ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବୋଦୟ ପରୀକ୍ଷାରେ ଦୁଇଜଣ କୃତକାର୍ଯ୍ୟ ଛାତ୍ର

ନବୋଦୟ ପରୀକ୍ଷାରେ ଦୁଇଜଣ କୃତକାର୍ଯ୍ୟ ଛାତ୍ର

ଜୁନାଗଡ଼-୨୬/୦୩(ମ ନି ସ) କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଗୋଲାମୁଣ୍ଡାର ଦୁଇ ଜଣ ଛାତ୍ର ୨୦୨୫-୨୬ ଶିକ୍ଷା ବର୍ଷ ଷଷ୍ଠ ଶ୍ରେଣୀ ନବୋଦୟ ପ୍ରବେଶିକା ପରୀକ୍ଷାରେ ହେଲେ କୃତକାର୍ଯ୍ୟ । ଗ୍ରୀଣ୍ଡୋଲ ଗ୍ରାମର ମହେନ୍ଦ୍ର ମାଝୀଙ୍କ ପୁଅ ଯଶୋବନ୍ତ ମାଝୀ ଓ କାନ୍ଦୁଲଡଙ୍ଗରୀ ଗ୍ରାମର ଉପେନ୍ଦ୍ର ମଲ୍ଲିକଙ୍କ ପୁଅ ରୋଶନଜିତ ମଲ୍ଲିକ ଜବାହାର ନବୋଦୟ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ବିଦ୍ୟାଳୟ ତଥା ନିଜ ପରିବାର ପାଇଁ ଗୌରାବଣିତ କରିଛନ୍ତି । ବିଭିନ୍ନ ମହଲରେ ପ୍ରଶଂସାର ଛୁଅ ଛୁଟୁଛି । ବିଦ୍ୟାଳୟର ସମସ୍ତ ପରିଚାଳନା ସମିତି, ଗୁରୁଜୀ ଗୁରୁମାମାନଙ୍କର ପରିଶ୍ରମ ଫଳ ବୋଲି କୃତକାର୍ଯ୍ୟ ହୋଇଥିବା ଅଭିଭାବକମାନେ ପ୍ରଶଂସା କରୁଥିବା ଜଣାପଡିଛି । କୃତି ଛାତ୍ରମାନଙ୍କୁ ବିଭିନ୍ନ ମହଲରେ ପ୍ରଶଂସା ଓ ଶୁଭେଚ୍ଛାର ସୁଅ ଛୁଟୁଛି । ଦୁଇଜଣ କୃତି ଛାତ୍ର ନିଜ ପ୍ରତିକ୍ରିୟାରେ ପ୍ରଶାସନିକ ଅଧିକାରୀ ହେବାପାଇଁ ଲକ୍ଷ ରଖିଛନ୍ତି ।

ଜୁନାଗଡ଼ ନିର୍ବାଚନ ମଣ୍ଡଳୀରୁ ଜଗ ଜ୍ଜୀ ବନ ସାଙ୍କ ରିପୋର୍ଟ।

Related posts

ଉମରକୋଟ ବ୍ଲକ ସେମେଲା ଗ୍ରାମ ପଞ୍ଚାୟତରେ ଡାହାଣୀ ପ୍ରଥା, ଅନ୍ଧବିଶ୍ୱାସ ଓ ତଦଜନିତ ହିଂସା ନିବାରଣ ନିମନ୍ତେ ସଚେତନତା କର୍ମଶାଳା

Sunil Chandra Nayak

କୈବଲ୍ୟ ସାହିତ୍ୟ ସଂସଦର ବଡ଼ଦାଣ୍ଡ ସମ୍ମାନ ସମାରୋହ

Sunil Chandra Nayak

ବାଇକ ଦୁର୍ଘଟଣାଗ୍ରସ୍ତ 2 ଗୁରୁତର 

Sunil Chandra Nayak

Leave a Comment

error: Content is protected !!