ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାଦିକପୁର ସ୍କୁଲରେ ୱାଟର ଫିଲଟର ମେସିନ ଲଗାଇଲା ଇସାଫ୍ ବ୍ୟାଙ୍କର ଏଲ୍ଏଲ୍ଏମ୍ଏସ୍ ଫାଇନାନ୍ସ ସଂସ୍ଥା

ସାଦିକପୁର ସ୍କୁଲରେ ୱାଟର ଫିଲଟର ମେସିନ ଲଗାଇଲା ଇସାଫ୍ ବ୍ୟାଙ୍କର ଏଲ୍ଏଲ୍ଏମ୍ଏସ୍ ଫାଇନାନ୍ସ ସଂସ୍ଥା

ଖଇରା,୨୦/୩/୨୫- :ଖଇରା ବ୍ଲକ ଜଳଦା ପଞ୍ଚାୟତ ଅଧିନ ସାଦିକପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୱାଟର ଫିଲଟର ମେସିନ ଲଗାଇଲା ଇସାଫ୍ ବ୍ୟାଙ୍କର ଏଲ୍ଏଲ୍ଏମ୍ଏସ୍ ଫାଇନାନ୍ସ ସଂସ୍ଥା। ଏହି ଏଲ୍ଏଲ୍ଏମ୍ଏସ୍ ଫାଇନାନ୍ସ ସଂସ୍ଥା ଗ୍ରୁପ ମାଧ୍ୟମରେ ଖଇରା ସମେତ ବିଭିନ୍ନ ଅଞ୍ଚଳରେ ମହିଳା ମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଉଦେଶ୍ୟରେ ସ୍ୱଳ୍ପ ସୁଧରେ ଋଣ ଯୋଗାଇଦେଇ ଆସୁଛି। ହେଲେ ଏହି ଫାଇନାନ୍ସ ସଂସ୍ଥା ଏକ ନିଆରା କାର୍ଯ୍ୟକ୍ରମ କରିଥିବା ଦେଖିବାକୁ ମିଳିଛି। ସାଦିକପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ପିଇବା ପାଇଁ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ନଥିବାବେଳେ ଏହାକୁ ଦୁଷ୍ଟିରେ ରଖି ଏଲ୍ଏଲ୍ଏମ୍ଏସ୍ ଫାଇନାନ୍ସ ସଂସ୍ଥା ଏହି ସ୍କୁଲରେ ଏକ ୱାଟର ଫିଲଟର ମେସିନ ଲଗାଇ ଛାତ୍ରଛାତ୍ରୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେଇଛନ୍ତି। ଏହି ଅବସରରେ ମୁଖ୍ୟ ଅତିଥିଭାବେ ଜଳଦା ପଞ୍ଚାୟତର ସରପଞ୍ଚ ଗୀତାଞ୍ଜଳୀ ବେହେରା ମୁଖ୍ୟ ଅତିଥିଭାବେ ଯୋଗ ଦେଇ ୱାଟର ଫିଲଟର ମେସିନକୁ ଉଦଘାଟନ କରିଥିବାବେଳେ ସମ୍ମାନୀତ ଅତିଥି ଭାବେ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ କବିତା ସିଂ,ସ୍କୁଲ କମିଟି ଚେୟାରମ୍ୟାନ ସଂଜୟ କୁମାର ପୃଷ୍ଟି,ଫାଇନାନ୍ସ ସଂସ୍ଥାର ଓଡ଼ିଶା ରିଜୋନାଲ ମୁଖ୍ୟ ଚିତରଞ୍ଜନ ଚମ୍ପତିରାୟ,ଫାଇନାନ୍ସ ସଂସ୍ଥାର ଉପସଭାପତି ଡେଭିସ୍ ଟିଭି,ଫାଇନାନ୍ସ ସଂସ୍ଥାର ଅର୍ଥବିଭାଗର ମୁଖ୍ୟ ବିପିନ ବିଜୟ କୁମାର,ଅଞ୍ଚଳର ସମାଜସେବୀ ସୁଧାଂଶୁ ବେହେରା, ସ୍କୁଲ ଶିକ୍ଷକ ହେମନ୍ତ ଦାସ ପ୍ରମୁଖ ଯୋଗଦେଇଥିଲେ। ଆଗାମୀ ଦିନରେ ବିଭିନ୍ନ ଅଞ୍ଚଳରେ ଏଭଳି ସାମାଜିକ କାର୍ଯ୍ୟ ଜାରି ରଖିବା ନେଇ ସଂସ୍ଥାର କର୍ମଚାରୀମାନେ କହିଥିବା ବେଳେ ସ୍କୁଲ ଶିକ୍ଷକ, ଶିକ୍ଷୟତ୍ରୀ,ଛାତ୍ରଛାତ୍ରୀ ଏବଂ ଅଞ୍ଚଳବାସୀମାନେ ଖୁସି ହେବା ସହ ଫାଇନାନ୍ସ ସଂସ୍ଥାର ଏଭଳି କାର୍ଯ୍ୟ ପାଇଁ ପ୍ରସଂସା କରିଛନ୍ତି ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

 

Related posts

ପ୍ରଶାନ୍ତଙ୍କ ହୃଦଘାତରେ ମୃତ୍ୟୁ

Sunil Chandra Nayak

ରାଜ୍ୟ ସ୍ତରୀୟ ସମ୍ବର୍ଦ୍ଧନା ମହୋତ୍ସବ ଶଙ୍ଖ କ୍ଷେତ୍ର ଆୱାର୍ଡ଼ ରେ ସମ୍ମାନିତ ହେଲେ ଥୁଆମୁଳ ରାମପୁର ବ୍ଲକର କଳାକାର ଲମ୍ବୋଦର ନାଏକ 

ପୁଣି ରାଜରାସ୍ତାରେ ଚାଷୀ । କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକର କୁଟ୍ରୁ ଛକରେ ଚାଷୀଙ୍କ ରାସ୍ତାରୋକ

Leave a Comment

error: Content is protected !!