ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୩୦ ରୁ ପରବାଙ୍ଗି ମହିମା ମେଳା ୨୦୨୫

୩୦ ରୁ ପରବାଙ୍ଗି ମହିମା ମେଳା ୨୦୨୫

ନର୍ଲା,୨୬|୩: ନର୍ଲା ବ୍ଲକ ଅନ୍ତର୍ଗତ ସତ୍ୟ ମହିମା ଆଶ୍ରମ ପରବାଙ୍ଗି ଠାରେ ବିଶ୍ୱଶାନ୍ତି ବ୍ରହ୍ମଯଜ୍ଞ ମହିମା ମେଳା ମହୋତ୍ସବ-୨୦୨୫ ଅନୁଷ୍ଠିତ ହେବ। ଆଶ୍ରମର ମଠାଧୀଶ ସାଧୁ ପ୍ରଭାକର ଦାସଙ୍କ ପ୍ରତକ୍ଷ୍ୟ ତତ୍ବାବଧାନରେ ଏନେଇ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଏହି ବ୍ରହ୍ମଯଜ୍ଞ ମହିମା ମେଳା ମହୋତ୍ସବ ଆସନ୍ତା ମାର୍ଚ୍ଚ ୩୦ ଠାରୁ ଆରମ୍ଭ ହୋଇ ଅପ୍ରେଲ ୧ ପର୍ଯ୍ୟନ୍ତ ଚାଲିବ। ପ୍ରତିବର୍ଷ ରାଷ୍ଟ୍ରିୟ ହିନ୍ଦୁ ନବବର୍ଷର ଶୁଭ ଅବସରରେ ପରବାଙ୍ଗି ମହିମା ଆଶ୍ରମରେ ସାଧୁ ସନ୍ଥ, ମହାତ୍ମା, ସଜ୍ଜନ ବୃନ୍ଦ ତଥା ବିଶ୍ବବାସୀ ଭଗବତ୍ ପ୍ରେମୀ ଶ୍ରୋତା, ବକ୍ତା, ଦାତା ଓ ଧର୍ମ ପିପାଷୁ ବୃନ୍ଦଙ୍କ ସହଯୋଗରେ ମହିମା ମେଳା ଚାଲି ଆସୁଛି। ଚଳିତ ବର୍ଷ ଏହି ବ୍ରହ୍ମଯଜ୍ଞରେ ବ୍ରହ୍ମ ଅବଧୂତ ଭଗବାନ ଦାସଙ୍କ ସମେତ ମହିମା ଧର୍ମାବଲମ୍ବୀ ସିଦ୍ଧ, ସାଧୁ, ବୈରାଗୀ ଓ ଭକ୍ତବୃନ୍ଦ ଯୋଗଦେବେ। ମାର୍ଚ୍ଚ ୩୦ ରବିବାର ଦିନ ସକାଳ ୮ ଘଣ୍ଟା କଳସ ଯାତ୍ରା, ସନ୍ଧ୍ୟା ୬ ଘଣ୍ଟା ବ୍ରହ୍ମଧୂନି ସ୍ଥାପନ ଓ ଯଜ୍ଞାରମ୍ଭ, ରାତ୍ର ୮.୩୦ ପ୍ରବଚନ, ଅହୋରାତ୍ର ନାମ ଭଜନ ଓ ସଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏହାପରେ ମାର୍ଚ୍ଚ ୩୧ ସୋମବାର ଦିନ ବ୍ରାହ୍ମ ମୂହୁର୍ତ୍ତରେ ମହାପ୍ରସାଦ ଅର୍ପଣ, ଦିବା ‌୮ଘଣ୍ଟା ଭଜନ ଓ ପ୍ରବଚନ ଅନୁଷ୍ଠିତ ହେବ। ଏହି ମେଳାର ଅନ୍ୟତମ ଆକର୍ଷଣ ଭାବେ ବରଗଡ଼ ଜିଲ୍ଲାର କଳାକାରମାନେ ରାତ୍ର ୮ଘଣ୍ଟାରୁ ଖଞ୍ଜଣୀ ବୈଠକି ପରିବେଷଣ କରିବେ। ଅପ୍ରେଲ ୧ ମଙ୍ଗଳବାର ସକାଳ ୮ ଘଣ୍ଟା ପୂର୍ଣାହୁତି ସହ ୨୦୨୫ ମହିମା ମେଳା କାର୍ଯ୍ୟକ୍ରମର ସମାପନ ହେବ। ସତ୍ୟ ମହିମା ଆଶ୍ରମ ପରବାଙ୍ଗିର ମଠାଧୀଶ ସାଧୁ ପ୍ରଭାକର ଦାସ କାର୍ଯ୍ୟକ୍ରମର ସବିଶେଷ ସୂଚନା ଦେବାସହ ଏହି ଧାର୍ମିକ କାର୍ଯ୍ୟରେ ସମସ୍ତଙ୍କ ଉପସ୍ଥିତି କାମନା କରିଛନ୍ତି। 

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

RAYAGADA: MAFIA SMUGGLES VALUABLE TIMBER AMIDST FOREST FIRE UNDER RAYAGADA FOREST RANGE

masiha

୨୦୧୭ ମାଟ୍ରିକ ବ୍ୟାଚର ବନ୍ଧୁ ପାଇଁ ଦିନଟିଏ କାର୍ଯ୍ଯକ୍ରମ ଅନୁଷ୍ଠିତ 

Sunil Chandra Nayak

ଧୁମଧାମରେ ପାଳିତ ହେଲା ହିନ୍ଦୁ ନବବର୍ଷ 

masiha

Leave a Comment

error: Content is protected !!