ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଃଶୁଳ୍କ ମେଗା ସ୍ବାସ୍ଥ୍ୟ ପରାମର୍ଶ ଶିବିର ଆସନ୍ତା ୩୦ ରେ ……

ନିଃଶୁଳ୍କ ମେଗା ସ୍ବାସ୍ଥ୍ୟ ପରାମର୍ଶ ଶିବିର ଆସନ୍ତା ୩୦ ରେ ……

ରାଉରକେଲା: ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭା, ଇସ୍ପାତ ନଗର କମିଟି, ସେକ୍ଟର ୩ ଓ ହାଇଟେକ୍ ମେଡିକାଲ କଲେଜ, ରାଉରକେଲା ର ମିଳିତ ଆନୁକୂଲ୍ୟରେ ନିଃଶୁଳ୍କ ମେଗା ସ୍ବାସ୍ଥ୍ୟ ପରାମର୍ଶ ଶିବିର ସେକ୍ଟର ୩ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଥିବା ଖଡ୍ଗ ଭବନ ଠାରେ ଆସନ୍ତା ୩୦ ତାରିଖ ରବିବାର ଦିନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଶିବିରରେ ଚକ୍ଷୁ ରୋଗ ବିଶେଷଜ୍ଞ, ଭେଷଜ ରୋଗ ବିଶେଷଜ୍ଞ, ଅସ୍ତ୍ରୋପଚାର ବିଶେଷଜ୍ଞ, ଶିଶୁ ରୋଗ ବିଶେଷଜ୍ଞ,ହାଡ ରୋଗ ବିଶେଷଜ୍ଞ, ଗ୍ୟାଷ୍ଟିକ ବିଶେଷଜ୍ଞ ମାନେ ଯୋଗଦେବେ ବୋଲି ହସ୍ପିଟାଲ ତରଫରୁ ସୂଚନା ମିଳିଛି। ଏହାସହ ଆବଶ୍ୟକୀୟ ପରାମର୍ଶ ମଧ୍ୟ ଦିଆଯିବ। ଏହି କାର୍ଯ୍ୟକ୍ରମ ସକାଳ ସାଢେ଼ ୯ ଠାରୁ ଉଁ ଆରମ୍ଭ ହୋଇ ଅପରାହ୍ନ ୧ ଟା ପର୍ଯ୍ୟନ୍ତ ଚାଲିବ। ତେଣୁ ଖଣ୍ଡାୟତ କ୍ଷତ୍ରିୟ ମହାସଭାର ସମସ୍ତ ସଦସ୍ୟ ଓ ଆଖପାଖରେ ରହୁଥିବା ସହରବାସୀ ଏହାର ସୁଯୋଗ ନେବାପାଇଁ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ର କୁମାର ନାୟକ, ସମ୍ପାଦକ ଶଶଧର ପାତ୍ର ଅନୁରୋଧ କରିଛନ୍ତିି। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଆଦିତ୍ୟ ଆଲୁମିନା ପକ୍ଷରୁ କଂସାରୀଗୁଡା ଅଞ୍ଚଳରେ ‘ନିରୋଗଶାଳା’ ଉଦ୍‌ଘାଟିତ

masiha

ଆନ୍ତର୍ଜାତୀୟ ଗ୍ରୀନ ଆର୍ମି କମାଣ୍ଡେଣ୍ଟ ଏଓ୍ବାର୍ଡ ପାଇଲେ ନିଶୀଗନ୍ଧା ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ବଳରାମ ତରାଇ

Sunil Chandra Nayak

ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ; ମ.ରାମପୁର ପଞ୍ଚାୟତ ସମିତି

masiha

Leave a Comment

error: Content is protected !!