ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ମା ଙ୍କ ନବକଳେବର ସହ ନଗର ଭ୍ରମଣ କାର୍ଯ୍ୟକ୍ରମ 

ମା ଙ୍କ ନବକଳେବର ସହ ନଗର ଭ୍ରମଣ କାର୍ଯ୍ୟକ୍ରମ 

ରାଉରକେଲା:ସେକ୍ଟର ୬ ସ୍ଥିତ ଓଡ଼ିଶାର ମା ତାରାତାରିଣୀଙ୍କ ଦ୍ବିତୀୟ ପୀଠରେ ଅବସ୍ଥିତ ଥିବା ମା ଙ୍କ ନବକଳେବର ହେବା ସହ ନଗର ଭ୍ରମଣ କାର୍ଯ୍ୟକ୍ରମ ଚାଲୁଅଛି। ଏହା ଶିଳ୍ପାଞ୍ଚଳ ଠାରୁ ଆରମ୍ଭ କରି ଝିରପାଣି,ଜଗଦା, କୋଏଲ ନଗର, ଇସ୍ପାତ ସହରାଞ୍ଚଳ,ଛେଣ୍ଡ କଲୋନୀ ସମେତ ପାନପୋଷ ସ୍ଥିତ ବାଲୁଘାଟ, ଉଦିତ ନଗର, ବାସନ୍ତୀ କଲୋନୀ, ବନ୍ଧମୁଣ୍ଡା ଇତ୍ୟାଦି ମାନଙ୍କ ଠାରେ ଭ୍ରମଣର କାର୍ଯ୍ୟକ୍ରମ ଚାଲୁଅଛି। ଉକ୍ତ ଭ୍ରମଣ ସମୟରେ ମା ଙ୍କୁ ଦର୍ଶନ କରିବା ପାଇଁ ବହୁ ଶ୍ରଦ୍ଧାଳୁ ଭକ୍ତଗଣ ଭିଡ ହେବାର ଲକ୍ଷ୍ୟ କରାଯାଉଛି। ଏହା ଅନୁଷ୍ଠାନର ବରିଷ୍ଠ ସଦସ୍ୟ ବିଜୟ ଚନ୍ଦ୍ର ପାଢ଼ୀ ଙ୍କ ତତ୍ବାବଧାନରେ ହେବା ସହ ଅନୁଷ୍ଠାନର ସମ୍ପାଦକ ମନୋରଞ୍ଜନ ତ୍ରିପାଠୀ, କୋଷାଧ୍ୟକ୍ଷ ସୁବାସ ଚନ୍ଦ୍ର ପାଢ଼ୀ ସମେତ ରମାକାନ୍ତ ମହାରଣା, ଭାସ୍କର ନନ୍ଦ, ମୀନକେତନ ନନ୍ଦ,ପ୍ରଶାନ୍ତ ପଣ୍ଡା, ବିଶ୍ଵଜିତ ଜେନା, ଅର୍ଜୁନ ପଣ୍ଡା, ଶ୍ରବଣ କୁମାର ଦଳାଇ, ସୁଶାନ୍ତ କୁମାର ଦଳାଇ,ଅଭୟ ମହାପାତ୍ର, ଅମରନାଥ ଜେନା, ମହେନ୍ଦ୍ର ସାହୁ, ଭାଗିରଥି ସାହୁ, ଯୋଗେନ୍ଦ୍ର ପଣ୍ଡା ଓ ପୂଜକ ଶିବ ପ୍ରସାଦ ଦାଶ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

 

Related posts

ଦ୍ବାଦଶୀ ତିଥୀ ରବିବାରରେ ବାବା ନୃସିଂହନାଥ ପୀଠରେ ପୂଜାର୍ଚ୍ଚନା

masiha

୪୦ବର୍ଷ ରେ ପଦାର୍ପଣ କଲା ଧର୍ମଗଡ ଚାରିଛକ ଦୂର୍ଗା ପୂଜା । ବଲାଙ୍ଗୀର ର ମାଆ ମେଲୋଡ଼ି ବଜାଶାଲ ତାଳରେ ଝୁମିଲେ ଦର୍ଶକ….

Sunil Chandra Nayak

ରାଇରଙ୍ଗପୁରରେ ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ମା’ଜଗଦ୍ଧାତ୍ରୀ ଙ୍କ ପାଖରେ ଶ୍ରଦ୍ଧାଳୁଙ୍କ ପୂଜାର୍ଚ୍ଚନା

masiha

Leave a Comment

error: Content is protected !!