ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପରିବେଶ ପରିବର୍ତ୍ତନ ଉପରେ ତାଲିମ୍ କାର୍ଯ୍ୟକ୍ରମ

ପରିବେଶ ପରିବର୍ତ୍ତନ ଉପରେ ତାଲିମ୍ କାର୍ଯ୍ୟକ୍ରମ

ଡାବୁଗାଁ, ୨o/୩ (ମ. ନି. ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ପରିବେଶ ପରିବର୍ତ୍ତନ ଉପରେ ଏକ ତାଲିମ୍ କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି l ଏଥିରେ କିପରି ଭାବେ ପରିବେଶ ପରିବର୍ତ୍ତନ ହେଉଛି, କଣ କଣ କରିବା ଦ୍ୱାରା ପରିବେଶ ପରିବର୍ତ୍ତନ ରୋକାଯାଇପାଇବ, ପରିବେଶ ପରିବର୍ତ୍ତନ ଦ୍ୱାରା ମାନବ ସମାଜ ଉପରେ କିକି ପ୍ରଭାବ ପଡୁଛି ଓ ବିଭିନ୍ନ ଦିଗ ଉପରେ ତାଲିମ୍ ଦିଆଯାଇଥିଲା l ଏଥିରେ ପ୍ରଶିକ୍ଷକ ଭାବେ ଏବିଡ଼ିଓ ପଦ୍ମନାଭ ତ୍ରିପାଠୀ, ବ୍ଲକ ମଙ୍ଗଳ ସଂମ୍ପ୍ରସାରଣ ଅଧିକାରୀ ଆଦିତ୍ୟ ନାରାୟଣ ରଥ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ ଓ ଦକ୍ଷତା ବ୍ଲକ ସହାଭାଗୀ ମୋନାଲ ପରିଡା ପ୍ରମୁଖ ତାଲିମ ଦେଇଥିଲେ l ଏଥରେ ଏମବିକେ, ସିଆରପି, ସ୍ୱୟଂ ସହାୟକ ଗୋଷ୍ଠୀ ର ସଭ୍ୟା, ଅଙ୍ଗନୱାଡି କର୍ମୀ ମାନେ ତାଲିମ ନେଇଥିଲେ l ପେସା ସଂଯୋଜକ ଶୁଭଶ୍ରୀ ମହାଙ୍କୁଡ ତାଲିମ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l

ଡାବୁଗାଁ ରୁ ପ୍ରଜ୍ଞା ରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଉପଲକ୍ଷେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ କବିଚନ୍ଦ୍ର କାଳିଚରଣ ପଟ୍ଟନାୟକ ସ୍ମୃତି ଯୁବ ପ୍ରତିଭା-୨୦୨୪ ପୁରଷ୍କାର ପାଇଲେ ବାମନଘାଟୀ ଉପଖଣ୍ଡର ଶିବ କୁମାର ମହାନ୍ତ

Sunil Chandra Nayak

ବନ୍ଧୁଗାଁ ଶ୍ରୀ ଶିରିଡ଼ି ସାଇ ବାବା ମନ୍ଦିରର ୨ୟ ବାର୍ଷିକ ପ୍ରତିଷ୍ଠା ଉତ୍ସବ ପାଳିତ

masiha

Leave a Comment

error: Content is protected !!