ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରଙ୍ଗର ଉତ୍ସବ ‘ମହୁରି କାବ୍ୟୋତ୍ସବ’ ଅନୁଷ୍ଠିତ

-ସାହିତ୍ୟର ସପ୍ତରଙ୍ଗରେ ରଙ୍ଗେଇ ହୋଇଛି ଜୀବନ
-ଜୀବନକୁ ସାତରଙ୍ଗରେ ରଙ୍ଗେଇପାରେ ସାହିତ୍ୟ

ରଙ୍ଗର ଉତ୍ସବ ‘ମହୁରି କାବ୍ୟୋତ୍ସବ’ ଅନୁଷ୍ଠିତ

ଶେଷ ହେଲା ରାଜ୍ୟସ୍ତରୀୟ ଯୁବକବି ମେଳା

ଭବାନୀପାଟଣା,୧୬/୦୩- ସୁଖ, ଦୁଃଖ, ହସ, କାନ୍ଦ ଓ ଲୁହ ଭଳି ସବୁତକ ରଙ୍ଗର ସମାହାର ହେଉଛି ଜୀବନ । ସେହିପରି ଜୀବନକୁ ଏହି ରଙ୍ଗରେ ରଙ୍ଗେଇପାରେ ସାହିତ୍ୟ । ଏଣୁ ସାହିତ୍ୟ ବିନା ଜୀବନ ନାହିଁ କି ଜୀବନ ବିନା ସାହିତ୍ୟରେ ସମ୍ଭବ ନୁହେଁ । ସମସ୍ତେ ହୁଏତ ନିଜର ଭାବକୁ ବ୍ୟକ୍ତ କରିବାକୁ କଲମ ଚାଳନା କରିପାରନ୍ତି ନାହିଁ । ଏହାସତ୍ତ୍ୱେ କିଛି ଲେଖିପାରୁନଥିବା ବ୍ୟକ୍ତି ବିଶେଷ ବି ସାହିତ୍ୟପ୍ରାଣ ହୋଇପାରେ । ଛଳଛଳ, କଳକଳ ନିନାଦରେ ନିନାଦିତ ହୁଏ ତାର ସାହିତ୍ୟପ୍ରାଣ । ଜୀବନକୁ ସାତରଙ୍ଗରେ ରଙ୍ଗେଇପାରେ କେବଳ ସାହିତ୍ୟ ବୋଲି ଆଜି ଓଡିଆ ସାହିତ୍ୟ ଜଗତର ଚର୍ଚ୍ଚିତ ପତ୍ରିକା କଳାହାଣ୍ଡି କବିତା ଆନ୍ଦୋଳନର ଶାଶ୍ୱତ ସ୍ପନ୍ଦନ ମହୁରି ତରଫରୁ ଆୟୋଜିତ ରଙ୍ଗର ଉତ୍ସବ ମହୁରି କାବ୍ୟୋତ୍ସବ ତଥା ରାଜ୍ୟସ୍ତରୀୟ ଯୁବକବି ମେଳା ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ସ୍ଥାନୀୟ ଟାଉନହଲ ପରିସରରେ ଆୟୋଜିତ ଏହି ଭବ୍ୟ ସମାରୋହରେ କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ସମ୍ମାନିତ ଅତିଥି ଭାବେ ପ୍ରଗତି ଅନୁଷ୍ଠାନର ନିର୍ଦ୍ଦେଶକ ଇଂ. ଅଜୟ କୁମାର ପଣ୍ଡା ଯୋଗ ଦେଇଥିଲେ । ମହୁରିର ମୁଖ୍ୟ ସଂପାଦକ ତଥା ବିଶିଷ୍ଟ କବି ଓ ସାହିତ୍ୟ ସଂଗଠକ ଡ. ଭବାନୀଶଙ୍କର ନିଆଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ମହୁରିର ସଂପାଦକ ତଥା ବିଶିଷ୍ଟ ଗାଳ୍ପିକ ସୁକାନ୍ତ ସାହୁ ଉଦ୍ଦେଶ୍ୟ ଜ୍ଞାପନ କରିବା ସହିତ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । କବି