ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲିପଡା ବଣିକ ସଂଘର ବରିଷ୍ଠ ସଦସ୍ୟ ନିର୍ଣ୍ଣୟ ପୁଟେଲଙ୍କ ପରଲୋକ, ଅଞ୍ଚଳରେ ଶୋକର ଛାୟା 

ବାଲିପଡା ବଣିକ ସଂଘର ବରିଷ୍ଠ ସଦସ୍ୟ ନିର୍ଣ୍ଣୟ ପୁଟେଲଙ୍କ ପରଲୋକ, ଅଞ୍ଚଳରେ ଶୋକର ଛାୟା 

ରୁପ୍ରା, (ଅଜୟ ସେନାପତି) : ନର୍ଲାବ୍ଲକ୍ ଭାନପୁର୍ ଗ୍ରାମ ପଞ୍ଚାୟତ ଅଧିନ ବାଲିପଡା ବଣିକ ସଂଘର ବରିଷ୍ଠ ସଦସ୍ୟ ନିର୍ଣ୍ଣୟ ପୁଟେଲଙ୍କ ୭୦ବର୍ଷ ବୟସରେ ବାର୍ଦ୍ଧକ୍ୟ ଜନିତ ସମସ୍ୟାରୁ ଭବାନୀପାଟଣା ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ଅବସ୍ଥାରେ ଆଜି ଅପରାହ୍ନ ୩ଟା ସମୟରେ ତାଙ୍କର ପରଲୋକ ହୋଇଯାଇଛି। ସ୍ୱର୍ଗତ ନିର୍ଣ୍ଣୟ ଅଞ୍ଚଳର ଜଣେ ଜଣାଶୁଣା ବ୍ୟକ୍ତି ଭାବରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ବିଭିନ୍ନ ଅନୁଷ୍ଠାନ ସହିତ ଜଡିତ ରହିଥିଲେ। ତାଙ୍କ ଦେହାନ୍ତ ଖବର ଜଣାପଡିବା ପରେ ପରିଚିତ ମହଲରେ ଶୋକର ଛାୟା ଖେଳିଯାଇଛି, ସେହିପରି ଭାନପୁର ସରପଞ୍ଚ ତଥା ଜୟଦୁର୍ଗା ପୂଜା କମିଟି ଅଧ୍ୟକ୍ଷ ଅନନ୍ତରାମ୍ ମାଝୀ, ଉପଦେଷ୍ଟା ମୂଖ୍ୟ ପରେଶ ପଧାନ, ବାଗପୁର ସରପଞ୍ଚ ଗୋପାଳ ହାତୀ, ବଣିକ ସଂଘ ସଭାପତି କମଳ ନାୟକ, କାର୍ଯ୍ୟକାରୀ ସଭାପତି ଲୋଚନ ସାହୁ, ଉପସଭାପତି ରୋହିତ ସାହୁ, ସଧାରଣ ସମ୍ପାଦକ କୁନ୍ତ ଭୋଇ, ସମ୍ପାଦକ ଅଶୋକ କୁମାର ବାରିକ, କୋଷାଧ୍ୟକ୍ଷ ଜୟସେନ୍ ନାୟକ, ସହସମ୍ପାଦକ ଜିତୁ ପଧାନ, ମହେନ୍ଦ୍ର ସାହୁ, ବଵଲୁ ଭୋଇ, ମନୋରଞ୍ଜନ ସମ୍ପାଦକ ରତି ସାହୁ, ବାଲାଜୀ ବେହେରା, ଅମନ ସାହୁ, ପ୍ରବୀଣ ରଣା,ବରିଷ୍ଠ ସଦସ୍ୟ ତୁମେଶ୍ୱର ସାହୁ,ମନୋଜ ପଟ୍ଟନାୟକ, ଦଶରଥ ମାଝୀ, ମହେଶ୍ୱର ସାହୁ, ଅନୁଜ ସାହୁ, ଉମା ପଧାନ, ପ୍ରହଲ୍ଲାଦ ବାରିକ, ଅଶୋକ ନାୟକ, ଅଶ୍ୱିନ ସାହୁ ପ୍ରମୁଖ ଶୋକ ପ୍ରକାଶ କରିବା ସହିତ ଅମର ଆତ୍ମାର ସଦଗତି କାମନା କରିଥିଲେ। ସେହିପରି ବାଲିପଡ଼ା ବଣିକ ସଂଘ ର ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା । ନିଜ ଜମିରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା, ତାଙ୍କର ଏକମାତ୍ର ପୁଅ ପୁର୍ଣ୍ଣ ପୁଟେଲ ମୁଖାଗ୍ନୀ ଦେଇଥିଲ l

Related posts

ନିଟ ପରୀକ୍ଷାରେ ଡାବୁଗାଁ ର ଆଶୁତୋଷଙ୍କ କୃତିତ୍ଵ

Sunil Chandra Nayak

ଚଳିତ ଖରିଫ୍ ଋତୁର ରୁପ୍ରା ଧାନମଣ୍ଡି ଶୁଭାରମ୍ଭ, ପ୍ରଥମ ଦିନରେ ଉଠିଲା ଦୁଇଟି ଚାଷୀଙ୍କ ୧୦୫ କ୍ୱିଣ୍ଟାଲ୍ ୨୯ କେଜି ଧାନ  

masiha

ନବରଙ୍ଗପୁରଠାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ରକ୍ତଦାନ ଅଭିଯାନ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!