ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲକ୍ଷ୍ମୀପୁର ଖେରୀ ଗଣହତ୍ୟା ର ସ୍ମାରକୀ ଦିବସ ରେ ଦେଶବ୍ୟାପୀ କଳା ଦିବସ ଓ ବିକ୍ଷୋଭ

ଲକ୍ଷ୍ମୀପୁର ଖେରୀ ଗଣହତ୍ୟା ର ସ୍ମାରକୀ ଦିବସ ରେ ଦେଶବ୍ୟାପୀ କଳା ଦିବସ ଓ ବିକ୍ଷୋଭ

ରାଉରକେଲା/କେନ୍ଦ୍ର ବି ଜେ ପି ସରକାର ର କଳା କୃଷି ଆଇନ ପ୍ରତ୍ୟାହାର ଓ କୃଷକ ମାନଙ୍କ ଦାବି କୁ ସରକାର ମାନି ନେବା ଦାବିରେ ଗତ ୨୦୨୧ ରେ ଦେଶବ୍ୟାପୀ ଲକ୍ଷ ଲକ୍ଷ କୃଷକ, ଶ୍ରମିକ ଆନ୍ଦୋଳନ କରୁଥିବା ବେଳେ ଲକ୍ଷ୍ମୀପୁର ଖେରୀ ଠାରେ ରାଜରାସ୍ତାରେ ହଜାର ହଜାର କୃଷକଙ୍କ ଶାନ୍ତି ପୂର୍ଣ୍ଣ ଗଣଧାରଣା ଉପରେ କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ଅଜୟ ସିଂହ ଟେନି ଙ୍କ ପୁତ୍ର ଆଶିଷ ମିଶ୍ର ଗାଡ଼ି ଚଢାଇ ଦେବା ଫଳରେ ଘଟଣାସ୍ଥଳରେ ୩ ଜଣ କୃଷକ ନେତା, ଜଣେ କାର୍ଯ୍ୟରତ ସାମ୍ବାଦିକ ମୃତ୍ୟୁବରଣ କରିଥିଲେ ଓ ଅନେକ ଆନ୍ଦୋଳନକାରୀ ଗୁରୁତର ଆହତ ହୋଇଥିଲେ। ଏହି ଅମାନବୀୟ ଘଟଣା ପ୍ରତିବାଦରେ ସାରା ଦେଶରେ ଶ୍ରମିକ, କୃଷକ ଓ ସାଧାରଣ ଜନତା ରାଜରାସ୍ତାରେ ପ୍ରତିବାଦ କରିବା ସହ ମନ୍ତ୍ରୀ ଅଜୟ ସିଂହ ଟେନି ଙ୍କୁ ମନ୍ତ୍ରୀ ମଣ୍ଡଳ ରୁ ବରଖାସ୍ତ କରିବା ସହିତ ତାଙ୍କ ବିରୁଦ୍ଧରେ ଓ ତାଙ୍କ ହତ୍ୟାକାରୀ ପୁଅ କୁ ତୁରନ୍ତ ଗିରଫ ଦାବି କରିଥିଲେ।

ଅତ୍ୟନ୍ତ ଦୁଃଖର କଥା ଘଟଣା କୁ ଦୁଇବର୍ଷ ବିତି ଯାଇଥିଲେ ମଧ୍ୟ ନରେନ୍ଦ୍ର ମୋଦି ସରକାର ଗୃହରାଷ୍ଟ୍ର ମନ୍ତ୍ରୀ ଙ୍କୁ ନା ଗିରଫ କଲେ ନା ମନ୍ତ୍ରୀ ମଣ୍ଡଳ ରୁ ବରଖାସ୍ତ କଲେ। ଆଜି କୃଷକ ଗଣହତ୍ୟା ର ସ୍ମାରକୀ ଦିବସ ଅବସରରେ ମିଳିତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ କର୍ମଚାରୀ ଫେଡେରେସନ୍ ଓ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଦେଶବ୍ୟାପୀ କଳା ଦିବସ ପାଳନ କରାଯିବା ସହ ବିଭିନ୍ନ ସ୍ଥାନରେ ବିକ୍ଷୋଭ କାର୍ଯ୍ୟକ୍ରମ ସଂଗଠିତ କରାଯାଇଛି। 

