ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ଥାନାରେ ନୂତନ ଥାନା ଅଧିକାରିଣୀଙ୍କ ଯୋଗଦାନ 

ଧର୍ମଗଡ ଥାନାରେ ନୂତନ ଥାନା ଅଧିକାରିଣୀଙ୍କ ଯୋଗଦାନ 

କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନାରେ ନୂତନ ଥାନା ଅଧିକାରୀଣି ଭାବରେ ଶ୍ଵେତାପଦ୍ମା ସେଠ ଯୋଗଦାନ କରିଛନ୍ତି । ଧର୍ମଗଡ ଥାନା ଅଧିକାରୀ ଦାମୋଦର ବିହାରୀ ଙ୍କୁ ଗଞ୍ଜାମ ଜିଲ୍ଲା କୁ ବଦଳି ପରେ ଏହି ପଦବୀ ଖାଲି ପଡିଥିବା ବେଳେ ରବିବାର ଶ୍ରୀମତୀ ସେଠ ନୂତନ ଥାନା ଅଧିକାଣି ଭାବରେ ଯୋଗଦାନ କରିଛନ୍ତି। ଶ୍ରୀମତୀ ସେଠ ଥାନା ରେ ଯୋଗ ଦେଇଥିବା ବେଳେ ସମାଜସେବୀ ଢଗ ନାଏକ ପୁଷ୍ପଗୁଚ୍ଛ ସେଇ ସ୍ୱାଗତ ସମ୍ବର୍ଦ୍ଧନା କରିବା ସହିତ ଧର୍ମଗଡ ରେ ଟ୍ରାଫିକ ନିୟମ କଡା କଡ଼ି କରିବା, ରାତ୍ରିକାଳୀନ ପେଟ୍ରୋଲିଂ କଡାକଡୀ କରାଯିବା ପାଇଁ ଆଲୋଚନା କରିଥିଲେ। ଶାନ୍ତି ଶୃଙ୍ଖଳା ବଜାୟ ରଖି ସମନ୍ୱୟ ରକ୍ଷା କରି ଜନସାଧାରଣଙ୍କ ଅଭିଯୋଗକୁ ଗୁରୁତ୍ୱ ଦେବା ସହ ଧର୍ମଗଡ ଥାନା ଏକ ବ୍ୟାପକ ଅଂଚଳର ଜନସାଧାରଣଙ୍କ ସୁରକ୍ଷାର ଦୃଷ୍ଟି ରହିଛି, ତେଣୁ ସମସ୍ତଙ୍କ ସହଯୋଗ ରେ କାର୍ଯ୍ୟ କରିବାକୁ ପଡ଼ିବ ବୋଲି କହିଛନ୍ତି ଶ୍ରୀମତୀ ସେଠ । ପୂର୍ବରୁ ଗୋଲାମୁଣ୍ଡା ଥାନା ରେ ଜଣେ ଦକ୍ଷ ପୋଲିସ ଅଧିକାରୀ ଭାବରେ କାର୍ଯ୍ୟ ତୁଲାଇଥିଲେ ତେଣୁ ସେ ଥାନା ଅଂଚଳରେ ସଫଳତାର ସହିତ ନିଜର କାର୍ଯ୍ୟଦକ୍ଷତା ପ୍ରତିପାଦନ କରିବେ ବୋଲି ବିଭିନ୍ନ ମହଲରେ ଆଶା ପ୍ରକଟ ହେଇଛି । 

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ଖେଳକୁଦ ବୟସ ରେ ଅଚଳ ହୋଇ ରହିଗଲେ ନାବାଳିକା

masiha

OMC ଦ୍ଵାରା ଖୋଲା ଯାଇଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରବେଶିକା ପରୀକ୍ଷାରେ ଅଞ୍ଚଳର ଛାତ୍ର ଛାତ୍ରୀ ମାନଙ୍କୁ ଉପେକ୍ଷା ବିରୁଦ୍ଧ ରେ ଅଞ୍ଚଳ ବାସି ଙ୍କ  ବିକ୍ଷୋଭ ପଦର୍ଶନ

Sunil Chandra Nayak

ହାଟବରଡି ଗ୍ରାମରେ ଶ୍ରୀ ଶ୍ରୀ ହନୁମାନ ଦେବଙ୍କ ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!