ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରସନ୍ନ ପାଟ୍ଟଶାଣୀ ଙ୍କ ଖଣ୍ଡାୟତ କ୍ଷତ୍ରିୟ ମହାସଭା ପରିଦର୍ଶନ

ପ୍ରସନ୍ନ ପାଟ୍ଟଶାଣୀ ଙ୍କ ଖଣ୍ଡାୟତ କ୍ଷତ୍ରିୟ ମହାସଭା ପରିଦର୍ଶନ

ରାଉରକେଲା: ପ୍ରାକ୍ତନ ସାଂସଦ, ପ୍ରାକ୍ତନ ମନ୍ତ୍ରୀ ତଥା ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭା ର ରାଜ୍ୟ ସଭାପତି ଡ଼ ପ୍ରସନ୍ନ ପାଟ୍ଟଶାଣୀ ରାଉରକେଲା ଗସ୍ତରେ ଆସି ଆଇଟିଆଇ ଛକ ନିକଟସ୍ଥ ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭା ପରିଦର୍ଶନରେ ଆସିଥିଲେ। ଡ ପାଟ୍ଟଶାଣୀ ଙ୍କ ସାଥିରେ ପୃଥ୍ବୀ କ୍ଷତ୍ରିୟ ମହାସଂଘର ସଭାପତି ପ୍ରଫେସର ଡ କିଶୋର ଦେବୀଦତ୍ତ ପୃଥ୍ୱୀରାଜ ପ୍ରତାପ ସିଂହ ଓ ମହାସଭାର ଉପସଭାପତି ଋଷିନାଥ ବିଶ୍ବାଳ ପ୍ରମୁଖ ହକିଛକ ନିକଟରେ ପହଞ୍ଚିବା ପରେ ସେଠାରେ ଉତ୍କଳ କୁମାର ବିଶ୍ବାଳ, ରଞ୍ଜିତ ବିଶ୍ବାଳ, ରଞ୍ଜନ ସିଂ, ବିଭୁତି ପାଇକରାୟ,ମାନସ ଦାସ ଙ୍କ ନେତୃତ୍ବରେ ଶତାଧିକ କର୍ମୀ ପହଞ୍ଚି ଡ ପାଟ୍ଟଶାଣୀ,ଡ ପ୍ରତାପ ସିଂହ, ଶ୍ରୀ ବିଶ୍ବାଳ ଙ୍କୁ ପୁଷ୍ପଗୁଛ ଓ ପୁଷ୍ପମାଲ୍ୟ ଅର୍ପଣ କରି ଉଛ୍ବସିତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ସେଠାରୁ ଏକ ଶୋଭାଯାତ୍ରାରେ ମହାସଭା କାର୍ଯ୍ୟାଳୟ ପର୍ଯ୍ୟନ୍ତ ପାଛୋଟି ନିଆଯାଇଥିଲା। ଡ ପାଟ୍ଟଶାଣୀ ଓ ଡ ପ୍ରତାପ ସିଂହ ଅନୁଷ୍ଠାନକୁ ଅଧିକ କ୍ରିୟାଶୀଳ କରିବା, ସମସ୍ତଙ୍କ ମଧ୍ୟରେ ଐକ୍ୟବଦ୍ଧତା ଓ ଯୁବ ନେତୃତ୍ବର ଆବଶ୍ୟକତା ତଥା ମହାସଭାର ବିଭିନ୍ନ ସମସ୍ୟାର ପ୍ରତିକାର ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ମହାସଭାର ପ୍ରାକ୍ତନ ସମ୍ପାଦକ ସ୍ବର୍ଗତ ନୃସିଂହ ଜେନାଙ୍କ ସ୍ଥାନରେ ଯୁବନେତା ରଞ୍ଜିତ ବିଶ୍ବାଳ ଙ୍କୁ ସମ୍ପାଦକ ଦାୟିତ୍ବ ସର୍ବସମ୍ମତିକ୍ରମେ ସମ୍ପାଦକ ଦାୟିତ୍ବ ଅର୍ପଣ କରାଯାଇଥିଲା। ଏଥିପାଇଁ ଶ୍ରୀ ବିଶ୍ବାଳ ସମସ୍ତଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇବା ସହ ଅନୁଷ୍ଠାନକୁ ଶକ୍ତିଶାଳୀ କରିବା ପାଇଁ ପ୍ରତିଶ୍ରୁତି ବଦ୍ଧ ହୋଇଥିଲେ। ଏହା ସହ ଡ ପାଟ୍ଟଶାଣୀ ଓ ସମସ୍ତ କର୍ମକର୍ତ୍ତା ଆଇଟିଆଇ ସ୍ଥିତ ତାରିଣୀ ମନ୍ଦିର ଓ ସେକ୍ଟର ୧୬ର ସୂର୍ଯ୍ୟ ନନ୍ଦିନୀ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଲାଲୁ ଛେତ୍ରୀ,ସିଲୁ ଦାସ,ଆଲୋକ ମାହତୋ,କିଶନ ସିଂ,ବଣ୍ଟି ସିଂ,ରୋଷନ ସିଂ, ଅନୀଲ ମହାନନ୍ଦ,ଲଖନ ଲୋହାର,ମୋତି ସିଂ,କୈ।ଶଲ୍ୟା, ସୁସ୍ମିତା, ସୁଷମା, ନାରାୟଣୀ,ଦିବ୍ୟା ତଥା ମହାସଭାର ମୁଖପାତ୍ର କୁଞ୍ଜବିହାରୀ ରାଉତ ପ୍ରମୁଖ ଙ୍କ ସହ ଶତାଧିକ ଭାଇ ଓ ମହସଭା ନିକଟରେ ଥିବା ସମସ୍ତ ଦୋକାନୀ ଭାଇ ମାନେ ଉପସ୍ଥିତ ଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଅବ୍ୟବସ୍ଥା ମଧ୍ୟରେ ବନ୍ଧୁଗାଁ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର 

masiha

ପ୍ରଧାନ ଶିକ୍ଷକ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

Sunil Chandra Nayak

ଚାଷୀଙ୍କ ସମସ୍ୟା ସମାଧାନ ପାଇଁ ୨୫ କିମି ପଦଯାତ୍ରାରେ ଗର୍ଜିଲେ ଚାଷୀ। ଶସ୍ୟବୀମାରେ ଅନିୟମିତତା, ଏଗ୍ରିଷ୍ଟାକ୍ ବ୍ୟବସ୍ଥା ଓ ସାର କଳାବଜାରୀ ନେଇ ଅଭିଯୋଗ

Sunil Chandra Nayak

Leave a Comment

error: Content is protected !!