ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଵିପର୍ଯ୍ୟୟ ପ୍ରଶମନ ନିମନ୍ତେ ମୁଖ୍ୟସ୍ରୋତ ଲିଙ୍ଗ ଅନ୍ତର୍ଭୁକ୍ତିକରଣ ସମ୍ପର୍କିତ ଜିଲ୍ଲା ସ୍ତରୀୟ କର୍ମଶାଳା 

ଵିପର୍ଯ୍ୟୟ ପ୍ରଶମନ ନିମନ୍ତେ ମୁଖ୍ୟସ୍ରୋତ ଲିଙ୍ଗ ଅନ୍ତର୍ଭୁକ୍ତିକରଣ ସମ୍ପର୍କିତ ଜିଲ୍ଲା ସ୍ତରୀୟ କର୍ମଶାଳା 

 ମୟୂରଭଞ୍ଜ : 14-02  // ଓଡିଶାରେ ବିଭିନ୍ନ ସମୟରେ ଆକସ୍ମିକ ତଥା ଅପ୍ରତ୍ୟାଶିତ ଭାବେ ଘଟୁଥିବା ବିଭିନ୍ନ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ କୁ ପରିଚାଳନା କରିବାରେ ଓଡିଶା ବିଶ୍ୱରେ ଉଦାହରଣ ସୃଷ୍ଟି କରି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ପ୍ରସାଶନ ସ୍ତରରେ ବିଭିନ୍ନ ବିଭାଗର ସମ୍ୱନ୍ୱିତ ସହଯୋଗ ତଥା ଓଡିଶା ବିପର୍ଯ୍ୟୟ ପରିଚାଳନା କତୃପକ୍ଷଙ୍କ ଅଧୀନରେ ଉତ୍ସର୍ଗୀକୃତ ସେବା ପ୍ରଦାନ କରୁଥିବା ଯୋଦ୍ଧା ମାନଙ୍କ ଆପ୍ରାଣ ଉଦ୍ୟମ ରେ ଅତୀତରେ ଅନେକ ଥର ବିପର୍ଯ୍ୟୟ ଜନିତ “ଶୂନ୍ୟ ମୃତ୍ୟୁ ” ର ଲକ୍ଷ୍ୟ କୁ ହାସଲ କରାଯାଇଛି।

ଓଏସଡ଼ିଏମଏ ତରଫରୁ ବିପର୍ଯ୍ୟୟର ପ୍ରାକ ପ୍ରସ୍ତୁତି, ବିପର୍ଯ୍ୟୟ ସମୟରେ ଉଚିତ ପଦକ୍ଷେପ ଦ୍ୱାରା ଏହାର ମୁକାବିଲା ଏବଂ ବିପର୍ଯ୍ୟୟ ପରବର୍ତୀ ସମୟରେ ଜୀବନ ଜୀବିକା ପାଇଁ ପୁନଃରୁଦ୍ଧାର କାର୍ଯ୍ୟ ଇତ୍ୟାଦି ସମସ୍ତ କାର୍ଯ୍ୟରେ ନୂତନ ଜ୍ଞାନକୌଶଳ ଉପଯୋଗ କରି ଉତ୍ତମ ପରିଚାଳନା ଦ୍ୱାରା ବିପର୍ଯ୍ୟୟର ଦୃଢ ମୁକାବିଲା କରାଯାଉଥିଲେ ମଧ୍ଯ ସମୟର ପରିବର୍ତନ ଧାରାରେ ପରିଚାଳନା କୁ ଆହୁରି କିଛି କ୍ଷେତ୍ରରେ ସୁଦୃଢ କରିବା ଆବଶ୍ୟକ ଦେଖା ଦେଇଛି।

ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷଠାରେ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କତୃପକ୍ଷ, ଭୁବନେଶ୍ୱର ଏବଂ ଜିଲ୍ଲା ଵିପର୍ଯ୍ୟୟ ପରିଚାଳନା କତୃପକ୍ଷ, ମୟୁରଭଞ୍ଜଙ୍କ ମିଳିତ ସହଯୋଗ ରେ “ବିପର୍ଯ୍ୟୟ ବିପଦ ହ୍ରାସ ନିମନ୍ତେ ମୁଖ୍ୟସ୍ରୋତ ଲିଙ୍ଗ ଅନ୍ତର୍ଭୁକ୍ତିକରଣ” (Mainstreaming Gender & Inclusion in Disaster Risk Reduction) ଶୀର୍ଷକ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ସବିତା ମାଝୀ,ବାରିପଦା ଉପଜିଲ୍ଲାପାଳ ଡ଼. ଦୟାସିନ୍ଧୁ ପରିଡା, ଏଡିଏମଓ ଶ୍ରୀ ବିଜୟ କୁମାର ଦାସ ପ୍ରମୁଖ ଯୋଗ ଦେଇଥିବାବେଳେ ଭୁବନେଶ୍ୱର ଓଏସଡିଏମଏ ର ସାଧାରଣ ପରିଚାଳକ ଶ୍ରୀ ତାପସ କୁମାର ସେଠୀ ପ୍ରମୁଖ କର୍ମଶାଳା ସଂଚାଳନ କରିଥିଲେ। ପ୍ରାରମ୍ଭରେ ଜିଲ୍ଲା ଜରୁରୀକାଳୀନ ଉପବିଭାଗ ର ଡେପୁଟି କଲେକଟର ମିସ ଶ୍ରଦ୍ଧା ସୁମନ ସ୍ୱାଗତ ଭାଷଣ ପ୍ରଦାନ କରି କର୍ମଶାଳାର ଆଭିମୁଖ୍ୟ ସମ୍ପର୍କରେ ଉପସ୍ଥାପନା କରିଥିଲେ ।

