ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋପବନ୍ଧୁ ପାଠାଗାର ଏବଂ ଗାୟତ୍ରୀ ଆର୍ଟ ଏଣ୍ଡ କ୍ରାଫ୍ଟର ବାର୍ଷିକ ଚିତ୍ରକଳା ପ୍ରଦର୍ଶନୀ

ଗୋପବନ୍ଧୁ ପାଠାଗାର ଏବଂ ଗାୟତ୍ରୀ ଆର୍ଟ ଏଣ୍ଡ କ୍ରାଫ୍ଟର ବାର୍ଷିକ ଚିତ୍ରକଳା ପ୍ରଦର୍ଶନୀ

ରାଉରକେଲା: ଗୋପବନ୍ଧୁ ପାଠାଗାର ଏବଂ ଗାୟତ୍ରୀ ଆର୍ଟ ଏଣ୍ଡ କ୍ରାଫ୍ଟର ମିଳିତ ସହଯୋଗରେ ଏକ ଚିତ୍ରକଳା ପ୍ରଦର୍ଶନୀ ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସକାଳ ୧୦.୩୦ ମି. ରେ ସେବା ନିବୃତ ଅଧ୍ୟକ୍ଷା ପ୍ରଫେସର ଡ. କଲ୍ୟାଣୀ ମିଶ୍ର, ଲଳିତ କଳା ଏକାଡେମୀର କାର୍ଯ୍ୟକାରୀ ସଦସ୍ୟ ଅକ୍ଷୟ କୁମାର ସାମଲ, ବିଶିଷ୍ଟ ଚିତ୍ରଶିଳ୍ପୀ ଗୋକୁଳାନନ୍ଦ ଦାଶ ଏବଂ ପାଠାଗାର ସଭାପତି ଇଂ. ନବଘନ ସାହୁ ଏହି ପ୍ରଦର୍ଶନୀକୁ ଫିତା କାଟି ଉଦ୍ଘାଟନ କରିଥିଲେ। ଅତିଥି ମାନେ ପ୍ରଦର୍ଶିତ ଚିତ୍ର କଳା ଗୁଡିକ ପରିଦର୍ଶନ କରି ଆନନ୍ଦିତ ହେବାସହ ଗାୟତ୍ରୀ ଆର୍ଟ ଏଣ୍ଡ କ୍ରାଫ୍ଟର ଅଧ୍ୟକ୍ଷା ଶକ୍ତିପ୍ରଦା ଜେନା ଏବଂ ସହଯୋଗୀ ସାମ୍ପ୍ରତନୀ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠାନର କୁନି କୁନି ଚିତ୍ରଶିଳ୍ପୀ ମାନଙ୍କର ଏହି ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ। ଏହି ଅବସରରେ ପ୍ରଫେସର ଡ. ଗିରିଜା ଶଙ୍କର ଗୋସ୍ବାମୀ, ଲକ୍ଷ୍ମଣ ନାଥ ଦାସ, ହରିହର ଶତପଥୀ, ହରିହର ନାୟକ, କୈଳାଶ ଚନ୍ଦ୍ର ସାମଲ, ସୁବାସ ଚନ୍ଦ୍ର ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମରେ ସହାୟତା କରିଥିବାବେଳେ ପାଠାଗାରର କର୍ମକର୍ତ୍ତା, ବହୁ ସଦସ୍ୟ – ସଦସ୍ୟା, ଅଭିଭାବକ ଏବଂ କଲୋନୀର ଶତାଧିକ କଳା ପ୍ରେମୀ ଜନସାଧାରଣ ଯୋଗ ଦେଇ ଚିତ୍ରକଳା ଗୁଡ଼ିକୁ ପରିଦର୍ଶନ କରି ଭୂୟସୀ ପ୍ରଶଂସା କରିଥିଲେ ।ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପାଠାଗାର ସହାୟତରେ ଗାୟତ୍ରୀ ଆର୍ଟ ଏଣ୍ଡ କ୍ରାଫ୍ଟ ପ୍ରତି ରବିବାର ଖୁବ୍ କମ୍ ଶୁଳ୍କ ବିନିମୟରେ ପିଲାମାନଙ୍କୁ ଉନ୍ନତ ମାନର ଚିତ୍ରକଳା ଶିକ୍ଷା ପ୍ରଦାନ କରିଥାଏ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଠାକୁର ଅନୁକୂଳଚନ୍ଦ୍ରଙ୍କ ଜନ୍ମଜୟନ୍ତୀ ପାଇଁ ପ୍ରେସମିଟ୍

Sunil Chandra Nayak

ବଂଶୀଧର ମହାନ୍ତିଙ୍କର ୩୩ତମ ଶ୍ରାଦ୍ଧ ଦିବସ ପାଳିତ

Sunil Chandra Nayak

ଲେଡି ଲାୟନ ର ଶିଶୁ ମହୋତ୍ସବ ଆସନ୍ତା ୨୭ ଓ ୨୮ ରେ……

masiha

Leave a Comment

error: Content is protected !!