ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୋଡ଼ା ପିଏଚଏଡିରେ ପାଣି ଅଭାବ-ଆଗକୁ ଖରାଦିନ

ଯୋଡ଼ା ପିଏଚଏଡିରେ ପାଣି ଅଭାବ-ଆଗକୁ ଖରାଦିନ

ଯୋଡ଼ା:-ରାଜ୍ୟରେ ଶୀତର ପ୍ରକୋପ ଦିନକୁ’ଦିନ ଯେମିତି ଧୀରି’ଧୀରେ ହ୍ରାସ ହେବାରେ ଲାଗିଛି।ଠିକ ସେମିତି ଯୋଡ଼ା ପିଏଚଇଡି ବିଭାଗ ପକ୍ଷରୁ ଯୋଡ଼ା ପୌରଅଞ୍ଚଳର ଶାସ୍ତ୍ରୀନଗର ଅଞ୍ଚଳରେ ପାନୀୟ ଜଳ ଯୋଗାଣ ଧୀରେ’ଧୀରେ କମିବାକୁ ଆରମ୍ଭ ହୋଇଛି। ତେବେ ଏଠାରେ ସୂଚନାଯୋଗ୍ୟ ଯେମିତି ଗରମର ଅନୁଭବ ଧୀରେ’ଧୀରେ ବଢିବାକୁ ଲାଗିଥିବା ବେଳେ ରାଜ୍ୟର ଖଣିସହର ଯୋଡ଼ା ପୌରପାଳିକାର ଶାସ୍ତ୍ରୀନଗର ଅଞ୍ଚଳରେ ଏବେଠାରୁ ଯୋଡ଼ା ଜନସ୍ୱାସ୍ଥ୍ୟ(ପିଏଚଇଡି) ପକ୍ଷରୁ ସହରରେ ଦୈନିକ ପାନୀୟ ଜଳ ଯୋଗାଣରେ ମୁଖ୍ୟତଃ ଶାସ୍ତ୍ରୀନଗର କେତେକ ସ୍ଥାନରେ ଅଭାବ ଦେଖାଦେବା ଆରମ୍ଭ ହୋଇଥିବାରୁ ଶାସ୍ତ୍ରୀନଗର ସାହି ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଥିବାର ଜଣାପଡେ।ତେବେ ଆଗକୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାବ ବଢ଼ି, ଜଳସ୍ତର ନିମ୍ନଗାମୀ ହୋଇବ, ଆଉ ଯଦି ଏବେ ଠାରୁ ଜନସ୍ୱାସ୍ଥ୍ୟ ବିଭାଗ ସଜାଗ ନହୋଇ, ଜଳ ଯୋଗାଣରେ ଧ୍ୟାନ ଦେବାରେ ହେଳା ହୋଇଲେ, ବହୁ ସାଧାରଣ ସାହିବାସୀ ପାନୀୟ ଜଳସଙ୍କଟ ଦେଇ ଗତି କରିବାର ଭୟ ଏବେଠାରୁ ଘାରିବା ଆରମ୍ଭ ହେଲାଣି ବୋଲି ଜଣାପଡ଼େ। 

ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍ 

Related posts

ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଭାବ ବିହ୍ୱଳ ବିଦାୟ ସମ୍ବର୍ଦ୍ଧନା

Sunil Chandra Nayak

A DAY OF UNBRIDLED JOY  AT SERVICE TO HUMANITY FOUNDATION……. CHILDRENS DAY CELEBRATION

Sunil Chandra Nayak

ଗୋଲାମୁଣ୍ଡା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଉତ୍କଳ ଦିବସ ପାଳିତ 

Sunil Chandra Nayak

Leave a Comment

error: Content is protected !!