ଏହାପରେ ସାଧାରଣ ପରିଚାଳକ ଶ୍ରୀ ତାପସ ସେଠୀ ତାଙ୍କ ବକ୍ତବ୍ୟରେ କହିଥିଲେ କି ବିପର୍ଯ୍ୟୟ ପରିଚାଳନା ରେ ବିପଦ ହ୍ରାସ ନିମନ୍ତେ ପ୍ରଥମ କରି ନୂତନ ଚିନ୍ତାଧାରା (Concept) ମୁଖ୍ୟସ୍ରୋତ ଲିଙ୍ଗ ଅନ୍ତର୍ଭୁକ୍ତିକରଣ କୁ ପରିଚାଳନା ପରିସରଭୁକ୍ତ କରାଯାଇଛି । ଏହି ଏକ୍ସନ ପ୍ଲାନ ପ୍ରସ୍ତୁତିରେ ମୁଖ୍ୟ କାର୍ଯ୍ୟ ହେଉଛି ବିପର୍ଯୟର ପ୍ରଭାବ ଲିଙ୍ଗ ଭିତ୍ତିରେ ସମ୍ବେଦନଶୀଳ ବା ଦୁର୍ବଳ ବର୍ଗଙ୍କ ଉପରେ କେତେ ମାତ୍ରାରେ ରହୁଛି ଏବଂ ପ୍ରଭାବ ଅନୁସାରେ ସେମାନଙ୍କ ପାଇଁ ପରିଚାଳନା ରେ କିଛି ବ୍ୟବସ୍ଥା ରହିଛି କି ନାହିଁ।

ଏଥିପାଇଁ ଗ୍ରାମପଞ୍ଚାୟତ ୱାରୀ ଗୋଟିଏ ଜି ପି ରେ କେତେ ମହିଳା, କେତେ ଆସନ୍ନପ୍ରସବା ମହିଳା,କେତେ ତୃତୀୟ ଲିଙ୍ଗି,କେତେ ବୃଦ୍ଧ ବୃଦ୍ଧା, ବିଭିନ୍ନ ବୟସର ପୁତ୍ର କନ୍ୟା ସଂଖ୍ୟା, ଛାତ୍ର ଛାତ୍ରୀ ସଂଖ୍ୟା, ପୁରାତନ ରୋଗରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ଇତ୍ୟାଦି ବିଭିନ୍ନ ତଥ୍ୟ କୁ ନେଇ ଏକ ଡାଟାବେସ ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି। ଏହି ଡାଟାବେସ କୁ ଆଧାର କରି ବିପର୍ଯୟ ପରିଚାଳନା ପାଇଁ ଭବିଷ୍ୟତର କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯିବ ଏବଂ ଆଗାମୀ ସମୟରେ ବିପର୍ଯ୍ୟୟ ମୁକାବିଲା ପାଇଁ ଆବଶ୍ୟକ ଅନୁଯାୟୀ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ କରାଯିବ।

ଏହାପରେ ଜେଣ୍ଡର ବିଶେଷଜ୍ଞ ଶ୍ରୀ ଆରଣ୍ୟକ ମିଶ୍ର, ପ୍ରକଳ୍ପ ସଂଯୋଜକ ଶ୍ରୀ ସୁବୋଧ ନାୟକ ପାୱାର ପ୍ରୋଜେକଟ ମାଧ୍ୟମରେ ସମସ୍ତ ବିଷୟ ରେ ଦଳଗତ ଆଲୋଚନା କରିଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଡିସିପିଓ, ଡିଏସଡବ୍ଲୁଓ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀ,ସ୍ୱାସ୍ଥ୍ୟ , ଶିକ୍ଷା, ବିଭାଗ ର କର୍ମଚାରୀ,ମିଶନ ଶକ୍ତିର ସଦସ୍ୟା ଉପସ୍ଥିତ ଥିବାବେଳେ ଜିଲ୍ଲା ଜରୁରୀ କାଳୀନ କାର୍ଯ୍ୟାଳୟ ର କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ସର୍ଟ ସର୍କିଟ ଯୋଗୁଁ ଜଳିଗଲା ମୋଟର ସାଇକେଲ

masiha

The 15th Bharat Muni Samman Samaroh will have a triveni of entertainment, artists from outside the state will participate

masiha

କଳାହାଣ୍ଡି ଜିଲ୍ଲାରେ ଟିପିଡବ୍ଲ୍ୟୁଓଡିଏଲର ନୂତନ ମଣ୍ଡଳ କାର୍ଯ୍ୟାଳୟ ଗୃହ ଉଦଘାଟିତ

masiha

Leave a Comment

error: Content is protected !!