ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଓକିଲ ସଂଘର ନିର୍ବାଚନ ପାଇଁ ନାମାଙ୍କନ

ରାଇରଙ୍ଗପୁର ଓକିଲ ସଂଘର ନିର୍ବାଚନ ପାଇଁ ନାମାଙ୍କନ 

 ମୟୂରଭଞ୍ଜ -୧୧/୦୩ //  ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଆଇନଜୀବୀ ସଂଘ ନିର୍ବାଚନରେ ନାମାଙ୍କନ ଯାଞ୍ଚ ପ୍ରକ୍ରିୟା ଅନୁଷ୍ଠିତ ହୋଇଛି । ମାର୍ଚ୍ଚ ୫ ରୁ ୭ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ହୋଇଥିବା ଵେଳେ ସଭାପତି , ଉପସଭାପତି,ସଂପାଦକ,ସହ ସଂପାଦକ,ଯୁଗ୍ମ ସଂପାଦକ,ଲାଇବ୍ରେରୀ ସହ ସଂପାଦକ, କୋଷାଧ୍ୟକ୍ଷ ଏବଂ କାର୍ଯ୍ଯକାରୀଣୀ ସଦସ୍ୟ ପାଇଁ ନାମାଙ୍କନ ଦାଖଲ ହୋଇଥିଲା ।ସଭାପତି ପଦ ପାଇଁ ( ୪ ଜଣ) ଅକ୍ଷୟ ମହାନ୍ତି,ଅମ୍ବିକା ପ୍ରସାଦ ପଟ୍ଟନାୟକ,ବିଶ୍ବନାଥ ପରିଡା,ହରି ଚରଣ ସାହୁ ; ଉପସଭାପତି ପଦ ପାଇଁ ( ୪ ଜଣ) ଭବାନୀ ଶଙ୍କର ମହାନ୍ତି,ବୀର କିଶୋର ମହାପାତ୍ର,ମଥା ମୁର୍ମୁ, ରାମଚନ୍ଦ୍ର ସାହୁ ; ସଂପାଦକ ପଦ ପାଇଁ (୪ ଜଣ) ବିଜୟ କୁମାର ସାମଲ, ବୀରକିଶୋର ମହାପାତ୍ର, ହରେକୃଷ୍ଣ ମହାକୁଡ଼,ମନୋଜ କୁମାର ଦାସ ; ସହ ସଂପାଦକ ପଦ ପାଇଁ ( ୨ ଜଣ) ଵୈଜୟନ୍ତୀ ଦଳେଇ,କିଶୋର ଚନ୍ଦ୍ର ମହାନ୍ତ; ଯୁଗ୍ମ ସଂପାଦକ ପାଇଁ (୨ ଜଣ) ଲକ୍ଷ୍ମଣ କୁମାର ମାଝୀ, ନନ୍ଦରାଣୀ ହେମ୍ବ୍ରମ; ପାଠାଗାର ସହ ସଂପାଦକ (୪ ଜଣ) ବୀର କିଶୋର ମହାପାତ୍ର,ପ୍ରଦୀପ ମଣ୍ଡଳ,ପୁର୍ଣ ଚନ୍ଦ୍ର ମହାନ୍ତ,ଶିବ ଶଙ୍କର ଫଡକାର; କୋଷାଧ୍ୟକ୍ଷ ପଦ ପାଇଁ (୨ ଜଣ) ଶିଶୁପଦ ମହାନ୍ତ,ସୁବ୍ରତ କୁମାର ମଣ୍ଡଳ ; କାର୍ଯ୍ୟକାରୀଣି ସଦସ୍ୟ ପାଇଁ( ୧୧ ଜଣ)- ଅମିତ କୁମାର ଵୈଠା,ଭୋଳାନାଥ ମହାନ୍ତ, ଗୌରୀଶଙ୍କର ଦତ୍ତ, ଜଗନ୍ନାଥ ମହାନ୍ତ, ମହେନ୍ଦ୍ର କୁମାର ଦାସ,ମଞ୍ଜୁ ବିନ୍ଧାଣି, ନିବେଦିତା ଗିରି,ପ୍ରକାଶ ଚନ୍ଦ୍ର ଗୋପାଳ, ସୋମନାଥ ମିଶ୍ର,ଶୁଶୋଭନ ପଟ୍ଟନାୟକ,ଟିକୁନ ଜେରାଇ ପ୍ରମୁଖ ନାମାଙ୍କନ ଦାଖଲ କରିଥିଲେ । ରବିବାର ଦିନ ୧୦ ଠାରୁ ୧ ଘଣ୍ଟା ପର୍ଯ୍ୟନ୍ତ ନାମାଙ୍କନ ଯାଞ୍ଚ କରାଯାଇଥିଲା । ଯାଞ୍ଚ ଅବସରରେ ସମସ୍ତ ନାମାଙ୍କନ କାଏମ ରହିଛି ଏବଂ ଆସନ୍ତା ୧୨ ତାରିଖ ଦିନ ୧୧ ଠାରୁ ଏକ ଘଣ୍ଟା ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯାଇ ପାରିବ ବୋଲି ନିର୍ବାଚନ ଅଧିକାରୀ ସୁବ୍ରତ ପ୍ରସନ୍ନ ଦାସ ସୂଚନା ପ୍ରଦାନ କରିଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

କୁମ୍ଭୀର ଗଣନା ପାଇଁ ବନ୍ଦ ରହିବ ଜାତୀୟ ଅଭୟାରଣ୍ୟ ଭିତରକନିକା 

masiha

ଜାତୀୟ ସେବା ଯୋଜନାର ଶୀତକାଳୀନ ଶିବିର ଉଦଯାପିତ

Sunil Chandra Nayak

ବନ୍ଦେ ଭାରତ ଏକ୍ସପ୍ରେସ କୁ ସ୍ୱାଗତ

Leave a Comment

error: Content is protected !!