ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଜିଲ୍ଲା ସରକାରୀ ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ରେ ଆତ୍ମରକ୍ଷା ତାଲିମ ଶିବିର ଉଦଯାପିତ 

ନବରଙ୍ଗପୁର ଜିଲ୍ଲା ସରକାରୀ ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ରେ ଆତ୍ମରକ୍ଷା ତାଲିମ ଶିବିର ଉଦଯାପିତ 

ନବରଙ୍ଗପୁର:(୨୨|୩)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ସରକାରୀ ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ରେ ଆତ୍ମରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି l ଉଚ୍ଚ ବିଭାଗର ନିର୍ଦ୍ଦେଶ କ୍ରମେ ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ରୀମାନଙ୍କ ପାଇଁ ଉକ୍ତ ତାଲିମ ୮ ଦିନ ଧରି ଚାଲିଥିଲା l ଉଦଯାପନୀ ଉତ୍ସବରେ ଅଧ୍ୟକ୍ଷ ବିନୋଦ ବିହାରୀ ବେହେରା ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ବକ୍ତା ରୂପେ ରାଜନୀତି ବିଜ୍ଞାନ ର ମୁଖ୍ୟା ଡାଃ ସଂଯୁକ୍ତା ନାୟକ ଯୋଗ ଦେଇଥିଲେ l ଶ୍ରୀମତୀ ନାୟକ ଛାତ୍ରୀ ମାନଙ୍କୁ ଆତ୍ମରକ୍ଷା ତାଲିମର ଗୁରୁତ୍ଵ ଉପରେ ନିଜର ବକ୍ତବ୍ୟରେ କହିଥିଲେ l ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ବେହେରା ଆତ୍ମରକ୍ଷା ତାଲିମର ଆବଶ୍ୟକତା ଉପରେ କହିବା ସହ ଏହା କିଭଳି ଭାବେ ବାଳିକାମାନଙ୍କର ଦୈନଦିନ ଜୀବନର ଅସୁବିଧାକୁ ସମାଧାନ କରିବାରେ ସହାୟକ ହେବ ସେ ସମ୍ବନ୍ଧରେ ଆଲୋଚନା କରିଥିଲେ l ଏହି ସଭାରେ କାର୍ଯ୍ୟକ୍ରମର ସଂଯୋଜିକା ଡାଃ ଅମୃତା ଜ୍ୟୋତି ମହାନ୍ତି ଉପସ୍ଥିତ ରହି ଛାତ୍ରୀ ମାନଙ୍କୁ ଆତ୍ମରକ୍ଷା ତାଲିମକୁ ଭବିଷ୍ୟତରେ ଉପଯୋଗ କରିବା ନିମନ୍ତେ ପରାମର୍ଶ ପ୍ରଦାନ କରିଥିଲେ l ଶେଷରେ ମୁଖ୍ୟ ବକ୍ତା ଙ୍କ ଦ୍ଵାରା ଶତାଧିକ ଛାତ୍ରୀ,ଅଧ୍ୟାପକ, ଅଧ୍ୟାପିକା ଓ ଅନ୍ୟନ୍ୟ କର୍ମଚାରୀ ଉପସ୍ଥିତ ଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଅବସରପ୍ରାପ୍ତ ଆର ଏସ ପି କର୍ମଚାରୀ ସମାଜସେବୀ ମହେନ୍ଦ୍ର ଆର ପାରିରେ

masiha

ଭାଲୁଲତା ଠାରେ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର

Sunil Chandra Nayak

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା l l ଅଧିକାରୀଙ୍କ ଅନୁପସ୍ଥିତରେ ଖୁଲମ୍ ଖୁଲା ଚାଲିଛି କାର୍ଯ୍ୟ  

Sunil Chandra Nayak

Leave a Comment

error: Content is protected !!