ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧରାକୋଟ ରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ

ଧରାକୋଟ ରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ 

ଆସିକା, ୬/୪/୨୫ // ଧରାକୋଟ ଥାନା ତରଫରୁ ଆମ ପୋଲିସ ସମିତି ବୈଠକ ସ୍ଥାନୀୟ ବଡ଼ଦାଣ୍ଡ ସାହି ରେ ଥାନା ଅଧିକାରୀ ଚନ୍ଦ୍ରିକା ସ୍ୱାଇଁ ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏସ ଆଇ ବାଲ୍ମୀକି ପ୍ରଧାନ, ଏ ଏସ ଆଇ ଅନିଲ ଶବର,ସରପଞ୍ଚ ପୁନିଆ ଦାସ,ବରିଷ୍ଠ ନାଗରିକ ପି ତ୍ରିନାଥ ପାତ୍ର, ଅବସରପ୍ରାପ୍ତ କର୍ମଚାରୀ ସଂଘ ସମ୍ପାଦକ ବାସୁଦେବ ନାୟକ, ବରିଷ୍ଠ ସାମ୍ବାଦିକ ହୃଦାନନ୍ଦ ଜେନା, ପୂର୍ଣ୍ଣ ଚନ୍ଦ୍ର ନାୟକ,ଶିଶିର ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ। ସାମ୍ବାଦିକ ବିଷ୍ଣୁ କେଶରୀ ଆଚାର୍ଯ୍ୟ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଥାନା ଅଧିକାରୀ ଚନ୍ଦ୍ରିକା ସ୍ୱାଇଁ ସମାଜରୁ କୁସଂସ୍କାର ଦୂର କରିବା, ଗୁଣି ଗାରେଡ଼ି ଠାରୁ ଦୂରରେ ରହିବା,ବାଲ୍ୟ ବିବାହ କୁ ଦୂରେଇବା,ମାନବ ଚାଲାଣ କୁ ରୋକିବା ,ସାଇବର କ୍ରାଇମ ପ୍ରତି ସତର୍କ ରହିବା ଓ ଟ୍ରାଫିକ ନିୟମ ମାନି ଚାଲିବା ପାଇଁ ଉପସ୍ଥିତ ଜନତାଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ବରିଷ୍ଠ ନାଗରିକ ମାନଙ୍କ ତରଫରୁ ଧରାକୋଟ ଭିତରେ ଘରୋଇ ବସ ଚଳାଚଳ କରିବା ଓ ବଜାର ପାର୍ଶ୍ଵରେ ଶୌଚାଳୟ ନିର୍ମାଣ ପାଇଁ ମତ ଦିଆଯିବା ପରେ ଏହାର ଆସୁ ସମାଧାନ ପାଇଁ ଥାନା ଅଧିକାରୀ ପ୍ରତିଶ୍ରୁତି ଦେଇଥିଲେ ।

ଆସିକା ରୁ ଶିବ ଶଙ୍କର ମିଶ୍ର ମସିହା ନ୍ୟୁଜ

Related posts

ଧର୍ମଗଡ ଜିଲ୍ଲା ଘୋଷଣା ଦାବିରେ ଗୋଲାମୁଣ୍ଡା ରେ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟିର ଜିଲ୍ଲା ସମ୍ବନ୍ଧୀୟ ପଥପ୍ରାନ୍ତ ସଚେତନତା ସଭା

masiha

ବାଇକ ଦୁର୍ଘଟଣାରେ ତିନି ଗୁରୁତର ଆହତଙ୍କୁ ଉଦ୍ଧାର କରି ମହାନତା ଦେଖାଇଲେ ବ୍ଲକ ଅଧକ୍ଷା ପ୍ରତିନିଧି

Sunil Chandra Nayak

ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ (ଖାରବେଳନଗର ଶାଖା)ରାୟଗଡା ର ନିର୍ବାଚନୀ ବୈଠକ ଅନୁଷ୍ଠିତ

masiha

Leave a Comment

error: Content is protected !!