ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଡ଼ାବୁଗାଁ ବିଜେଡି ର ୧ ଘଣ୍ଟିଆ ପ୍ରତିବାଦ ସଭା 

ଡ଼ାବୁଗାଁ ବିଜେଡି ର ୧ ଘଣ୍ଟିଆ ପ୍ରତିବାଦ ସଭା 

ଡ଼ାବୁଗାଁ, ୬/୩ (ମ.ନି.ସ.) ନବରଙ୍ଗପୁର ଜିଲା ଡ଼ାବୁଗାଁ ବ୍ଲକ ସମ୍ମୁଖ ରେ ଡ଼ାବୁଗାଁ ବିଜେଡି ପକ୍ଷରୁ ଏକ ଘଣ୍ଟିଆ ପ୍ରତିବାଦ ସଭା ଗୁରୁବାର ୧୧.୩୦ ଘରୁ ୧୨.୩୦ ଘ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାର ପଞ୍ଚାୟତରାଜ ଦିବସ ମାର୍ଚ୍ଚ ୫ ତାରିଖ କୁ ଉଚ୍ଛେଦ ଏବଂ ସରକାରୀ ଛୁଟି ବାତିଲ କରାଯାଇଛି । ପଞ୍ଚାୟତ ରାଜ ବ୍ୟବସ୍ଥା ପ୍ରତି ବିଜୁ ବାବୁ ଙ୍କ ଅବଦାନ ପାଇଁ ତାଙ୍କ ଜନ୍ମ ଦିନରେ ନବେ ଦଶକ ରୁ ପଞ୍ଚାୟତି ରାଜ ଦିବସ ଭାବେ ପାଳନ କରାଯାଉଥିବା ବେଳେ ଏହା କୁ ରାଜ୍ୟ ସରକାର ପରିବର୍ତ୍ତନ କରି ଏପ୍ରିଲ ୨୪ ତାରିଖ କୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରାଯିବା ନେଇ ଘୋଷଣା କରିଛନ୍ତି | ଏ ନେଇ ବିଜୁ ବାବୁ ଙ୍କ ପ୍ରତି ଅସମ୍ମାନ ବୋଲି ବିଜେଡି ପକ୍ଷରୁ ପ୍ରତିବାଦ କରାଯାଇଛି । ମାର୍ଚ୍ଚ ୫ ତାରିଖ କୁ ପଞ୍ଚାୟତରାଜ ଦିବସ ପାଳନ ସହ ଉକ୍ତ ଦିନକୁ ଛୁଟି ଘୋଷଣା କରାଯାଉ ବୋଲି ଦାବି କରାଯାଇଛି | ଏଥିରେ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର ଙ୍କ ସଭାପତିତ୍ଵରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ସମ୍ମାନୀତ ଅତିଥି ଜିଲପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ବ୍ଲକ ଅଧ୍ୟକ୍ଷା ବୀଣା ମାଝି, ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ଜିଲାପରିଷଦ ସଭ୍ୟ ଧନସିଂ ଭତ୍ରା ଓ ଗୁପ୍ତ ବିଶୋଇ, ବିଧାୟକ ପ୍ରତିନିଧି ଏମ୍. ବୁଲୁ ରାଓ, ବରିଷ୍ଠ ନେତା ଏମ୍. ଆପ୍ପା ରାଓ ଙ୍କ ସମେତ ସମସ୍ତ ସରପଞ୍ଚ, ସମିତି ସାଭ୍ୟା ସଭ୍ୟ ଓ ବହୁ ବିଜେଡି କର୍ମୀ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ଶଙ୍ଖ ଧରିଲେ ବିଜେପିର ପଞ୍ଚାୟତ ସଭାପତି

masiha

ବିଜେପିର ପ୍ରଚଣ୍ଡ ବିଜୟରେ ରାଉରକେଲାରେ ବିଜୟ ଉତ୍ସବ

ରାଇରଙ୍ଗପୁରରେ କଂଗ୍ରେସ ଦଳ ତରଫରୁ ୧୩୯ ତମ ପ୍ରତିଷ୍ଠା ଦିବସ ପାଳିତ

masiha

Leave a Comment

error: Content is protected !!