ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁର୍ଛନା ରାଉରକେଲା ର ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ 

ମୁର୍ଛନା ରାଉରକେଲା ର ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ 

ରାଉରକେଲା: ସହରର ଅନ୍ୟତମ ସଂଗୀତ ଅନୁଷ୍ଠାନ ମୁର୍ଛନା ରାଉରକେଲା ତରଫରୁ ଚଳଚିତ୍ର ଜଗତର ପ୍ରଖ୍ୟାତ ସଂଗୀତକାର ଙ୍କ ସୁମଧୁର ତଥା ଚିର ସବୁଜ ସଂଗୀତ କୁ ନେଇ ଅନନ୍ୟ କାର୍ଯ୍ୟକ୍ରମ ଅନମୋଲ ଘଡ଼ି,ଅନମୋଲ ରତନ ଏବଂ ଅନମୋଲ ୟାଦେଁ ସିଭିକ ସେଣ୍ଟର୍ ଠାରେ ପରିବେଷଣ କରାଯାଇଥିଲା। ଅନୁଷ୍ଠାନର ଅଧ୍ୟକ୍ଷା ଅରୁନ୍ଧତୀ ବିଶ୍ବାଳ ଙ୍କ ଅଧ୍ୟକ୍ଷତା , ସମ୍ପାଦକ ଶ୍ୟାମ ସୁନ୍ଦର ପଟ୍ଟନାୟକ ଙ୍କ ଆବାହକତ୍ବ ଓ ବିଭୁପ୍ରସାଦ ନାୟକ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆରଏସପି କାର୍ମିକ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ବିଶ୍ବରଞ୍ଜନ ପଲାଇ ଯୋଗଦେଇ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ସଂଗୀତ ମନ ଓ ହୃଦୟକୁ ଝଙ୍କୃତ କରିବା ସଂଗେ ସଂଗେ ମନର ଅବସାଦକୁ ଦୂର କରିଥାଏ ବୋଲି ମତ ରଖିଥିଲେ। ଅଧ୍ୟକ୍ଷା ଶ୍ରୀମତୀ ବିଶ୍ବାଳ ସ୍ବାଗତ ଭାଷଣ ଓ ସମ୍ପାଦକ ଶ୍ରୀ ପଟ୍ଟନାୟକ ଅନୁଷ୍ଠାନ ତଥା କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ଟାଟା ର କୈାଶଲ ଝା ଙ୍କ ସଂଯୋଜନାରେ ଅରୁନ୍ଧତୀ ସ୍ବାଇଁ, ଅମିତା ରଥ,ମୀରା ମିଶ୍ର, ଅନୁରାଧା ପ୍ରଧାନ, କିଶୋର କୁମାର ପଟ୍ଟନାୟକ, ରୋଶନ ଲାଲ୍,ଶେଖର ଜୟପୁରିଆ ପ୍ରମୁଖ କଣ୍ଠଶିଳ୍ପୀ ମାନେ ସମସାଦ ବେଗମ୍,ଯୋହରା ବାଇ, ନୁରଯାହାନ, ସୁରେୟା, ଗୀତା ଦତ୍ତ,ଲତା ମଙ୍ଗେସକର, ହେମନ୍ତ କୁମାର,ତାଲତ ମେହେମୁଦ, ମାନ୍ନା ଦେ, ମହମ୍ମଦ ରଫି ଓ କିଶୋର କୁମାରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ସେମାନେ ଗାଇଥିବା ଗୀତ ଗୁଡ଼ିକୁ ସୁମଧୁର ସ୍ବରରେ ଗାନ କରିଥିଲେ। ବାଦ୍ୟଯନ୍ତ୍ର ରେ ଗୁରୁ ଜଗନ୍ନାଥ ଦାସ,ନେଲସନ,ତୀର୍ଥନାଥ, ଅନନ୍ତ, ସାଗର ବାରିକ, ପ୍ରଦୀପ କୁମାର ସାମଲ ପ୍ରମୁଖ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ସହ ସମ୍ପାଦକ ସର୍ବଶ୍ରୀ ଲକ୍ଷ୍ମୀନାରାୟଣ ଦୋରା, କୋଷାଧ୍ୟକ୍ଷ ନିବେଦିତା ମହାନ୍ତି ଓ ଅନ୍ୟମାନେ ସହଯୋଗ କରିଥିଲେ। ଏଭଳି ଅନନ୍ୟ ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ କୁ ସହରର ବହୁ ସଂଗୀତ ପ୍ରେମୀ ଉପସ୍ଥିତ ରହି ଉପଭୋଗ କରିଥିଲେ। ଶେଷରେ କାର୍ଯ୍ୟକ୍ରମର ସଫଳତା ପାଇଁ ସମ୍ପାଦକ ଶ୍ରୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମିଶନ ଶକ୍ତି ମାଧ୍ୟମ ରେ ଲିଙ୍ଗ ଭିତ୍ତିକ ପରୀସମାପ୍ତି କାର୍ଯ୍ୟକ୍ରମ 

masiha

ନବରଙ୍ଗପୁର ଜିଲ୍ଲା ର ପଞ୍ଚାୟତ ସ୍ତରରୁ ଆରମ୍ଭ କରି ଜିଲ୍ଲା ସ୍ତର ପର୍ଯ୍ଯନ୍ତ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ସହ ସ୍ଵତନ୍ତ୍ର ଗ୍ରାମ ସଭା ଆୟୋଜନ

Sunil Chandra Nayak

ଅଘୋଷିତ କବିତା ପ୍ରତିଯୋଗିତାର ଫଳାଫଳ ପ୍ରକାଶ

masiha

Leave a Comment

error: Content is protected !!