ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଷୋହଳ ପ୍ରହର ନାମଯଜ୍ଞ ପାଇଁ ଶୁଭଖମ୍ବ ସ୍ଥାପନ

ଷୋହଳ ପ୍ରହର ନାମଯଜ୍ଞ ପାଇଁ ଶୁଭଖମ୍ବ ସ୍ଥାପନ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ସ୍ଥିତ ମାଁ ତାରିଣୀ ଅଷ୍ଟ ଚଣ୍ଡୀ ଶୈବ ଶକ୍ତି ପୀଠରେ ୧୪ ତମ ଝାମୁଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ମାଁ ଙ୍କ ମନ୍ଦିର ସାମ୍ନାରେ ଷୋହଳ ପ୍ରହର ବିଧିବଦ୍ଧ ଭାବେ ଭଜନ ସଂକୀର୍ତ୍ତନ ସହିତ ନାମଯଜ୍ଞ ପାଇଁ ସୋମବାର ଶୁଭଖମ୍ବ ସ୍ଥାପନ କରାଯାଇଛି। କାର୍ଯ୍ୟକ୍ରମରେ ଶକ୍ତି ମନ୍ଦିର ପରିଚାଳନା କମିଟି ସଭାପତି କୈଳାସ କୁମୁରା, ସଂପାଦକ ସୁଶାନ୍ତ ମଲ୍ଲିକ, ସେବାୟତ ମହେନ୍ଦ୍ର ପ୍ରଧାନୀ, ଶେଷଦେବ ରଣା, ହୃଦାନନ୍ଦ ମଲ୍ଲିକ, ମହିମା ରଣା, ପ୍ରଶନ୍ନ ରଣା, ରଞ୍ଜନ ରଣା, ହରି ବାରିକ, ରାଧେଶ୍ୟାମ ପଟ୍ଟନାୟକ, ବୁହପ୍ପତି ରଣା, ମଥୁରାମ ରଣା, ଫୋଟୋ ରଣା, ତାରା ଭୋଇ, କୁନି ଭୋଇ, ଲେଭା ଭୋଇ, ଗ୍ରାମ କମିଟି ସଭାପତି ନନ୍ଦକିଶୋର ରଣା, ଯଜ୍ଞ କର୍ତ୍ତା ଦାୟିତ୍ଵରେ କୈଶଲ୍ଯା ରଣା ଜନକ ରଣା, ପୂଜକ ରୁଦ୍ରମଣି ଦାସଙ୍କ ସମେତ ଗ୍ରାମର ବୁଦ୍ଧିଜୀବିମାନେ ଉପସ୍ଥିତ ରହି ଯାତ୍ରାର ବିଭାଗ ଶାନ୍ତିଶୃଙ୍ଖଳା ଏବଂ ଅନ୍ୟାନ୍ୟ ଦାୟିତ୍ବ ନେଇଥିଲେ । ପ୍ରଥମ ଦିନ ଦେବୀଙ୍କ ନଗର ପରିକ୍ରମା ଛତରଯାତ୍ରା, ଦ୍ବିତୀୟ ଦିବସରେ ଝାମୁଯାତ୍ରା, ତୃତୀୟ ଦିବସରେ ହନୁମାନ ଜୟନ୍ତି ଏବଂ ଚତୁର୍ଥ, ପଞ୍ଚମ ଓ ଷଷ୍ଠ ଦିବସରେ ନାମଯଜ୍ଞ ଅନୁଷ୍ଠିତ ହେବ l ଏହା ଆସନ୍ତା ୧୦ ରୁ ୧୭ ତାରିଖ ପର୍ଯ୍ୟନ୍ତ ହେବାର କାର୍ଯ୍ୟକ୍ରମ ରହିଛି l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ସାନମାତୁରୁ ଠାରେ ଅଷ୍ଟପ୍ରହରି ନାମ ଯଜ୍ଞ ଅନୁଷ୍ଠିତ

Sunil Chandra Nayak

ଅଣ୍ଟାମାଡା ଠାରେ ଅଷ୍ଟପ୍ରହରି ନାମ ଯଜ୍ଞ ଅନୁଷ୍ଠିତ

Sunil Chandra Nayak

ଆଜି ଅଗ୍ନିଗଙ୍ଗାମା ଙ୍କ ଉଦଯାପନ ଯାତ୍ରା ଶେଷ 

masiha

Leave a Comment

error: Content is protected !!