ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜାତଳା ବିଡିଓ ଙ୍କୁ ଦାବି ପତ୍ର 

ବିଜାତଳା ବିଡିଓ ଙ୍କୁ ଦାବି ପତ୍ର 

 ମୟୂରଭଞ୍ଜ -୨୫/୦୩ // ମୟୁରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକ ର ମାଣିକପୁର ପଂଚାୟତ କୁଞ୍ଜକଚା ଗାଁ ପାଇଁ ଗୁରୁବାର ରାତ୍ରିଥିଲା କାଳରାତ୍ରି l ଗୁରୁବାର ରାତ୍ରି 7:30ଟା ପାଖାପାଖି ସମୟରେ ଅଦିନିଆ କାଳ ବୈଶାଖୀ ପ୍ରଭାବ ରେ ହଠାତ ଆକାଶ ରେ କଳା ହାଣ୍ଡିଆ ମେଘ ଆସି ରଚି ଥିଲା ତାଣ୍ଡବଲୀଳା l କୁଆପଥର ମାଡ଼ ରେ ମାଣିକପୁର ପଞ୍ଚାୟତ ର କୁଞ୍ଜକଚା ଗାଆଁ ଭୀଷଣ ଭାବେ ପ୍ରଭାବିତ ହୋଇଛି। ଅଧିକାଂଶ ଘରର ଚାଳ ଛପର ଉଡ଼ିବା ସହିତ କାନ୍ଥ ଭୁଶୁଡ଼ି ଯାଇଛି lଶୁକ୍ରବାର ଦିନ ସକାଳୁ ମାଣିକପୁର ପଂଚାୟତ ର ସରପଞ୍ଚ ସୁଶାନ୍ତ କୁମାର ମୁଣ୍ଡା ଏବଂ ପାଟପୁର ଆରଆଇ ଲଷ୍ମୀଧର ମଣ୍ଡଳ କୁଞ୍ଜକଚା ଗାଁ କୁ ଯାଇ ଦ୍ୱାର ଦ୍ୱାର ଯାଇ ସର୍ଭେ କରିଥିଲେ lପାଟପୁର ଆରଆଇ ଲଷ୍ମୀଧର ମଣ୍ଡଳ କୁଞ୍ଜକଚା ଗାଁ କୁ ପ୍ରାୟ 47ଟି ତ୍ରିପାଲ ଦେଇଛନ୍ତି lଆଜି କୁଞ୍ଜକଚା ଗ୍ରାମବାସୀ ଏବଂ ମାଣିକପୁର ପଂଚାୟତ ର ସରପଞ୍ଚ ସୁଶାନ୍ତ କୁମାର ମୁଣ୍ଡା ବିଜାତଳା ବିଡ଼ିଓ ଙ୍କୁ ଭେଟି କ୍ଷୟକ୍ଷତି ହୋଇଥିବା ବାବଦକୁ ସଠିକ ଭାବେ ଅନୁଧ୍ୟାନ କରି ସହାୟତା ଯୋଗାଇ ଦେବା ପାଇଁ ଦାବି ପତ୍ର ପ୍ରଦାନ କରିଛନ୍ତି l

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ମସିହା ନିଉଜ

Related posts

5T  ସ୍କୁଲ ରୁପାନ୍ତରିତ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ନିଶା ଦ୍ରବ୍ୟର ସେବନ ତଥା ଅବୈଧ କାରବାର ବିରୋଧ ଆନ୍ତର୍ଜାତୀୟ ଦିବସ

Sunil Chandra Nayak

ଡାବୁଗାଁରେ ସୁରକ୍ଷା ସପ୍ତାହ ପାଳିତ 

masiha

Leave a Comment

error: Content is protected !!