁନାଗଡ଼ ମହୋତ୍ସବରେ ଅତିଥିମାନେ ମତ ପ୍ରକାଶ କରିଥିଲେ । ଆଜି ଜୁନାଗଡ଼ ମହୋତ୍ସବ ଏକ ବର୍ଣ୍ଣାଢ୍ୟ ପରିବେଶରେ ମହାସମାରୋହରେ ଉଦଘାଟିତ ହୋଇଛି।କଳାହାଣ୍ଡି ମହାରାଜ ଅନନ୍ତ ପ୍ରତାପ ଦେଓ ଆଜି ଉତ୍ସବକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ସକାଳେ ମାଁ ଲଙ୍କେଶ୍ୱରୀ ମନ୍ଦିରରେ ମଶାଲ ପୂଜାର୍ଚ୍ଚନା ପରେ ଏକ ବିଶାଳ ମଶାଲ ସାଂସ୍କୃତିକ ଶୋଭାଯାତ୍ରା ସାପ୍ତାହିକ ବଜାର ଠାରୁ ଆରମ୍ଭ ହୋଇଥିଲା। ଏହି ସମୟରେ ଶତାଧିକ ଜନସାଧାରଣଙ୍କ ସମେତ ଘୁମୁରା, ସଂକୀର୍ତ୍ତନ, ଢାପ ନାଚ,ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଶହ ମଶାଲ ରାଲି ଉତ୍ସବ ପାଳନ ପଡିଆକୁ ନିଆ ଯାଇଥିଲା। କଳାହାଣ୍ଡି ମହାରାଜ ଅନନ୍ତ ପ୍ରତାପ ଦେଓଙ୍କୁ ଉତ୍ସବ ମଞ୍ଚରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ସହ,ତାଙ୍କ ପିତା ସ୍ୱର୍ଗତ ମହାରାଜା ଉଦିତ ପ୍ରତାପକୁ ଦେଓଙ୍କ ମରଣୋତ୍ତର ସମ୍ମାନ ପ୍ରଦାନ କରାଯାଇଥିଲା। ଜୁନାଗଡ଼ ମହୋତ୍ସବ କମିଟିର ସଭାପତି ଦୁର୍ଗାପ୍ରସାଦ ନାଏକ ଅଧ୍ୟକ୍ଷତା କରିଥିବା ବେଳେ ସମ୍ପାଦକ ହିମାଂଶୁ ଶେଖର ବରାଡ଼ ସମ୍ପାଦକୀୟ ଅଭିବ୍ୟକ୍ତ ପ୍ରଦାନ କରିଥିଲେ । କର୍ତ୍ତବ୍ୟ ର ମୁଖ୍ୟ ଅଶୋକ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଉଦଘୋସକ ବିନୟ ସାହୁ ଓ ଅଧ୍ୟାପକ ବିଶ୍ୱରଞ୍ଜନ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । 

ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜୁନାଗଡ଼ ର କଳାକାର ମାନଙ୍କ ଦ୍ୱାରା ନିର୍ମିତ ହୋଇଥିବା ତଥା ଖେଳ ପଡ଼ିଆ ମଧ୍ୟରେ ଶୋଭା ପାଉଥିବା ସ୍ୱାଗର୍ତ ପ୍ରତାପ କେଶରୀ ଦେଉଙ୍କ ପ୍ରତିମୂର୍ତ୍ତିଙ୍କୁ କଳାହାଣ୍ଡି ମହାରାଜ ଉଦଘାଟନ କରିଥିଲେ । ଜୁନାଗଡ଼ ମହୋତ୍ସବକୁ ନେଇ ସହର ସମେତ ଅଞ୍ଚଳରେ ହର୍ଷ ଉଲ୍ଲାସର ବାତାବରଣ ସୃଷ୍ଟି ହୋଇଛି। ମାଁ ଲଙ୍କେଶ୍ୱରୀ ମନ୍ଦିର ନୀକଟସ୍ଥ ବୁଢ଼ାରଜା ମଞ୍ଚରେ ଶିଶୁ ବିଚିତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । 

ଉଦଘାଟନି ଉତ୍ସବର ସାଂସ୍କୃତିକ ସନ୍ଧ୍ୟାରେ ମହୋତ୍ସବ କମିଟିର ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ନାଏକଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ , ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, କେସିଙ୍ଗା କଲେଜର ଅଧ୍ୟକ୍ଷ ଶୁଶାନ୍ତ କୁମାର ପାଢୀ, ମହୋତ୍ସବ କମିଟିର ସମ୍ପାଦକ ହିମାଂଶୁ ଶେଖର ବରାଡ଼ ପ୍ରମୁଖ ଉଦବୋଧନ ଦେଇଥିଲେ । ଜୁନାଗଡ ଏନ୍ଏସି ଅଧକ୍ଷ୍ୟl ହିଁମାଦ୍ରୀ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ । ଉଧଘୋଷିକା ଅଭିନନ୍ଦା ଆଚାର୍ଯ୍ୟ ଓ କଲେଜ ଅଧ୍ୟାପକ ବିଶ୍ୱରଞ୍ଜନ ବେହେରା ମଞ୍ଚ ପାରିଚଳନା କରିଥିଲେ । ଏହି ଉପଲକ୍ଷେ କବି ମନୋଜ ମେହେରଙ୍କ କଳାହାଣ୍ଡିଆ ସଂକଳନ ବହି ମନ ପରଜାପତି ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚନ ହୋଇଥିଲା।ପରେ ସାଂସ୍କୃତିକ ସନ୍ଧ୍ୟା ରେ କଳାବିକାଶ କେନ୍ଦ୍ର ର ଓଡିଶୀ, ଭବାନୀପାଟଣା ସଂସ୍କୃତି ର ଘୁଡକା, ମୟୂରୀ ଅନୁଷ୍ଠାନ ବଜାଶାଲ, କୋରାପୁଟ ର ଢେମସା, ସୁନ୍ଦରଗଡ ର ଶାନ୍ତଲି, ଟିଟିଲାଗଡ଼ ର ଡାଳଖାଇ, ଆଶାମ ର ବିହୁ, ଭବାନୀପାଟଣା ନୃତ୍ୟକଳା ଅନୁଷ୍ଠାନର ବଜାଶାଲ, ବରଗଡ଼ର ଦୁଲଦୁଲି, କେସିଙ୍ଗା ର ବଜାଶାଲ, ଭବାନୀପାଟଣା ନୁପୁର ଅନୁଷ୍ଠାନ ର ବଜାଶାଲ ଦର୍ଶକଙ୍କୁ ବିମୋହିତ କରିଥିଲା।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଶ୍ରୀ ଜଗନ୍ନାଥ ସୌରଭ ସମ୍ଭାଇ ସତସଙ୍ଗ ଓ 1805 ରୁ 1887 ରଥଯାତ୍ରା ଉତ୍ସବ ର ଏଆଇ ଭିଡ଼ିଓ ଫିଲ୍ମ ଲୋକାର୍ପିତ 

Waltair Division Observes “Rashtriya Ekta Diwas” to Mark Sardar Vallabhbhai Patel’s Birth Anniversary

Sunil Chandra Nayak

ଜୁନାଗଡ଼ ରେ ବୁଦ୍ଧ ଜୟନ୍ତୀ ପାଳିତ

Leave a Comment

error: Content is protected !!