ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇଫୁନା ଓ ଉଫୁନା ପକ୍ଷରୁ ଓଡ଼ିଶା ଦିବସ -୨୦୨୫ ପାଳିତ 

ଇଫୁନା ଓ ଉଫୁନା ପକ୍ଷରୁ ଓଡ଼ିଶା ଦିବସ -୨୦୨୫ ପାଳିତ 

ଢେଙ୍କାନାଳ : ତା.୦୧.୦୪.୨୦୨୫ରିଖ : ସ୍ଥାନୀୟ ରଥଗଡା ସ୍ଥିତ ଇଫୁନା ଓ ଉଫୁନା ଢେଙ୍କାନାଳ କାର୍ଯ୍ୟାଳୟରେ ପୂର୍ବାହ୍ନ ୮ ଘଟିକା ସମୟରେ ଇଣ୍ଡିଆନ୍ ଫେଡେରେସନ୍ ଅଫ୍ ୟୁନାଇଟେଡ୍ ନେସନ୍ ସ୍ ଆସୋସିଏସନ୍ (ଇଫୁନା ) ଓ ଉତ୍କଳ ଫେଡେରେସନ୍ ଅଫ୍ ୟୁନାଇଟେଡ୍ ନେସନସ୍ ଆସୋସିଏସନ୍ (ଉଫୁନା) ପକ୍ଷରୁ ଢେଙ୍କାନାଳରେ ଓଡ଼ିଶା ଦିବସ -୨୦୨୫ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ଉଫୁନାର ଜାତୀୟ ଉପ-ସଭାପତି ତଥା ଉଫୁନାର ରାଜ୍ୟ ସଭାପତି ଆଡ୍ ଭୋକେଟ୍ ମନୋରଞ୍ଜନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ । ଏହି ସଭାରେ ପୂର୍ବତନ ସି.ବି.ଆଇ ଜଜ୍ ଭିକାରୀ ଚରଣ ରାଉତ ମୁଖ୍ୟଅତିଥି ଭାବରେ ଯୋଗଦାନ କରି ସ୍ଵୀୟ ବକ୍ତବ୍ୟରେ ଓଡ଼ିଶା ଦିବସ -୨୦୨୫ ତାତ୍ପର୍ଯ୍ୟ ସହ ଉତ୍କଳର ଆଧ୍ୟାତ୍ମିକ,ପୌରାଣିକ,ପ୍ରାକୃତିକ ସମ୍ପର୍କ ଓ ସାଂପ୍ରତିକ ପରିସ୍ଥିତିରେ ଓଡ଼ିଆ ଭାଷାର ପ୍ରାସଙ୍ଗିକତା ସମ୍ପର୍କରେ ସବିଶେଷ ବର୍ଣ୍ଣନା କରିଥିଲେ କରିବା ସଂଗେସଂଗେ ଓଡ଼ିଶାର ପ୍ରତ୍ୟେକ ବ୍ୟକ୍ତି ଓଡ଼ିଆ ଅସ୍ମିତାକୁ ନେଇ ଗର୍ବ କରିବା ଆବଶ୍ୟକ ବୋଲି ଦୃଢ଼ ମତପୋଷଣ କରିଥିଲେ।ଏହି ସଭାରେ ଉଫୁନାର ମହାସଚ୍ଚିବ ଡ.ଦୀପାୟନ ପଟ୍ଟନାୟକ,ନୂତନ ଭାବେ ୟୁନେସ୍କୋର ରାଜ୍ୟ ସଂଯୋଜକ ଭାବରେ ମନୋନୀତ ହୋଇ କାର୍ଯ୍ୟଭାର ଗ୍ରହଣ କରିଥିବା କବି ବାହାଦୂର ପାଟ୍ଟସାହାଣୀ, ପୂର୍ବତନ ଚିଫ୍ ଇଂଜିନିୟର ଅକ୍ଷୟ କୁମାର ଶତପଥି,ବରିଷ୍ଠ ଶିକ୍ଷାବିତ୍,ୟୁନେସ୍କୋର ଆଜୀବନ ସଦସ୍ୟ ତଥା ଉଫୁନାର ମିଡ଼ିଆ ପ୍ରଭାରୀ ଡ଼ା.ଦେବୀ ପ୍ରସାଦ ମିଶ୍ର ସ୍ଵୀୟ ବକ୍ତବ୍ୟରେ ଓଡ଼ିଶା ଦିବସ ପାଳନର ଆବଶ୍ୟକତା,ଉଦ୍ଦେଶ୍ୟ,ଯଥାର୍ଥତା, ଆଭିମୁଖ୍ୟ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିବା ସଙ୍ଗେ ସଙ୍ଗେ ଓଡ଼ିଆ ଭାଷାର ସୁରକ୍ଷା ହିଁ ଓଡ଼ିଶାର ଅସ୍ମିତା ରକ୍ଷାର ପ୍ରଥମ ସୋପାନ ବୋଲି ଦୃଢ଼ ମତପୋଷଣ କରି ସମସ୍ତେ ଏଥିପାଇଁ ସମ୍ମିଳିତ ଉଦ୍ୟମ ଜାରି ରଖିବାକୁ ଦୃଢ଼ ଆହ୍ୱାନ ଜଣାଇଥିଲେ ଓ ଓଡ଼ିଆ ଭାଷା ସୁତଥା ରକ୍ଷା ସମ୍ପର୍କରେ ସ୍ୱରଚିତ ଦୁଇଟି କବିତା ଆବୃତ୍ତି କରିଥିଲେ।