ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଦୁଇ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ରେ ଦାମନ ଯୋଡି ବିଜୟୀ 

ଦୁଇ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ରେ ଦାମନ ଯୋଡି ବିଜୟୀ 

ନବରଙ୍ଗପୁର:(୨|୯)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ଝରୀଗାଁ ନିର୍ବାଚନ ମଣ୍ଡଳୀର ଉମରକୋଟ ବ୍ଲକ ଜାମରଣ୍ଡା ପଞ୍ଚାୟତ ଜାମରଣ୍ଡl ଗାଁ ରେ ଦୁଇ ଦିବସ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଥିଲା l ଏହି ଟୁର୍ଣ୍ଣାମେଣ୍ଟ ରେ ୧୨ ଟିମ ଅଂଶଗ୍ରହଣ କରିଥିଲେ । ୧୨ ଟି ଟିମ ମଧ୍ୟରୁ ଦlମନଯୋଡି, ନାରାୟଣପୁର ଫାଇନାଲ କୁ ପ୍ରବେଶ କରିଥିଲେ l ଏହି ଦୁଇଟି ଟିମ ମଧ୍ୟରେ ଫାଇନାଲ ଖେଳିବାବେଳେ ପ୍ରଥମେ ଦାମନଜୋଡ଼ି ନାରାୟଣପୁର କୁ ୨ ଗୋଲ ଦେଇଥିବା ବେଳେ ନାରାୟଣପୁର ମଧ୍ୟ ୧ ଗୋଲ କରି ସମୟ ସମାପ୍ତ ହୋଇଥିଲା l ଫଳରେ ଦାମନଜୋଡ଼ି ବିଜୟୀ ହୋଇଥିବା ବେଳେ ନାରାୟଣପୁର ପରାଜିତ ହୋଇଥିଲା lଊକ୍ତ ବିଜୟୀ ଦଳ କୁ ୧୫ହଜାର ଟଙ୍କା ସହ ଏକ ସୁନ୍ଦର ଟ୍ରଫି ଓ ପରାଜିତ ଦଳ କୁ ମଧ୍ୟ ୧୦ ହଜାର ଟଙ୍କା ସହ ସୁନ୍ଦର ଟ୍ରଫି ପ୍ରଦାନ କରାଯାଇଥିଲା। ଉକ୍ତ ଟୁର୍ଣ୍ଣାମେଣ୍ଟ ରେ ମୁଖ୍ୟ ଅତିଥି ଭାବେ ବିଜେପି ର ବରିଷ୍ଠ ନେତା ଚନ୍ଦ୍ରଭାନୁ ନାୟକ ( ପିଣ୍ଟୁ ) ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଜଗଦୀଶ ମାଝୀ, ଗିରି ପାଣ୍ଡେ, ସନ୍ତୋଷ ରାଓ, ସୁଦାମ ତିୱାରୀ,ଦଲସାୟ ମାଝୀ, ଓ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ l

ମସିହା ନିୟୁଜ୍ ସର୍ଭିସ୍ 

Related posts

ଦଶହରା କପ୍ ରାତ୍ର କାଳୀନ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ରେ ତିନୋଟି ଦଳର ପ୍ରଦର୍ଶନ l ଉମରି ଦଳ ଚମ୍ପିୟାନ

Sunil Chandra Nayak

ହିରୋକପ୍ ହକି ପ୍ରତିଯୋଗିତା ସମ୍ପନ୍ନ

Sunil Chandra Nayak

Sumit Jain re-elected as Indian Deaf Cricket Association president:Here’s full election panel list.

masiha

Leave a Comment

error: Content is protected !!