ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲକ୍ଷ୍ମୀପୁର ତାଲୁକା ଆଇନ ସହାୟତା ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ 

ଲକ୍ଷ୍ମୀପୁର ତାଲୁକା ଆଇନ ସହାୟତା ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ 

 ଲଷ୍ମୀପୂର :- ଲକ୍ଷ୍ମୀପୁର ସାଙ୍ଗାନ୍ନା ଉଚ୍ଚ ବିଦ୍ୟାଳୟ ପରିସରରେ ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଲକ୍ଷ୍ମୀପୁର ତାଲୁକା ଆଇନ୍ ତରଫରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଲକ୍ଷ୍ମୀପୁର ତାଲୁକା ଆଇନ ସହାୟତାର କମିଟିର ଅଧ୍ୟକ୍ଷ ତଥା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡା ଅଧିକାରୀ ଶ୍ରୀଯୁକ୍ତ ସୁରୋକ୍ଷୀତ ମିଶ୍ର ଅଧ୍ୟକ୍ଷତା କରିଥିବାବେଳେ ତାଲୁକା ଆଇନ୍ ସହାୟତା କମିଟିର ବରିଷ୍ଠ ଆଇନଜୀବୀ ସତ୍ୟନାରାୟଣ ଖରା, ମୁଖ୍ୟ କିରାଣୀ ଉତ୍ତମ ପ୍ରଧାନ, ସାଙ୍ଗାନ୍ନା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋପାଳ ମଣ୍ଡଳ, ବିଦ୍ୟାଳୟ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମହିଳା ମାନେ କେଉଁ ଭଳି ସଚେତନ ହୋଇ ଆଗକୁ ବଢ଼ି ପାରିବେ ତାଙ୍କ ପାଇଁ ସରକାରଙ୍କ ଆଇନ୍ ସହାୟତା ରହିଅଛି ସେ ଉପରେ ଲକ୍ଷ୍ମୀପୁର ତାଲୁକା ଆଇନ ସହାୟତାର କମିଟିର ଅଧ୍ୟକ୍ଷ ତଥା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡା ଅଧିକାରୀ ଶ୍ରୀଯୁକ୍ତ ସୁରୋକ୍ଷୀତ ମିଶ୍ର ଉପସ୍ଥିତ ସମସ୍ତ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ। ଆଗକୁ ଯଦି କୈାଣସି ମହିଳା ସରକାରୀ ଯୋଜନାରୁ ହେଉ କି ଯେକୌଣସି କ୍ଷେତ୍ରରେ ଆମର ସହାୟତା ନେଇ ପାରିବେ ବୋଲି ଅଧ୍ୟକ୍ଷ ପ୍ରକାଶ କରିଥିଲେ। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ତରଫରୁ ଡା.ବି.ଆର. ଆମ୍ବେଦକର ଙ୍କ 132ତମ ଜୟନ୍ତୀ ପାଳିତ

Sunil Chandra Nayak

ବି.ଜେ.ବି. ୭୪ର ସାଧାରଣ ଅଧିବେଶନ

Sunil Chandra Nayak

ବାରମ୍ବାର ବିଦ୍ୟୁତ କାଟ କୁ ନେଇ ବିଦ୍ୟୁତ ଅଫିସ ଘେରିଲା ବିକାଶ ମଞ୍ଚ !!

masiha

Leave a Comment

error: Content is protected !!