ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପରିବେଶ ପରିବର୍ତ୍ତନ ଉପରେ ତାଲିମ୍ କାର୍ଯ୍ୟକ୍ରମ

ପରିବେଶ ପରିବର୍ତ୍ତନ ଉପରେ ତାଲିମ୍ କାର୍ଯ୍ୟକ୍ରମ

ଡାବୁଗାଁ, ୨o/୩ (ମ. ନି. ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ପରିବେଶ ପରିବର୍ତ୍ତନ ଉପରେ ଏକ ତାଲିମ୍ କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି l ଏଥିରେ କିପରି ଭାବେ ପରିବେଶ ପରିବର୍ତ୍ତନ ହେଉଛି, କଣ କଣ କରିବା ଦ୍ୱାରା ପରିବେଶ ପରିବର୍ତ୍ତନ ରୋକାଯାଇପାଇବ, ପରିବେଶ ପରିବର୍ତ୍ତନ ଦ୍ୱାରା ମାନବ ସମାଜ ଉପରେ କିକି ପ୍ରଭାବ ପଡୁଛି ଓ ବିଭିନ୍ନ ଦିଗ ଉପରେ ତାଲିମ୍ ଦିଆଯାଇଥିଲା l ଏଥିରେ ପ୍ରଶିକ୍ଷକ ଭାବେ ଏବିଡ଼ିଓ ପଦ୍ମନାଭ ତ୍ରିପାଠୀ, ବ୍ଲକ ମଙ୍ଗଳ ସଂମ୍ପ୍ରସାରଣ ଅଧିକାରୀ ଆଦିତ୍ୟ ନାରାୟଣ ରଥ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ ଓ ଦକ୍ଷତା ବ୍ଲକ ସହାଭାଗୀ ମୋନାଲ ପରିଡା ପ୍ରମୁଖ ତାଲିମ ଦେଇଥିଲେ l ଏଥରେ ଏମବିକେ, ସିଆରପି, ସ୍ୱୟଂ ସହାୟକ ଗୋଷ୍ଠୀ ର ସଭ୍ୟା, ଅଙ୍ଗନୱାଡି କର୍ମୀ ମାନେ ତାଲିମ ନେଇଥିଲେ l ପେସା ସଂଯୋଜକ ଶୁଭଶ୍ରୀ ମହାଙ୍କୁଡ ତାଲିମ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l

ଡାବୁଗାଁ ରୁ ପ୍ରଜ୍ଞା ରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ଦିନ ମଜୁରିଆ ପୁଅ ବିଜୟ ଯୁକ୍ତ ଦୁଇ କଳା ରେ ଧରାକୋଟ ବ୍ଲକ ଟପର 

ସାହିତ୍ଯ ଆଲୋଚନା, ବହୁଭାଷୀ କବିତା ପାଠୋତ୍ସବ ତଥା ସାରସ୍ବତ ବନ୍ଧୁମିଳନ କାର୍ଯ୍ୟକ୍ରମ

Sunil Chandra Nayak

ଦୀନକୃଷ୍ଣ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ହେଲେ ପ୍ରାଧ୍ୟାପକ ଡ଼. ହିମାଂଶୁ ଶେଖର ସାମଲ 

Leave a Comment

error: Content is protected !!