ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ପାର୍ବତୀପୁର ଗାଁରେ ହୋଲି ମେଳନ ଅନୁଷ୍ଠିତ

ପାର୍ବତୀପୁର ଗାଁରେ ହୋଲି ମେଳନ ଅନୁଷ୍ଠିତ

ଖଇରା,୧୩/୩/୨୫ : ଖଇରା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧିନ ପାର୍ବତୀପୁର ଗ୍ରାମରେ ହୋଲି ମେଳନ ଅନୁଷ୍ଠିତ ହୋଇଯାଇଛି । ଏହି ଗ୍ରାମରେ ଦୀର୍ଘ ୩୦ବର୍ଷ ହେବ ହୋଲି ମେଳନ ପାଳନ ହୋଇଆସୁଥିବା ବେଳେ ଅଞ୍ଚଳର ବିଭିନ୍ନ ଗ୍ରାମରୁ ୫୦ରୁ ଉର୍ଦ୍ଧ୍ବ ବିମାନ ଏକାଠି ହୋଇଥାନ୍ତି । ଏହି ମେଳନରେ ମୁଖ୍ୟ ବିମାନ ଭାବେ ବେଲପଡିଆର ଗୋବିନ୍ଦ ଠାକୁର ପହଞ୍ଚି ପ୍ରଥମେ ସ୍ଥାନ ଗ୍ରହଣ କରିବା ପରେ ଅନ୍ୟ ବିମାନ ସ୍ଥାନ ଗ୍ରହଣ କରିଥାନ୍ତି । ପ୍ରଥମେ ୫୦ରୁ ଉର୍ଦ୍ଧ୍ବ ବିମାନ ପହଞ୍ଚି ଔପଦା ଛକରୁ ଶୋଭାଯାତ୍ରାରେ ବାହାରି ଗଣ୍ଡିବେଡ଼ ବଜାର ପରିକ୍ରମା କରି ପାର୍ବତୀପୁର ଗ୍ରାମରେ ପହଞ୍ଚିଥିଲେ । ପରେ ଗ୍ରାମବାସୀ ମାନେ ପୂଜାର୍ଚ୍ଚନା କରିବା ସହିତ ନାମ କୀର୍ତ୍ତନ କରି ଫଗୁ ଖେଳିଥିଲେ । ଏହି କାର୍ଯ୍ୟକ୍ରମରେ ଉକ୍ତ ଗ୍ରାମର ଯୁବକ ତଥା ରାଜ୍ୟ ବିଜେପି ମୁଖପାତ୍ର ଠାକୁର ରଞ୍ଜିତ ଦାସ, ମନୋଜ କୁମାର ପତି, ଚିତ୍ତରଞ୍ଜନ ଦାସ, ଦିନେଶ ଜେନା, ହେମନ୍ତ ବାରିକ, ଶ୍ରୀକାନ୍ତ ପତି, ଦେଵବ୍ରତ ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଡାବୁଗାଁ ର ବିଭିନ୍ନ ବିଦ୍ୟାଳୟରେ ମାଁ ସରସ୍ଵତୀ ପୂଜା ପାଳନ 

masiha

ଶ୍ରୀ ସୂର୍ଯ୍ୟଦେବଙ୍କ ଓ ମାତା ଦୁର୍ଗା ଙ୍କର ମନ୍ଦିର ଓ ବିଗ୍ରହଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ

masiha

ନିଶା ମଙ୍ଗଳବାର ଓଷା ଲାଗି କଳସ ଯାତ୍ରା ଅନୁଷ୍ଠିତ

masiha

Leave a Comment

error: Content is protected !!