ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମାଜ ରିଲିଫ କମିଟି ପକ୍ଷରୁ କ୍ଷତିଗ୍ରସ୍ତ ଅଞ୍ଚଳରେ ସହାୟତା

ସମାଜ ରିଲିଫ କମିଟି ପକ୍ଷରୁ କ୍ଷତିଗ୍ରସ୍ତ ଅଞ୍ଚଳରେ ସହାୟତା

  ମୟୂରଭଞ୍ଜ- ୨୩/୩ //  ମୟୂରଭଞ୍ଜ ଜିଲ୍ଲାର ବିଶୋଇ ବ୍ଲକ ଅନ୍ତର୍ଗତ ଖଡମବେଡା ଓ ଯୋଡ଼ିଆ ପଞ୍ଚାୟତ ର ୧୧ଟି ଗ୍ରାମରେ ଘଟି ଯାଇଥିବା ବିପର୍ଯ୍ୟୟ ରେ କ୍ଷତିଗ୍ରସ୍ତ ଗ୍ରାମ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ଆଜି ୩ଟି ଗ୍ରାମରେ ରିଲିଫ ପ୍ରଦାନ କରାଯାଇଛି।

ରିଲିଫ କମିଟି ଅଧ୍ୟକ୍ଷ ଡ଼ ପ୍ରଭାସ ଆଚାର୍ଯ୍ୟ ଙ୍କ ନେତୃତ୍ୱରେ ଏକ ରିଲିଫ ଦଳ ଆଜି ବିଶୋଇ ଠାରେ ପହଞ୍ଚି ବିଭିନ୍ନ ଅଞ୍ଚଳ ବୁଲି କ୍ଷତିଗ୍ରସ୍ତ ଲୋକଙ୍କ ସହିତ ମତ ବିନିମୟ କରିଥିଲେ।ଲଗାଣ ବର୍ଷା ଯୋଗୁଁ ମାଟି ଘର ମାନଙ୍କରେ ଜମା ହୋଇଥିବା କୁଢ଼ କୁଢ଼ ଅଳିଆ ଯୋଗୁଁ ସେମାନେ ବିଶେଷ ହଇରାଣ ହୋଉଥିବା ଓ ସମସ୍ତ ଆସବାବପତ୍ର ଭିଜି ଯାଇଥିବାରୁ ସେମାନେ ଦୁର୍ଦ୍ଦଶା ବଢୁଥିବା ଅଭିଯୋଗ କରିଥିଲେ।ଆଜି ପୁଣ୍ଡିଦା, କେଶର ଗାଡ଼ିଆ,ଅର୍ଗଳବିନ୍ଧା ଆଦି ତିନୋଟି ଗ୍ରାମରେ ଶତାଧିକ ବ୍ୟକ୍ତିଙ୍କୁ ବିଭିନ୍ନ ଖାଦ୍ୟ ସାମଗ୍ରୀ ଯଥା ଚୂଡ଼ା ଚିନି ବିସ୍କୁଟ, ଗୁଣ୍ଡକ୍ଷୀର,ମହମବତୀ ସମ୍ବଳିତ ପୁଡ଼ିଆ ପ୍ରଦାନ କରାଯାଇଛି।ଏହି ରିଲିଫ ଦଳରେ ରିଲିଫ କମିଟି ସଦସ୍ୟ ମହେଶ ମଲ୍ଲ, ସ୍ୱେଚ୍ଛାସେବୀ ନାରାଣ ମିଶ୍ର, ତଥା ସାମ୍ବାଦିକ ଶାଶ୍ୱତ ଶର୍ମା ପ୍ରମୁଖ ସହାୟତା କରିଥିଲେ।ଡ଼ ଆଚାର୍ଯ୍ୟଙ୍କ ସହିତ ନଗର ଉନ୍ନୟନ ମନ୍ତ୍ରୀ ଡ଼ କୃଷ୍ଣଚନ୍ଦ୍ର ମହାପାତ୍ର, ପୂର୍ବତନ ମନ୍ତ୍ରୀ ସୁଦାମ ମାର୍ଣ୍ଡି ତଥା ପୂର୍ବତନ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଡା ଦେବାଶିଷ ମାର୍ଣ୍ଡି ପ୍ରମୁଖ ଙ୍କ ସହିତ ଆଲୋଚନା କରିବା ସହିତ ସମାଜ ରିଲିଫ କମିଟିର ତୁରନ୍ତ ସହାୟତା କାର୍ଯ୍ୟକ୍ରମ ର ପ୍ରଶଂସା କରିଥିଲେ।ସ୍ଥାନୀୟ ବିଜେପି ନେତା ସଂଜୀବ ମହାନ୍ତି ମଧ୍ୟ ଉପସ୍ଥିତ ଥିଲେ

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ମସିହା ନିଉଜ

Related posts

କୋକସରା ଠାରେ କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ କ୍ରାନ୍ତି ଯାତ୍ରା 

Sunil Chandra Nayak

ଦୁବୁଲାବେଡା( ଵିକାଶନଗର)ରେ ଧୂମଧାମରେ ଗଜଲକ୍ଷ୍ମୀ ପୂଜା

masiha

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ଓଡ଼ିଶା ଦିବସ ପାଳନ

masiha

Leave a Comment

error: Content is protected !!