ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁମ୍ଭାରମୁଳି ପଞ୍ଚାୟତ ଗ୍ରାମ ସଭାରେ ହଟ୍ଟଗୋଳ ଲକ୍ଷ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗ ନେଇ ସରପଞ୍ଚଙ୍କୁ ଘେରିଲେ ଗ୍ରାମବାସୀ    

କୁମ୍ଭାରମୁଳି ପଞ୍ଚାୟତ ଗ୍ରାମ ସଭାରେ ହଟ୍ଟଗୋଳ ଲକ୍ଷ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗ ନେଇ ସରପଞ୍ଚଙ୍କୁ ଘେରିଲେ ଗ୍ରାମବାସୀ    

    ଭୋଗରାଇ,୧୪/୦୨/୨୫ :- ଭୋଗରାଇର କୁମ୍ଭୀରମୂଳି ପଞ୍ଚାୟତରେ ଅନୁଷ୍ଠିତ ସ୍ବତନ୍ତ୍ର ଗ୍ରାମ ସଭାରେ ସରପଞ୍ଚଙ୍କୁ ହଟ୍ଟହଟ୍ଟା ହେବାକୂ ପଡିଛି । ପଞ୍ଚାୟତ କାର୍ଯ୍ୟର ହିସାବ ମାଗିବାରୁ ଖାତା ପତ୍ର ନେଇ ପଳାଇ ଗଲେ ସରପଞ୍ଚ । ଶେଷରେ ଲୋକେ ସରପଞ୍ଚଙ୍କୁ ଅଟକାଇ କଟୁ ସମାଲୋଚନା କରିବାକୁ ପଛାଇ ନାହାନ୍ତି । ମିଳିଥିବି ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ କୁମ୍ଭାରମୁଳି ପଞ୍ଚାୟତରେ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ବିକଶିତ ଗାଁ ବିକଶିତ ଓଡିଶାର କାର୍ଯ୍ୟ ନେଇ ଚାଲିଥିଲା ଗ୍ରାମସଭା । ଏହି ଗ୍ରାମସଭାରେ ପ୍ରୋଜେକ୍ଟ କାର୍ଯ୍ୟ ସରିବା ପରେ ମହିଳା ମାନେ ସରପଞ୍ଚଙ୍କୁ ପଞ୍ଚାୟତର କାର୍ଯ୍ୟ ଓ କାର୍ଯ୍ୟ ନକରି ଲକ୍ଷ ଲକ୍ଷ ଟଙ୍କାର ବିଲ କେମିତି ଉଠାଯାଉଛି ବୋଲି କହିବାରୁ କିଛି ଜବାବ ନଦେଇ ସିଧାସଳଖ ଉଠି ପଳାଇଥିଲେ ସରପଞ୍ଚ । ୨୦୨୪ ଅକ୍ଟୋବର ମାସରେ ମିଥ୍ୟା କାଗଜ ପତ୍ର ଦର୍ଶାଇ ଲକ୍ଷ ଲକ୍ଷ ଟଙ୍କା ବିଲ ଉଠାଇ ଥିବା ବେଳେ ପୂର୍ବରୁ ମଧ୍ୟ ପଞ୍ଚାୟତରେ ବହୁ କାର୍ଯ୍ୟ ହୋଇଥିବା ଦର୍ଶାଇ ଲକ୍ଷ ଲକ୍ଷ ଟଙ୍କା ବିଲ ଉଠାଇ ସରପଞ୍ଚ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ହଡ଼ପ କରିଥିବା ମହିଳା ମାନେ ଅଭିଯୋଗ କରିଛନ୍ତି । ୧୬ ତାରିଖ ସନ୍ଧ୍ୟା ସୁଦ୍ଧା ସମସ୍ତ ଟଙ୍କାର ହିସାବ ନଦେଲେ ୧୭ ତାରିଖ ଭୋଗରାଇ ବ୍ଲକରେ ଥିବା ଜନଶୁଣାଣି ଶିବିରରେ ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କୁ ଅବଗତ କରାଇବା ସହିତ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି । ଗାଁର ଶାନ୍ତିଲତା ଦାସ, ପୂର୍ଣ୍ଣିମା ଦାସ, ସାବିତ୍ରୀ ମଣ୍ଡଳ, ଶ୍ରୀକାନ୍ତ କରଣ, କୋମଳ ଲୋଚନ ଦାସ, ରାଜୁ ତ୍ରିପାଠୀ, ଦେବାଶିଷ ଦାସ, ସପନ ଅଧିକାରୀ, ଜିତୁ ମଣ୍ଡଳ, ଜୀବନ କୃଷ୍ଣ ମହାନ୍ତି ପ୍ରମୁଖ ଚେତାବନୀ ଦେଇଛନ୍ତି ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଓଡ଼ିଆ ଭାଷା ସାହିତ୍ୟର ଅସ୍ମିତା ଆଦର୍ଶ ପାଠାଗାରର ଐତିହାସିକ ମୃତ୍ୟୁ

Sunil Chandra Nayak

କୋକସରା ବ୍ଲକ ଉପାଧ୍ୟକ୍ଷଙ୍କ ଉଦ୍ୟମରେ ଡ଼ହଗାଁ ହାଇସ୍କୁଲରେ ଖୋଲିଲା ଗଭୀର ନଳକୂପ

Sunil Chandra Nayak

ପ୍ରକାଶ ପାଇଲା ମେଧାଅନ୍ବେଷଣ ଫଳାଫଳ

masiha

Leave a Comment

error: Content is protected !!