ପ୍ରବେଶ ଉତ୍ସବ ଓ ଖଡିଛୁଆଁ ୨୦୨୫- ଶିଶୁ ବାଟିକାର ଶୁଭାରମ୍ଭ
ଡାବୁଗାଁ, ୨/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ଅଧୀନ ବିଭିନ୍ନ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓ ଖଡିଛୁଆଁ ୨୦୨୫- ଶିଶୁ ବାଟିକାର ଶୁଭାରମ୍ଭ କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ଡାବୁଗାଁ ବ୍ଳକ ଜୁନାପାଣି ଗ୍ରାମ ପଞ୍ଚାୟତ ଅଧୀନ ମୋତିଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ପ୍ରବେଶ ଉତ୍ସବ ଓ ଖଡିଛୁଆଁ ୨୦୨୫- ଶିଶୁ ବାଟିକାର ଶୁଭାରମ୍ଭ ମହା ସମାରୋହରେ ପାଳିତ ହୋଇଯାଇଛି l ଏହି ଅବସରରେ
ପ୍ରଧାନ ଶିକ୍ଷକ କୃଷ୍ଣ ଚନ୍ଦ୍ର ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ସମ୍ମାନୀତ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷା ବୀଣା ମାଝୀ, ଜୁନାପାଣି ସରପଞ୍ଚ ଦୟାନିଧି ଭତ୍ରl, ୱାର୍ଡ ସଭ୍ୟ ବଦର ଭତ୍ରl, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରଶାନ୍ତ ଭତ୍ରl, ଗୋଷ୍ଠୀ ଶିକ୍ଷା ଅଧିକାରୀ ରଶ୍ମିତା ନେତମ, ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ତଥା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭଗବାନ ମାଝୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ସାହୁ, ଆଞ୍ଚଳିକ ସାଧନ କେନ୍ଦ୍ର
ସଂଯୋଜକ ଗୀତାଞ୍ଜଳି ବସ୍ତିଆ, କୋଇଲାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷୟତ୍ରୀ ବିଷ୍ନୁପ୍ରିୟା ବେହେରା, ଶିକ୍ଷକ ନରସିଂ ଭତ୍ରl, ବଲ୍ଳଭ ନାରାୟଣ ପଣ୍ଡା, ବିଶ୍ଵେଷ ତ୍ରିପାଠୀ, ଭି. ଜଗନ୍ନାଥ ରାଓ ପ୍ରମୂଖ ମଞ୍ଚରେ ଉପସ୍ଥିତ ରହିଥିଲେ l ଅତିଥିମାନଙ୍କ ଦ୍ଵାରା ପ୍ରଭୁ ଗଣେଷ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ଵଳନ କରି ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା l ଅତିଥି ମାନେ ଅଭିଭାବିକା ଅଭିଭାବକ ମାନଙ୍କୁ ଜିନ ନିଜ ପିଲାଙ୍କୁ ବିଦ୍ୟାଳୟ କୁ ନିୟମିତ ପଠାନ୍ତୁ, ପାଠ ପଢା ପାଇଁ ଦାୟିତ୍ଵ ଆମର ରହିଛି ସେଥିପାଇଁ ଅପାଣମାନେ ଚିନ୍ତା କରିବା ଦରକାର ନାହିଁ ବୋଲି ନିଜ ନିଜ ଅବିଭାଶଣ ରେ କହିଥିଲେ l ପ୍ରାରମ୍ଭିକ ନୃତ୍ୟ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ଵାରା ପରିବେଷିତ ହୋଇଥିଲା l ମୁଖ୍ୟ ଅତିଥି, ସମ୍ମାନୀତ ଅତିଥି ମାନଙ୍କ ଦ୍ଵାରା ୧୬ ଜଣ ଶିଶୁବାଟିକା ଓ ୯ ଜଣ ପ୍ରଥମ ଶ୍ରେଣୀ ରେ ଛାତ୍ରଛାତ୍ରୀ ମାନଙ୍କୁ ଖଡି ଛୁଆଁ କରାଇବା ସହ ବ୍ୟାଗ୍, ବହି ପ୍ରଦାନ କରିଥିଲେ l ସେହିପରି ଡାବୁଗାଁ ଓ ଘୋଡ଼ାଖୁଣ୍ଟା ଆଞ୍ଚଳିକ ସାଧନ କେନ୍ଦ୍ରର ପ୍ରଥମ ଓ ଶିଶୁବାଟିକା ରେ ନୂତନ ଭାବେ ବିଦ୍ୟାଳୟ ରେ ପ୍ରବେଶ କରିଥିବା ୬୦୦ ଶିକ୍ଷାର୍ଥୀଙ୍କୁ ଉକ୍ତ ଆଞ୍ଚଳିକ ସାଧନ କେନ୍ଦ୍ରର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଙ୍କ ତରଫରୁ ପେନସିଲ ବଣ୍ଟନ କରିଥିଲେ l ସମ୍ପୃକ୍ତ ବିଦ୍ୟାଳୟର ଶିକ୍ଷକ ଅଜିତ ବେହେରା, ଯୋଗେନ୍ଦ୍ର ନାୟକ ସହଯୋଗ କରିଥିଲେ l
ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା ଙ୍କ ରିପୋର୍ଟ

