ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ମହିଳା ଦିବସ ସମାରୋହ 

ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ମହିଳା ଦିବସ ସମାରୋହ 

ନବରଙ୍ଗପୁର:( ୮ /୩/୨୦୨୫)ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ଦେଢମାସ ବ୍ୟାପି ଲିଙ୍ଗଗତ ସମାନତା ପାଇଁ ଚାଲିଥବା ସଚେତନ କାର୍ଯ୍ୟକ୍ରମ ମଧ୍ୟରେ ଆଜି ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଓ ସମାଜ କଲ୍ଯାଣ ବିଭାଗ ତରଫରୁ ମିସନ ଶକ୍ତି ସଭାଗୃହଠାରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି । ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ,ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ଯଅତିଥି ରୂପେ ଯୋଗଦେଇ ପ୍ରଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ । ମାନ୍ୟବର ମନ୍ତ୍ରୀ ମହିଳା ଦିବସର ତାତ୍ପର୍ଯ୍ୟ ବିଷୟରେ ଆଲୋକ ପାତ କରିବା ସହିତ ରାଷ୍ଟ୍ରର ବିକାଶରେ ମହିଳା ମାନଙ୍କର ଭୂମିକା ଓ ମହିଳା ସଶକ୍ତିକରଣ ଉପରେ ଆଲୋକ ପାତ କରିଥିଲେ । ସମାଜରେ ମହିଳାମାନେ ଆତ୍ମନିର୍ଭରଶୀଳ ହେବାପାଇଁ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କର ସହାୟତା ଯୋଜନା ଗୁଡିକୁ ଉପଯୋଗ କରି ଆର୍ଥିକ କ୍ଷେତ୍ରରେ ସଶକ୍ତି ହେବାପାଇଁ ମହିଳାମାନଙ୍କୁ ଆହ୍ଵାନ ଦେଇଥିଲେ । ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ମାନ୍ୟବର ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝି ନିଜର ବକ୍ତବ୍ୟରେ ଭାରତୀୟ ସଂସ୍କୃତି ରେ ନାରୀ ମାନଙ୍କର ମହନୀୟତା କୁ ସ୍ମରଣ କରାଇବା ସହିତ ସାମ୍ବିଧାନିକ ବିଧିବ୍ୟବସ୍ଥାରେ ମହିଳାମାନଙ୍କ ନିମନ୍ତେ ସୁବିଧାଗୁଡିକ ଆଲୋଚନା କରିବା ସହିତ, ସମସ୍ତ ଝିଅ ମାନଙ୍କୁ ପାଠ ପଢିବା ଓ ନିଜର ନ୍ୟାୟ ଅଧିକାର ଉପରେ ଗୁରୁତ୍ଵ ଆରୋପ କରିଥିଲେ । ଭାରତୀୟ ସଂସ୍କୃତିରେ ଲକ୍ଷ୍ମୀ ସରସ୍ଵତୀ ଓ ଦୂର୍ଗା ଙ୍କ ମହିମା ଉପରେ ଆଲୋକପାତ କରିବା ସହିତ ମହିଳା ମାନେ ନିଜକୁ ଦୁର୍ବଳା ବୋଲି ନିଜକୁ ନଭାବି ପରିବାର ରୁ ରାଷ୍ଟ୍ର ପର୍ଯ୍ୟନ୍ତ ନେତୃତ୍ଵ ନେବାକୁ ଆହ୍ଵାନ ଦେଇଥିଲେ । ଆକ୍ସନଏଡ ସଂସ୍ଥା ର ଜିଲ୍ଲା ପରାମର୍ଶ ଦାତା ଫକିର ଚରଣ ରାଉତ ଙ୍କ ସଂଯୋଜନା ରେ ହୋଇଥିବା ଏହି କାର୍ଯ୍ୟ କ୍ରମରେ ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ,ଜିଲ୍ଲା ପରିଷଦ ଯଦୁମଣୀ ନାୟକ , ବିଡିଓ ସୁନିଲ କୁମାର ଖରା , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର , ସହାୟକ ମଙ୍ଗଳ ଅଧିକାରୀ ଭରତ ଚନ୍ଦ୍ର ମାଝି , ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟିକା ରୋଶନ ଇକବାଲ , ଶିଶୁମଙ୍ଗଳ କମିଟିର ଅଧକ୍ଷା ଅଜନ୍ତା ଶୁଭଦର୍, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପୂର୍ଣ୍ଣିମା କାଶ୍ଯପ,ଓକିଲ କିଶୋରୀ ପଟ୍ଟନାୟକ , ସିଡିପିଓ ସସ୍ମିତା ମହାନ୍ତି , ବିରଜା ମୋହିନୀ ପାଙ୍ଗି,ବିନୀତା ଜେଠି ,ସଞ୍ଜୁକ୍ତା ବେହେରା ,ମିନତୀ ନାୟକ ପ୍ରମୁଖ ହିଂସାରେ ଶିକାର ହେଉଥିବା ମହିଳା ମାନଙ୍କର ସମସ୍ୟା ର ବିଭିନ୍ନ ଦିଗ ଉପରେ ଆଲୋଚନା କରିବା ସହିତ କରିବା ସହିତ ଲିଙ୍ଗଗତ ସମାନତା ,ନାରୀ ଶିକ୍ଷା ଓ ମହିଳା ମାନଙ୍କର ଆର୍ଥିକ ସଶକ୍ତି କରଣର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ।ଏହି ଅବସର ରେ ଜିଲ୍ଲାରେ ପୋଷଣ ଓ ମହିଳା ଏବଂକିଶୋରୀ ସଶକ୍ତି କରଣ ଦିଗରେ ଉଲ୍ଲେଖନୀୟ ଭାବରେ କାମ କରିଥିବା ଶ୍ରେଷ୍ଠ ସିଡିପିଓ , ସୁପର ଭାଇଜର , ଅଙ୍ଗନବାଡି କର୍ମୀ ଓ ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ଯଅତିଥି ମାନ୍ୟବର ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମାନପତ୍ର ସହିତ ଉପଢୌକନ ଦେଇ ସମ୍ମାନିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଵୟଂ ସହାୟକ ଦଳର ମହିଳା , କିଶୋରୀ ବାଳିକା ,ଅଙ୍ଗନବାଡି କର୍ମୀ , ସମସ୍ତ ସିଡିପିଓ, ମହିଳା ସୁପରଭାଇଜର , ଶକ୍ତି ସଦନ ଓ ୱାନଷ୍ଟପ କେନ୍ଦ୍ରର କର୍ମକର୍ତ୍ତା ଙ୍କ ସହିତ ଜିଲ୍ଲାର ଅନ୍ୟ ଅଧିକାରୀ ମାନେ ଯୋଗଦେଇ ଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଜିଲ୍ଲା ସ୍ତରୀୟ ରେଡକ୍ରସ୍ ଶିକ୍ଷା ଓ ତାଲିମ୍ ଶିବିର ଉଦ୍ଘାଟିତ 

masiha

ରାଉରକେଲା ମହାବିଦ୍ୟାଳୟ ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏଚଆଇଭି (ଏଡ୍ସ) ସଚେତନତା ପଦଯାତ୍ରା ପାଳିତ 

masiha

ସାଗର ସାହିତ୍ୟ ସଂସଦ ପକ୍ଷରୁ ଲକ୍ଷ୍ମୀପୁଜା ବିଶେଷାଙ୍କ ସିନ୍ଧୁସୂତା ଉନ୍ମୋଚିତ

Sunil Chandra Nayak

Leave a Comment

error: Content is protected !!