ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତାରଣାରେ ସାଗୁନ ବାହା ଦୋସନ୍ ପାଳିତ

ତାରଣାରେ ସାଗୁନ ବାହା ଦୋସନ୍ ପାଳିତ

 ମୟୂରଭଞ୍ଜ-/୧୧/୦୩ // ପାରମ୍ପାରିକ ମାଦଳର ତାଳେ ତାଳେ ଓ ପାରମ୍ପରିକ ବେଶ ପୋଷାକ ପରିଧାନ କରି ମହିଳା , ପୁରୁଷ ଠାରୁ ଆରମ୍ଭ କରି ଛୋଟ ପିଲା ପର୍ଯ୍ୟନ୍ତ ସମସ୍ତେ ଖୁସିରେ ମସଗୁଲ ହୋଇଯାଇଥିଲେ ତାରଣା ବାହା ଦୋସନରେ । ସାନ୍ତାଳୀ ସଂପ୍ରଦାୟର ସବୁଠାରୁ ବଡ ପର୍ବ ବାହା ଦୋସନ । ଗ୍ରାମବାସୀଙ୍କ ସୁଖ ସମୃଦ୍ଧି ପାଇଁ ନିଆାରା ଭାବରେ ପାଳନ କରାଯାଇଥାଏ ବାହା ପର୍ବ । ଫଗୁଣ ମାସରେ ଚନ୍ଦ୍ର ଦର୍ଶନର ପଞ୍ଚମ ତିଥିରୁ ଆରମ୍ଭ ହୋଇଥାଏ ଏହି ବାହା ପର୍ବ । ଏଥିରେ ଜଙ୍ଗଲର ନୂତନ ଶାଳ ଫୁଲ,ମହୁଲ ଫୁଲ ଜାହିରା ପୀଠରେ ଗ୍ରାମ ଠାକୁରାଣୀଙ୍କୁ ଅର୍ପଣ କରାଯାଇଥାଏ । ଗ୍ରାମର ଇଷ୍ଟ ଦେବୀଙ୍କୁ ଅର୍ପଣ ନକରିବା ପର୍ଯ୍ୟନ୍ତ ଜଙ୍ଗଲଜାତ ଦ୍ରବ୍ୟ ଗୁଡିକୁ ଖାଦ୍ୟରୂପେ ବ୍ୟବହାର କରାଯିବ ନାହିଁ ବୋଲି ଆଦିବାସୀ ସମାଜର ପାରମ୍ପାରିକ ନିୟମ ରହିଛି ।ପ୍ରତ୍ୟକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ମୟୂରଭଞ୍ଜ ଜିଲ୍ଲା ଜାମଦା ବ୍ଲକ ତାରଣା ଜାହିରା ପୀଠରେ ଧୂମଧାମ୍ ସହିତ ପାଳନ ହୋଇଛି ବାହା ପର୍ବ । ସମାଜର ରୀତିନୀତି ଅନୁସାରେ ନାଏକ ବାବାଙ୍କ ଦ୍ବାରା ମାଝିବାବା ଏବଂ ଗ୍ରାମବାସୀଙ୍କ ଉପସ୍ଥିତିରେ ପୂଜା ସମ୍ପନ୍ନ ହୋଇଥିଲା । ପୂଜା ଅର୍ଚ୍ଚନା ପରେ ମହିଳା ଓ ପୁରୁଷମାନେ ପୁଜକଙ୍କ ଠାରୁ ଫୁଲ ଗ୍ରହଣ କରିଥିଲେ । ମହିଳାମାନେ ସେହି ଫୁଲକୁ ମୁଣ୍ଡ ଖୋସାରେ ଲଗାଇ ଥିବାବେଳେ ପୁରୁଷ ମାନେ କାନରେ ଲଗାଇଥିଲେ |ପୀଠରେ ରୋଷେଇ ହୋଇଥିବା ଖେଚୁଡି ପ୍ରସାଦକୁ ମହିଳା, ପୁରୁଷ ଓ ପିଲାମାନେ ଆନନ୍ଦରେ ଖାଇଥିଲେ । ପରେ ଆନନ୍ଦରେ ମାଦଳର ତାଳେ ତାଳେ ନାଚ ଗୀତରେ ମସଗୁଲ୍ ହୋଇଥିଲେ ସମସ୍ତ ଗ୍ରାମବାସୀ ।ତାରଣା ବାହା ଦୋସନ ବା ବାହାପର୍ବରେ ଶହ ଶହ ସାନ୍ତାଳୀ ସମ୍ପ୍ରଦାୟର ଲୋକଙ୍କୁ ଦେଖିବାକୁ ମିଳିଥିଲ |ତାରଣା ଗାଁ ର ନାଏକେ ବାବା ଚୈତନ ପ୍ରସାଦ ଟୁଡୁ,ମାଝୀବାବା ବିଶ୍ବନାଥ ସୋରେନ୍,ରୁସୁ ମୁର୍ମୁ,ବଙ୍ଗାଳୀ ସୋରେନ୍,ଜଗନ୍ନାଥ ହାଁସଦାଃ ଏବଂ ଗ୍ରାମର ବରିଷ୍ଠ ନାଗରିକ ମାନେ ବାହା ପାରାବକୁ ସୁରୁଖୁରେ ରେ ପରିଚାଳନା କରିଥିଲେ |

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ବିପର୍ଯ୍ୟୟ ସମୟରେ କିପରି ମୁକାବିଲା କରିବା, ସେ ବାବଦରେ ପ୍ରସ୍ତୁତି ଓ ପରିଚାଳନା ପାଇଁ ତାଲିମ ଶିବିର ଅନୁଷ୍ଠିତ 

Sunil Chandra Nayak

ଅଜଣା ଗାଡ଼ି ଧକ୍କାରେ ପରିବା ବିକାଳି ମୃତ

Sunil Chandra Nayak

ଘରପୋଡି କ୍ଷତିଗ୍ରସ୍ତଙ୍କୁ ସହାୟତା

masiha

Leave a Comment

error: Content is protected !!