ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିଶୁବାଟିକା ପାଇଁ ସଚେତନତା ଶୋଭାଯାତ୍ରା

ଶିଶୁବାଟିକା ପାଇଁ ସଚେତନତା ଶୋଭାଯାତ୍ରା 

ପ୍ରବେଶ ଉତ୍ସବ ଓ ଖଡିଛୁଆଁ ଲାଗି ବାଣ୍ଟିଲେ ନିମନ୍ତ୍ରଣ :
ଫ୍ଲା କାର୍ଡ ଓ ବ୍ୟାନର ମାଧ୍ୟମରେ ସହର ପରିକ୍ରମା କଲେ ଗୁରୁ ଛାତ୍ରୀଛାତ୍ର :

ଢେଙ୍କାନାଳ / ତା ୨୯.୦୩.୨୦୨୫ ରିଖ : ନୂଆ ଶିକ୍ଷା ବର୍ଷ ଏପ୍ରିଲ ୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି l ଜାତୀୟ ଶିକ୍ଷାନୀତିର ସୁପାରିଶ ଅନୁସାରେ ପ୍ରାଥମିକ ଶିକ୍ଷାକୁ ଆଦ୍ୟ କୈଶୋର ଶିକ୍ଷା ସହ ଯୋଡ଼ାଯାଉଛି l ଏଥିଲାଗି ପ୍ରଥମ ଶ୍ରେଣୀ ପୂର୍ବରୁ ଶିଶୁବାଟିକା ଶ୍ରେଣୀ ସବୁ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟକ୍ଷମ ହେବ l ସେପ୍ଟେମ୍ବର ୧ ତାରିଖ ସୁଦ୍ଧା ପିଲାର ବୟସ ୫ ବର୍ଷରୁ ଅଧିକ ହୋଇଥିଲେ ଶିଶୁବାଟିକା ଶ୍ରେଣୀରେ ଓ ୬ ବର୍ଷରୁ ଅଧିକ ହୋଇଥିଲେ ପ୍ରଥମ ଶ୍ରେଣୀରେ ନାମ ଲେଖାଇବେ l ପିଲାଙ୍କ ଅଭିଭାବକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଦତ୍ତ ନିମନ୍ତ୍ରଣ ବଣ୍ଟାଚାଲିଛି ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁରେ ବିଦ୍ୟାଳୟ ସହ ସାମିଲ ହେବାକୁ l ଏପ୍ରିଲ ୨ ରୁ ୪ ତାରିଖ ପର୍ଯ୍ୟନ୍ତ ବିଦ୍ୟାଳୟ ଗୁଡିକରେ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ ଓ ସେଥିପାଇଁ ବିଦ୍ୟାଳୟ ଗୁଡିକ ପ୍ରସ୍ତୁତି ଚଳେଇଥିବା ବେଳେ ଗୋଷ୍ଠୀ ସଚେତନତା ସୃଷ୍ଟି କରିବା ପାଇଁ ଆଜି ପୂର୍ବାହ୍ନରେ ସ୍ଥାନୀୟ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ତରଫରୁ ଏକ ସଚେତନତା ଶୋଭାଯାତ୍ରା ଆୟୋଜନ କରାଯାଇଥିଲା l ପ୍ରଶିକ୍ଷଣ ପ୍ରତିଷ୍ଠାନର “ମୋ କର୍ତ୍ତବ୍ୟ” ଉପଦେଷ୍ଟା ବିନ୍ଦୁ ବେହୁରିଆଙ୍କ ତତ୍ୱାବଧାନରେ ଛାତ୍ରଛାତ୍ରୀମାନେ ପ୍ଲା କାର୍ଡ ଧରି ସ୍ଲୋଗାନ କହି ସହର ପରିକ୍ରମା କରିଥିଲେ l ଅବୈତନିକ ସାମାଜିକ ଗଣମାଧ୍ୟମ ପର୍ଯ୍ୟବେକ୍ଷକ ତଥା ବରିଷ୍ଠ ଶିକ୍ଷାବିତ୍ ଡ଼ା