ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀ ସତ୍ୟସାଇ ବାବା ଙ୍କ ଆରାଧନା ମହୋତ୍ସବ ପାଳିତ

ଜୁନାଗଡ଼,୨୫/୪ (ମ ନି ସ) : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ତାଳବନ୍ଧ ପଡା ସତ୍ୟସାଇ ମନ୍ଦିର ପରିସରରେ ସତ୍ୟସାଇ ଆରାଧନା ମହୋତ୍ସବ ପାଳିତ ହୋଇଯାଇଛି। ପ୍ରାତଃକାଳରୁ ଓଁ କାର, ନଗର ସଂକୀର୍ତନ, ସୁପ୍ରଭାତମ, ଷୋଡଶ ଉପଚାର, ଅମୃତ କଳସ ବଣ୍ଟନ ଆଦି କାର୍ଯ୍ୟକ୍ରମ କରାଯାଇଥିଲା।ଏହି ଅବସରରେ ସ୍ଥାନୀୟ ନୂଆ ବସ ଷ୍ଟାଣ୍ଡ ଠାରେ ବସ ଯାତ୍ରୀ ତଥା ଜନସାଧାରଣ ଙ୍କୁ ଥଣ୍ଡା ପାନୀୟ ଜଳ ବଣ୍ଟନ କରାଯାଇଥିଲା l ସନ୍ଧ୍ୟାରେ ଭଜନ କୀର୍ତ୍ତନ, ପ୍ରବଚନ ଆଦି ଅଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ସତ୍ୟସାଇ ସେବା ସଂଗଠନ ତାଳବନ୍ଧପଡା ର ଆବାହକ ଅଇରୀ ଗଞ୍ଜନ ଦଣ୍ଡସେନା, ଭଉଣୀ ଯଶସ୍ୱିନୀ ପଣ୍ଡା, ହିମାଦ୍ରୀ ନାଏକ, ଦାମନ୍ତି ସାହୁ,ରାଜକିଶୋର ସାହୁ, ଦୁର୍ଗା ପ୍ରସାଦ ନାଏକ, ବଜୁ ମିତ୍ତଳ, ଦିନେଶ ସିଙ୍ଗଲ, ଭକ୍ତ ଭାଟି,ହୃଦାନନ୍ଦ ପୂଝରୀ, ଅଞ୍ଜନ କ୍ଷିତି, ନୀଳାଞ୍ଚଳ ନାଏକ ଏବଂ ସୁବାସ ଚନ୍ଦ୍ର ନାଏକ ପ୍ରମୁଖ ସହଯୋଗ କରିଥିଵା ବେଳେ ତାଳବନ୍ଧପଡା ସାଇ ଭଜନ ମଣ୍ଡଳୀ ର ସମସ୍ତ ଭାଇ ଓ ଭଉଣୀ ସାମିଲ ହୋଇ ଥିଲେ l

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ ।

Related posts

ମସିହା ସମ୍ବାଦ ପରିବେଷଣ ର ପ୍ରଭାବ

Sunil Chandra Nayak

ବହୁଚରା ମାତାଙ୍କ ପୂଜାନୋତ୍ସଭ ଓ ଉତ୍କଳ ଦିବସ ପାଳିତ

Sunil Chandra Nayak

ଚାରବାହାଲ ଚେସ୍ କ୍ଳବ୍ ଦ୍ଵାରା ଚେସ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ

Sunil Chandra Nayak

Leave a Comment

error: Content is protected !!