ସେହି ପରିପ୍ରେକ୍ଷୀରେ ରାଉରକେଲା ସେକ୍ଟର ୨ ବିଜୁ ପଟ୍ଟନାୟକ ଛକଠାରେ ଆଇ ଏନ୍ ଟି ୟୁ ସି,ସି ଆଇ ଟି ୟୁ,ଏଚ ଏମ୍ ଏସ,ଏ ଆଇ ଟି ୟୁ ସି,ଏ ଆଇ ୟୁ ଟି ୟୁ ସି,ଏ ଆଇ ସି ସି ଟି ୟୁ ଓ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମନ୍ତ୍ରୀ ଅଜୟ ସିଂହ ଟେନି ଙ୍କୁ ବରଖାସ୍ତ କରିବା ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କୁ ମୋଦି ସରକାର ଙ୍କ ନିକଟରେ ଦାବି କରାଯାଇଛି।

ଏହି ବିକ୍ଷୋଭ ରେ ସି ଆଇ ଟି ୟୁ ଜିଲ୍ଲା ସାଧାରଣ ସମ୍ପାଦକ ବିମାନ ମାଇତି, ରାଜ୍ୟ ସଂପାଦକ ବସନ୍ତ ନାୟକ,ଶ୍ରୀମନ୍ତ ବେହେରା, ଶକୁନ୍ତଳା ମହାକୁଡ଼,ରାଜ କିଶୋର ପ୍ରଧାନ,ବି ପି ମହାପାତ୍ର, ଅଜୟ ଶର୍ମା, ଯଯାତି କେଶରୀ ସାହୁ, ଏନ୍ ଏନ୍ ପାଣିଗ୍ରାହୀ, ଲକ୍ଷ୍ମୀଧର ନାୟକ,ପ୍ରଭାତ ମହାନ୍ତି, ବିଶ୍ଵଜିତ ମାଝୀ, ଦିବାକର ମହାରଣା,ବସନ୍ତ ପାଢ଼ୀ, ଅଶୋକ ମିଶ୍ର, ବଛିରାମ ବେହେରା, ସାଗର ଛୋଟରାୟ, ମିହିର ପାତ୍ର, ଆର୍ତ୍ତତ୍ରାଣ ବେହେରା,ଶୁଖେନ୍ଦୁ ପାତ୍ର,ରାମୁ ବାରିକ୍, ପ୍ରମୋଦ ପରିଡ଼ା,କିଷାନ ମୋର୍ଚ୍ଚା ସଂଯୋଜକ ସୁରେନ୍ଦ୍ର ଦାଶ,ବୁଧନୀ ମୁଣ୍ଡାରୀ, ଶାନ୍ତି ମିଞ୍ଜ, କ୍ଷେତ ମଜଦୂର ୟୁନିୟନ ନେତା ରଜତ ମୁଣ୍ଡା,ଆଇ ଏନ୍ ଟି ୟୁ ସି ରାଉରକେଲା ସଭାପତି ନିହାର ଦାସ,ଏଚ ଏମ୍ ଏସ ନେତା ଅକ୍ଷୟ ନାୟକ,ଏ ଆଇ ଟି ୟୁ ସି ନେତା ପଞ୍ଚାନନ ସୁନା,ୟୁ ଟି ୟୁ ସି ନେତା ସୁବାଷ ଦଣ୍ଡାପାଟ,ବିରେନ ନାୟକ,ସେକ୍ ଇସଲାମ, ବିଦ୍ୟୁତ ମହାନ୍ତ,କିନୋ ଲୋହାର,ଏ ଆଇ ସି ସି ଟି ୟୁ ନେତା ସୁବାଷ ଜାମୁଡାଳିଆ, ଶ୍ରୀକାନ୍ତ ସାହୁ ପ୍ରମୁଖ ଙ୍କ ସମେତ ବହୁ ସମର୍ଥନ ସାମିଲ ହୋଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

“ଆମ ପ୍ରତିଭା ଆମ ଆଦର୍ଶ” ତରଫରୁ ହିନ୍ଦୋଳ ବ୍ଲକର କୃତୀ ଛାତ୍ରଛାତ୍ରୀ ହେଲେ ସମ୍ବର୍ଦ୍ଧିତ

masiha

କୁଆଁରମୁଣ୍ଡା ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

Sunil Chandra Nayak

ଓଇଏସ ପରୀକ୍ଷାରେ ରାଜସ୍ବ ନିରୀକ୍ଷକ ବିଜୟ ଲକ୍ଷ୍ମୀ ନାଗଙ୍କ ସଫଳତା 

Leave a Comment

error: Content is protected !!