ଓ ଲେଖକ ବିରଞ୍ଚି ନାରାୟଣ ମୁଣ୍ଡ ସଭା ପରିଚାଳନା କରିଥିଲେ । ସଭା ପ୍ରାରମ୍ଭରେ ପଦ୍ମବିଭୂଷଣ କବି ଡ. ରମାକାନ୍ତ ରଥଙ୍କ ବିୟୋଗରେ ଏକ ଶୋକ ସଭା ଜରିଆରେ ଅମର ଆତ୍ମାର ସଦଗତି ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା । ମହୁରି ସମ୍ପାଦକ କବିଙ୍କ ସ୍ମୃତିଚାରଣ କରିଥିଲେ। ଏହାପରେ ଯୁବ କବି ସୁଶୀଲ କୁମାର ବାଗ ଓ ଲିପ୍ସାମୟୀ ଦୁବେଙ୍କ ସଂଯୋଜନାରେ ରାଜ୍ୟସ୍ତରୀୟ କବିତା ପାଠ ଅନୁଷ୍ଠିତ ହୋଇଥିଲା । କବି ସୁଧୀର ମେହେର, ଲିଙ୍ଗରାଜ ପାତ୍ର, ନିରୋଜ ପଟ୍ଟନାୟକ, ଡ. ତପନ କୁମାର ରଥ, ବଙ୍କିମ ମୁଣ୍ଡ, ସ୍ୱାଧୀନ ପାତ୍ର, ଗୋବିନ୍ଦ ସାହୁ, ରାଜେଶ ମୁଣ୍ଡ, ଜୟଦ୍ରଥ ସୁନା, ଯାଦବେନ୍ଦ୍ର ସାହା, ପ୍ରଶାନ୍ତ କୁମାର ଦାଶ, ସଞ୍ଜୀବ କୁମାର ପଣ୍ଡା, ଡିଲେଶ୍ୱର ରଣା, ରଜତ ବଂଶଲ, ଯୁଧିଷ୍ଟିର ମୁଦୁଲି, ପ୍ରେମଲାଲ ବାଗ, ପଲ୍ଲବୀ ଦାସ, ଦିପ୍ତୀ ମୁଣ୍ଡ, ବନଶ୍ରୀ ଦାଶ, ଐଶ୍ଚର୍ଯ୍ୟା ପ୍ରଧାନ, ସଂହିତା ରଥ, ନିକିତା ସାହୁ, ରଜତ ରଞ୍ଜନ ରଣା, ବିବୁଲ ମହାକୁର, ଖୁସିରାମ ସାହୁ, ଓମପ୍ରକାଶ ରଣା, କେତନ ରଣା ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ସେହିପରି ମୁଖ୍ୟଅତିଥି ଶ୍ରୀ ଦରୱାନ ଓ ସମ୍ମାନିତ ଅତିଥି ଇଂ ପଣ୍ଡାଙ୍କ କବିତା ମାହୋଲକୁ ସରଗରମ କରିଥିଲା ।

କଳାହାଣ୍ଡି ରୁ ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ୍

Related posts

ଧୋଡ୍ରା ଠାରେ ୨×୫ ଏମ୍ ଭି.ଏ, ୩୩/୧୧ କେ ଭି ପ୍ରାଥମିକ ସବ ଷ୍ଟେସନ ଶୁଭ ଉଦଘାଟନ 

masiha

ସି ପି ଆଇ ଏମ୍ ପକ୍ଷରୁ ଶହୀଦ ଲକ୍ଷ୍ମଣ ନାୟକଙ୍କ ବଳିଦାନ ଦିବସ ପାଳିତ

Sunil Chandra Nayak

ବ୍ରାହ୍ମଣୀ ନଦୀକୂଳରେ ଭିନ୍ନ ଢଙ୍ଗରେ ପାଳିତ ହେଲା ବିଶ୍ଵ ପରିବେଶ ଦିବସ , ନଦୀକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ଶପଥ ଗ୍ରହଣ

Leave a Comment

error: Content is protected !!