ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିବେକାନନ୍ଦ ବିଦ୍ୟାମନ୍ଦିର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ବିବେକାନନ୍ଦ ବିଦ୍ୟାମନ୍ଦିର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ରାଉରକେଲା:ରାଉରକେଲା ସହରର ସେକ୍ଟର-୧୮ ସ୍ଥିତ ବିବେକାନନ୍ଦ ବିଦ୍ୟାମନ୍ଦିର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଦୀର୍ଘ ୩୬ବର୍ଷର ଶିକ୍ଷକତା ଜୀବନରୁ ଅବସର ନେଇଥିବା ପ୍ରଧାନ ଶିକ୍ଷକ ରଶ୍ମିତ ସାହାଣୀ ଏହି ଅବସରରେ ନିଜ ଶିକ୍ଷକତା ଜୀବନର ଅନୁଭୁତି ବର୍ଣ୍ଣନା କରି ଭାବ ବିହ୍ବଳ ହୋଇଯାଇଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀ ବିଶ୍ବନାଥ ତରାଇ, ସମ୍ବଲପୁର ସ୍ଥିତ ବିଭାଗୀୟ ଆଞ୍ଚଳିକ ନିର୍ଦ୍ଦେଶକ ବିକାଶ ପ୍ରଧାନ, ସୁନ୍ଦରଗଡ଼ ଜିଲ୍ଲା ଶିକ୍ଷାଧୀକାରୀ ଅମୂଲ୍ୟ ପ୍ରଧାନ, ଜିଲା ଆଇଭି ସଂଯୋଜକ ଅମାର୍ତ୍ୟ ପ୍ରଧାନ,ବିଶ୍ରା ବ୍ଲକ୍‌ ଶିକ୍ଷାଧୀକାରୀ ସୁପ୍ରଭାତ ବେହେରା, କୁଆଁରମୁଣ୍ଡା ବ୍ଲକ୍‌ ଶିକ୍ଷାଧୀକାରୀ ସଦାନନ୍ଦ ପ୍ରଧାନ ପ୍ରମୁଖ ଏଥିରେ ଅତିଥିଭାବେ ଯୋଗଦେଇ ଶ୍ରୀ ସାହାଣୀ ଙ୍କ ର ବହୁ ମୁଖି ବ୍ୟକ୍ତିତ୍ୱ ଉପରେ ଆଲୋକପାତ କରିଥିଲେ l ରଘୁନାଥପାଲୀ କ୍ଲଷ୍ଟର ସିଆର୍‌ସିସି ଦୀପକ ସାମଲଙ୍କ ସଂଯୋଜନାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ନୂତନଭାବେ ଦାୟିତ୍ବ ନେଇଥିବା ପ୍ରଧାନ ଶିକ୍ଷୟିତ୍ରୀ କାବେରୀ ଚୌଧୁରୀ ସ୍ବାଗତ ଭାଷଣ ଦେଇ ଶ୍ରୀ ସାହାଣିଙ୍କୁ ଜଣେ ଦରଦୀ ଓ ଛାତ୍ର ବତ୍ସଳ ଶିକ୍ଷକଭାବେ ଅବିହିତ କରିଥିଲେ । ଏହି ଅବସରରେ ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସମେତ ଅନେକ ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷାବୀତ୍‌ ଏବଂ ଛାତ୍ରଛାତ୍ରୀ ଯୋଗଦେଇ ଶ୍ରୀ ସାହାଣୀଙ୍କ ସହିତ ନିଜର ଅଭିଜ୍ଞତା ସମ୍ପର୍କରେ ସୂଚନା ଦେଇଥିଲେ। ଜଣେ ଶ୍ରେଷ୍ଠ ଶିକ୍ଷକ ସମାଜସେବୀ, ପିଲାଙ୍କ ସଫଳ ମାର୍ଗ ଦର୍ଶକଭାବେ ତାଙ୍କର ଗୁଣଗାନ କରାଯାଇଥିଲା l କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥି ଓ ଅନ୍ୟମାନଙ୍କ ଦ୍ବାରା ଶ୍ରୀ ସାହାଣିଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ଦିଆଯାଇ ତାଙ୍କ ଅବସର ଜୀବନ ନିମନ୍ତେ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା l ଏହି ଅବସର ରେ ତାଙ୍କର ସହଧର୍ମିଣୀ ଓ କନ୍ୟା ମଧ୍ୟ ଉପସ୍ଥିତ ଥିଲେ l ବିଦ୍ୟାଳୟ ର ଶିକ୍ଷକ ଚିତ୍ରସେନ କଳତା କୋହଭରା କଣ୍ଠରେ ତାଙ୍କୁ ପିତୃ ତୁଲ୍ୟ ଅବିହିତ କରିଥିଲେ l ବିଦ୍ୟାଳୟ ରୁ ବଦଳି ବାଲେଶ୍ୱର ଯାଇଥିଲେ ମଧ୍ୟ୍ ସୁଦୂର ବାଲେଶ୍ୱର ରୁ ଆସି ଶିକ୍ଷକ ଅରୁଣ କୁମାର ପାତ୍ର, ଯଶୋବନ୍ତ ଜେନା, ସାଗର ପରିଡା ତାଙ୍କୁ ଜଣେ କିମ୍ବଦନ୍ତୀ ଶିକ୍ଷକ ଭାବେ ଚିତ୍ରଣ କରିଥିଲେ l ପରିଚାଳନା କମିଟିର ସଦସ୍ୟ ପ୍ରମୋଦ କୁମାର ଭଞ୍ଜ ତାଙ୍କୁ ଜଣେ ଶ୍ରେଷ୍ଠ ଶିକ୍ଷକ ଓ ସମାଜସେବୀ ଚିତ୍ରଣ କରିଥିଲେ l ପଞ୍ଚସସଖା ର ସଦସ୍ୟ ଶ୍ରୀ ପାଢ଼ୀ ବକ୍ତବ୍ୟ ରଖିଥିଲେ l ବରିଷ୍ଠ ଶିକ୍ଷୟିତ୍ରୀ ଶୁଭ୍ରା ଜ୍ୟୋତି ମହାନ୍ତି, ଅର୍ଚ୍ଚନା ସାହୁ, ରେଣୁକା ପ୍ରଧାନ, ଜଷ୍ପା ଟପ୍ପୋ, ବିନୋଦ ତିର୍କୀ, ରାଜେଶ ମିଶ୍ର ମମତା କାଲୋ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ l

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସର୍ବ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ଯାଳୟରେ ବିଶ୍ୱ ପ୍ରାଥମିକ ଉପଚାର ଦିବସ ପାଳିତ

Sunil Chandra Nayak

ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ପାଇଁ କ୍ୟାଣ୍ଡେଲ ଶୋଭାଯାତ୍ରା

Sunil Chandra Nayak

Senior Journalist Rajiv Lochan Ponda Passes Away, Journalistic Community in Mourning

masiha

Leave a Comment

error: Content is protected !!