ସଭାପତି ଆଡ୍ ଭୋକେଟ୍ ମନୋରଞ୍ଜନ ପଟ୍ଟନାୟକ ସ୍ଵୀୟ ସଭାପତିଙ୍କ ଅଭିଭାଷଣରେ ଆଜି ଓଡ଼ିଶା ଦିବସରେ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ବିନ୍ଧାଣୀ ଉତ୍କଳ ଗୌରବ ମଧୁସୂଦନ ଦାସ,ଉତ୍କଳ ମଣି ଗୋପବନ୍ଧୁ ଦାସ,କୃଷ୍ଣଚନ୍ଦ୍ର ଗଜପତି ଦେବ ପ୍ରମୁଖଙ୍କ ନେତୃତ୍ୱରେ ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଓଡ଼ିଶାକୁ ଏକ ଭାଷାଭିତ୍ତିକ ରାଜ୍ୟ ଗଠନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ।ଏହି ସଭାରେ କ୍ଷୀରୋଦ ନାୟକ, ପ୍ରେମାନନ୍ଦ ଶତପଥୀ,ତରୁଣ କୁମାର ବିଶ୍ବାଳ,ବସନ୍ତ ବିଶ୍ବାଳ, ଶିକ୍ଷାବିତ୍ ବିଶ୍ଵନାଥ ମହାପାତ୍ର,ଚନ୍ଦ୍ରମଣି ନାୟକ,ଚନ୍ଦ୍ରମଣି ନାୟକ, ଲକ୍ଷ୍ମୀଧର ଶତପଥି,ଡ଼ଃ ଅନୁପମା ମିଶ୍ର,ସୁଜାତା ପଟ୍ଟନାୟକ, ବର୍ଷା ପଟ୍ଟନାୟକ,ସୌମ୍ୟରଞ୍ଜନ ପଟ୍ଟନାୟକ, ଆଡ୍ ଭୋକେଟ୍ ଉପମା ସାମଲ,ରୋମେନା ବେଗମ୍, ପରିବେଶବିତ୍ ଉପେନ୍ଦ୍ର କୁମାର ରାଉତ,ଡ.ପ୍ରମୋଦ ନାୟକ, ଡ.ସମୀର କୁମାର ସାହୁ,ରବିନାରାୟଣ ସେଠୀ,ପୀତବାସ ସାହୁ,ଆଡ୍ ଭୋକେଟ୍ ନିର୍ମଳା ମହାପାତ୍ର,କବୀ କାଦମ୍ବରୀ ମହାକୁଡ଼,ଡ.ମାନସୀ କର,ଡ଼ଃ କବିତା ମହାନ୍ତି,ମମତା ମିଶ୍ର,ମୈତ୍ରେୟୀ ଶୁଭଦା,ଆଡ୍ ଭୋକେଟ୍ ନିବେଦିତା ରଥ,ସୁକାନ୍ତି ସାହୁ,ଡ.ପ୍ରମୋଦ ପରିଡା,ଲିଙ୍କୁ ପତି,କାହ୍ନୁ ଚରଣ ବାରିକ ଲଳିତ ବେହେରା,ଚିତ୍ତ ରଞ୍ଜନ ମହାନ୍ତି ପ୍ରମୁଖ ଇଫୁନାର ସମସ୍ତ ଶତାଧିକ ସହଯୋଗୀ ସଦସ୍ୟା,ସଦସ୍ୟ ମଧ୍ୟ ଯୋଗଦାନ କରି ସ୍ଵୀୟ ମନ୍ତବ୍ୟ ରଖିଥିଲେ।ଡ଼ା.ଦେବୀ ପ୍ରସାଦ ମିଶ୍ର ଏହି ସଭାରେ ଢେଙ୍କାନାଳ ଜିଲ୍ଲାର କୋଣ ଅନୁକୋଣରୁ ବହୁ ସଂଖ୍ୟାରେ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଯୋଗଦାନ କରି ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ।

ଡ଼ା.ଦେବୀ ପ୍ରସାଦ ମିଶ୍ ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁରରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଏବଂ ଜିଲ୍ଲା ସ୍ବାସ୍ଥ୍ୟ ମିଶନର ସମୀକ୍ଷା ବୈଠକ 

masiha

ନୂତନ ବନଖଣ୍ଡ ଅଧିକାରୀଙ୍କ ଯୋଗଦାନ 

masiha

ଇନ୍ଦ୍ରାବତୀ ପ୍ରକଳ୍ପ ଜଳ ଭଣ୍ଡାର ଅଞ୍ଚଳରେ ସି ସି ଟିଭି କ୍ୟାମେରା କେବେ ? 

masiha

Leave a Comment

error: Content is protected !!