ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲୋକସଭା ସାଂସଦଙ୍କ ପ୍ରତିନିଧି ହେଲେ ଲକ୍ଷ୍ମୀଧର ସନ୍ତୋଷରାୟ

ଲାଞ୍ଜିଗଡ଼,୨୬/୦୪(ମ.ନି.ସ)-ନିର୍ବାଚିତ ହେବାର ପ୍ରାୟ ଦୁଇବର୍ଷ ପରେ କଳାହାଣ୍ଡି ଲୋକସଭା ସାଂସଦ ବସନ୍ତ କୁମାର ପଣ୍ଡା ଆଜି କଳାହାଣ୍ଡି ଜିଲ୍ଲାର ୧୩ଟି ବ୍ଲକ, ଗୋଟିଏ ପୌର ପରିଷଦ ଓ ତିନୋଟି ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ନିଜର ପ୍ରତିନିଧି ମନୋନୟନ କରିଛନ୍ତି । ଯେଉଁ ପ୍ରତିନିଧିମାନେ ସାଂସଦଙ୍କ ଅନୁପସ୍ଥିତିରେ ନିଜ ଅଧିକୃତ ଅଞ୍ଚଳରେ ସାଂସଦଙ୍କ ପ୍ରତିନିଧିତ୍ୱ କରିବେ । ଏହି କ୍ରମରେ ଆଜି ସାଂସଦ ଶ୍ରୀ ପଣ୍ଡାଙ୍କ ଲାଞ୍ଜିଗଡ ବ୍ଲକ ପ୍ରତିନିଧି ଭାବେ ବିଜେପିର ସକ୍ରିୟ ନେତା ଲକ୍ଷ୍ମୀଧର ସନ୍ତୋଷରାୟଙ୍କୁ ମନୋନୀତ କରିବା ପରେ ତାଙ୍କ ସମର୍ଥକଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି । ସୂଚନାଯୋଗ୍ୟ, ନିର୍ବାଚନ ପୂର୍ବରୁ ବିଜେପିର କିଛି କର୍ମୀଙ୍କ ସମେତ ସାଂସଦ ପ୍ରତିନିଧି ବିଜେଡିରେ ସାମିଲ ହେବାପରେ ଏହି ପଦବୀ ଖାଲି ପଡିଥିଲା । ତେବେ ଶ୍ରୀ ରାୟଙ୍କୁ ସାଂସଦ ପ୍ରତିନିଧି ଭାବେ ଦାୟିତ୍ୱ ଦିଆଯାଇଥିଲେ ହେଁ ଆଜି ବିଧିବଦ୍ଧ ଭାବେ ଅନ୍ୟ ପ୍ରତିନିଧିମାନଙ୍କ ସହିତ ତାଙ୍କ ନାମକୁ ଘୋଷଣା କରାଯାଇଛି । ତେବେ ଆନୁଷ୍ଠାନିକ ଘୋଷଣା ପରେ ସାଂସଦ ପ୍ରତିନିଧି ଶ୍ରୀ ରାୟ ସାଂସଦଙ୍କ ମାର୍ଗଦର୍ଶନରେ ଲାଞ୍ଜିଗଡ ବ୍ଲକ ଅଞ୍ଚଳରେ କେନ୍ଦ୍ର ସରକାରଙ୍କ ସମସ୍ତ ମହତ୍ୱାକାଂକ୍ଷୀ ଯୋଜନାଗୁଡିକୁ ଲୋକାଭିମୁଖୀ କରିବା ସହିତ ବ୍ଲକ ଅଞ୍ଚଳର ବିକାଶରେ ସାଂସଦଙ୍କ ସର୍ବାଧିକ ଭୂମିକା ଉପରେ ସେ ଗୁରୁତ୍ୱାରୋପ କରିବେ ବୋଲି ପ୍ରକାଶ କରିଛନ୍ତି ।

ଲାଞ୍ଜିଗଡରୁ ସୁଶୀଲ କୁମାର ବାଗଙ୍କ ରିପୋର୍ଟ

Related posts

ଦୁଇ ମହିଳାଙ୍କ ବେକରୁ ହାର ଲୁଟି ନେଲେ କଳା ପଲସର ଲୁଟେରା

Sunil Chandra Nayak

ତାରାମଣୀ ମାଝୀ ଙ୍କୁ ନ୍ଯାୟ ନ୍ୟୟ ମିଳିବ କେବେ , ୧୧ମାସ ର ଶିଶୁ କନ୍ୟା କୁ ନେଇ ପ୍ରଶାସନ ର ଦ୍ବାରସ୍ଥ

Sunil Chandra Nayak

ଆସ୍ଥା ଓ ବିଶ୍ଵାସର ପ୍ରତୀକ ମାଁ ମାଣିକେଶ୍ଵରୀ ଙ୍କ ଛତର ଯାତ୍ରା

Sunil Chandra Nayak

Leave a Comment

error: Content is protected !!