ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧୋଡ୍ରା ଠାରେ ୨×୫ ଏମ୍ ଭି.ଏ, ୩୩/୧୧ କେ ଭି ପ୍ରାଥମିକ ସବ ଷ୍ଟେସନ ଶୁଭ ଉଦଘାଟନ 

ଧୋଡ୍ରା ଠାରେ ୨×୫ ଏମ୍ ଭି.ଏ, ୩୩/୧୧ କେ ଭି ପ୍ରାଥମିକ ସବ ଷ୍ଟେସନ ଶୁଭ ଉଦଘାଟନ 

ନବରଙ୍ଗପୁର:(୨୪/୦୩/୨୫)(ରବି ନାରାୟଣ ମହାନ୍ତି) ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଧୋଡ୍ରା ଠାରେ ଓଡିଶା ସରକାର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ଝରିଗାଁ ବିଧାୟକ ନରସିଂହ ଭତରା ଓ ନବରଙ୍ଗପୁର ଜିଲ୍ଲାପାଳ ଡାଃ ଶୁଭଙ୍କର ମହାପାତ୍ର ଯୋଗଦେଇ ୩୩/୧୧ କେଭି ପ୍ରାଥମିକ ସବ ଷ୍ଟେସନ ଶୁଭ ଉଦଘାଟନ କରିଥିଲେ l ଟାଟାପIୱାର ଓ ଓଡିଶା ସରକାରଙ୍କ( ଓ ଡି ଏସ ଏସ ପି )ପକ୍ଷର ନୁତନ ପ୍ରIଇମେରୀ ସବ ଷ୍ଟେସସନ( ପି ଏସ ଏସ )କାର୍ଯ୍ୟ କ୍ଷମ ହୋଇଛି I ୩୩/୧୧ କେଭି କ୍ଷମତା ବିଶିଷ୍ଟ ଟ୍ରାନ୍ସଫର୍ମର ଥିବା ଏହି ସବ ଷ୍ଟେସନ କାର୍ଯ୍ୟକ୍ଷମ ହେବା ପରେ ବର୍ତମାନ ଝରୀଗାଁ ଓ ଉମରକୋଟ ପିଏସଏସ ଉପରେ ଥିବା ଲୋଡ଼ ହ୍ରIସ ପାଇବା ଫଳରେ ୧୨୦୦୦ ଉର୍ଦ୍ଧ ଉପଭୋକ୍ତI ଗୁଣାମତ୍କ ବିଜୁଳି ସେବା ପାଇ ପାରିବେ ବୋଲି ଜଣା ପଡୁଛି l ଝରୀଗାଁ ବ୍ଲକ ଧୋଡ୍ରା, ଭିକ୍ଷା, ବୋକଡାବେଡା, ଛାତିଗୁଡା, କାନାକୋଟ, ଡ଼ଙ୍ଗରି ଗୁଡା ଓ ଉମରକୋଟ ବ୍ଲକ ର ବଡ଼ଭରଣ୍ଡୀ, କାରIଗାଁ, ମୁଣ୍ଡି ଗୁଡା, ଭଣ୍ଡାରୀ ଗୁଡା ପଂଚାୟତବାସୀ ଭୋଲ୍ଟେଜ ସମସ୍ୟା ଦୁର ହେବା ସହ ଘରୋଇ ଉପଭୋକ୍ତା, ବ୍ୟବସାୟୀ, ଚାଷୀ ଅନ୍ୟାନ୍ୟ ଗୁରୁତ୍ୱ ପୂର୍ଣ୍ଣ ଅନୁଷ୍ଠାନକୁ ଭରସା ଯୋଗ୍ୟ ଏବଂ ଉନ୍ନତ ମାନର ବିଜୁଳି ଯୋଗାଣ ସମ୍ଭବ ହୋଇ ପାରିଛି, ଏହିଁ କାର୍ଯ୍ୟକ୍ରମ ରେ ମନ୍ତ୍ରୀ ପ୍ରତିନିଧି ଅଶୋକ ପାଢ଼ୀ, ସାଂସଦ ପ୍ରତିନିଧି ବାସନ୍ତୀ ମାଝୀ, ବିଧାୟକ ପ୍ରତିନିଧି ସୋନା ମାଝୀ, ଇଂ ମନ୍ମଥ ନାଥ ମିଶ୍ର (ଏସ ଇ ଇ ସି )ଜୟପୁର, ଇଂ -ଅଶୋକ କୁମାର ରାଉତ (ଇ ଇ)ନବରଙ୍ଗପୁର, ଏସଡିଓ ସ୍ୱରୂପ କୁମାର ପାତ୍ର, ଉମରକୋଟ ସହ ବିଜେପି ର କାର୍ଯ୍ୟକର୍ତ୍ତା ବୃନ୍ଦ ଯୋଗ ଦେଇଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ମୋଟର ସାଇକେଲ ଦୁର୍ଘଟଣା, ଯୁବକ ଆହତ 

masiha

ବଳଦିଆମାଲ ଏମକେଏମସିଇ ସ୍କୁଲ୍ ର ବାର୍ଷିକ ଉତ୍ସବ ଅନୁଷ୍ଠିତ

Sunil Chandra Nayak

ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ଦୀର୍ଘଦିନର ଦାବୀ ଜଣାଇ ଫେରିଲେ ନବରଙ୍ଗପୁର ର ରାଜ୍ୟ କର୍ମକର୍ତ୍ତା

masiha

Leave a Comment

error: Content is protected !!