ଦେବୀ ପ୍ରସାଦ ମିଶ୍ରଙ୍କ ଉପସ୍ଥିତିରେ ଶୋଭାଯାତ୍ରାକୁ ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ବିନିତା ସେନାପତି ଓ ପ୍ରତିଷ୍ଠାନର ଅଧ୍ୟକ୍ଷ ଲକ୍ଷ୍ମଣ କୁମାର ସାହୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ଶୋଭାଯାତ୍ରା ପ୍ରଶିକ୍ଷଣ ପ୍ରତିଷ୍ଠାନରୁ ବାହାରି ଅମଲାପଡା, କଚେରୀ ରାସ୍ତା,ମହିଳା ମହାବିଦ୍ୟାଳୟ, ରଥାଗଡା ପରିବା ମାର୍କେଟ,ଗଣେଶ ବଜ଼ାର ଓ ବସ୍ ଷ୍ଟାଣ୍ଡ ଦେଇ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ପହଞ୍ଚିଥିଲା l ଏହି ରାଲିରେ ଅବୈତନିକ ସାମାଜିକ ଗଣମାଧ୍ୟମ ପର୍ଯ୍ୟବେକ୍ଷକ ତଥା ବରିଷ୍ଠ ଶିକ୍ଷାବିତ୍ ଡ଼ା ଦେବୀ ପ୍ରସାଦ ମିଶ୍ରଙ୍କ ଉପସ୍ଥିତିରେ ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ବିନିତା ସେନାପତି ଓ ପ୍ରତିଷ୍ଠାନର ଅଧ୍ୟକ୍ଷ ଲକ୍ଷ୍ମଣ କୁମାର ସାହୁଙ୍କ ସମେତ ଉଭୟ ବର୍ଷର ଗୁରୁଛାତ୍ରୀଛାତ୍ର,ଅଧ୍ୟାପିକା ସ୍ନେହଲତା ରାଜ,ସୌମ୍ୟା ପଟନାୟକ,କଲ୍ୟାଣୀ ସାହୁ,ପ୍ରତିଭା ଦଳେଇ,ହରପ୍ରିୟା ପୃଷ୍ଟି,ସ୍ଵାଗତିକା ସରଣ,ସୂଦୀପ୍ତା ମିଶ୍ର,ପ୍ରଭାତୀ ସ୍ୱାଇଁ, ମୋନାଲିଶା ପ୍ରଧାନ,ବନିତା ପ୍ରଧାନ,ଶିକ୍ଷକ କର୍ମଚାରୀ ଚିତ୍ତରଞ୍ଜନ ବେଉରା,ଚିତ୍ତରଞ୍ଜନ ପ୍ରଧାନ,ଲମ୍ବୋଦର ମାଝୀ,ଲିଲୀ ତ୍ରିପାଠୀ,ଉଷା ଜେନା ଓ ବିକ୍ରମ ସାହୁ ପ୍ରମୁଖ ସାମିଲ ହୋଇଥିଲେ l ଢେଙ୍କାନାଳ ଟାଉନ ଥାନାର ପୋଲିସ କର୍ମଚାରୀ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ l

ଡ଼ ଦେବୀ ପ୍ରାସାଦ ମିଶ୍ର ଙ୍କ ରିପୋର୍ଟ୍ 

 

Related posts

5ଟି ସ୍କୁଲ ପରିଦର୍ଶନ ସହ ଛାତ୍ରୀଙ୍କ ସହ ମଧ୍ୟାନ ଭୋଜନ କଲେ ଉପଜିଲାପାଳ ଏବଂ ବିଧାୟକ

Sunil Chandra Nayak

ଶିକ୍ଷାବିତ୍ ଚନ୍ଦ୍ରମଣି ମିଶ୍ରଙ୍କ ପରଲୋକ

masiha

ଜୀବିକା କ୍ଷୟ ଗ୍ରାମୀଣ ସ୍ତରରେ ପରିବେଶ ପୁନରୁଦ୍ଧାର ମାଧ୍ୟମରେ ସୁରକ୍ଷା ଓ ସ୍ଥାନୀୟ ସସ୍ଥାମାନ ଉପରେ ତାଲିମ

Sunil Chandra Nayak

Leave a Comment

error: Content is protected !!