ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଆନ୍ତ କ୍ଳବ୍ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ୨୦୨୫ ଏପ୍ରିଲ ୨ ତାରିଖରୁ

ଆନ୍ତ କ୍ଳବ୍ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ୨୦୨୫ ଏପ୍ରିଲ ୨ ତାରିଖରୁ

ନବରଙ୍ଗପୁର: (୨୨|୩)(ରବି ନାରାୟଣ ମହାନ୍ତି)ଓଡ଼ିଶା ଫୁଟବଲ ସଂଘ ଏବଂ ଜିଲ୍ଲା କ୍ରୀଡା ସଂଘ ଆନୁକୂଲ୍ୟରେ ଏପ୍ରିଲ ୨ ତାରିଖରୁ ଆନ୍ତ କ୍ଳବ୍ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ୨୦୨୫ ନବରଙ୍ଗପୁର ଜିଲ୍ଲାରେ ଅନୁଷ୍ଠିତ ହେବ। ଏ ବାବଦରେ ଓଡ଼ିଶା ଫୁଟବଲ ସଂଘ ପକ୍ଷରୁ ନବରଙ୍ଗପୁର ଜିଲ୍ଲା କ୍ରୀଡା ସଂଘର ସଂପାଦକ ପ୍ରହଲ୍ଲାଦ ତ୍ରିପାଠୀ ଙ୍କୁ ଏକ ଚିଠି ଆସି ପହଞ୍ଚିଛି। ଏଥିରେ ଆସନ୍ତା ୨୪ ତାରିଖ ସୁଦ୍ଧା ଜିଲ୍ଲାର କେଉଁ ଅଞ୍ଚଳରେ ଉକ୍ତ ଚାମ୍ପିୟନସଟ୍ରଫି କରାଯିବ ସେ ବାବଦରେ ଜଣାଇବା ପାଇଁ ଏଥିରେ ଅନୁରୋଧ କରାଯାଇଛି। ଏହି କ୍ରୀଡା ରେ ଜିଲ୍ଲାର କୋଣ ଅନୁ କୋଣର ଖେଳାଳିଙ୍କୁ ସାମିଲ କରାଯିବ ବୋଲି କ୍ରୀଡା ସଂଘର ଉପ ସଭାପତି ଏମ. ବାଲକ୍ରିଷ୍ଣ ରାଓ କହିଛନ୍ତି। କ୍ରୀଡା ସଂଘର କ୍ରିକେଟ ସମ୍ପାଦକ ଅଶୋକ ନାୟକ ସମେତ ସଂଘର ଅନ୍ୟ ସମସ୍ତ ସଦସ୍ୟ ସହଯୋଗ କରିବେ ବୋଲି ସମ୍ପାଦକ ଶ୍ରୀ ତ୍ରିପାଠୀ ପ୍ରକାଶ କରିଛନ୍ତି। ଆସନ୍ତା ଦିନ କେଇଟା ମଧ୍ୟରେ ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲର କ୍ରୀଡା ସୂଚୀ ପ୍ରକାଶ ପାଇବ ବୋଲି କ୍ରୀଡା ସଂଘର ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ ପ୍ରକାଶ କରିଛନ୍ତି । ସୂଚନା ଯୋଗ୍ୟ ଯେ ପୂର୍ବରୁ ଏହି ଟୁର୍ଣ୍ଣାମେଣ୍ଟ ବାବଦରେ ଉମରକୋଟ ଠାରେ ଜିଲ୍ଲା କ୍ରୀଡା ସଂଘର ସଂପାଦକ ପ୍ରହଲ୍ଲାଦ ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଜିଲ୍ଲା କ୍ରୀଡା ସଂଘର ହକି ସମ୍ପାଦକ ଦୁର୍ଗା ମଲିକ, ଯୁଗ୍ମ ସମ୍ପାଦକ କେ. ଟି. ଜିଲାନି, ଏଥେଲେଟିକ ସମ୍ପାଦକ କୃଷ୍ଣ ପ୍ରସାଦ ପଟ୍ଟନାୟକ, ମହିଳା ସମ୍ପାଦିକା ଚନ୍ଦନା ମଲିକ ସମେତ ଅନ୍ୟ ସମସ୍ତ ସଭ୍ୟ ଉପସ୍ଥିତ ଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଶ୍ରୀରାମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଗୋଡିସାହି : ବିରାସାଳ କ୍ରିକେଟ ଟିମ ଚମ୍ପିୟାନ

Sunil Chandra Nayak

ଚନ୍ଦ୍ରଶେଖରପୁର କ୍ରିକେଟ ଟ୍ରୁନାମେଣ୍ଟ ଉଦଯାପିତ , ଇଲେଭେନ ଷ୍ଟାର କପିଳାସ ଚମ୍ପିୟାନ

Sunil Chandra Nayak

ଅବ୍ଯବସ୍ଥା ମଧ୍ୟରେ ଉଦଯାପିତ ହେଲା ବ୍ଲକ ସ୍ତରୀୟ ଖେଳ ଓ କ୍ରୀଡ଼ା ପ୍ରତିଯୋଗିତ

masiha

Leave a Comment

error: Content is protected !!