ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ଆୟୂଷ୍ମାନ ଭାରତ- ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ଵୟୋ ବନ୍ଦନା ଯୋଜନା ଶୁଭାରମ୍ଭ 

ରାଇରଙ୍ଗପୁରରେ ଆୟୂଷ୍ମାନ ଭାରତ- ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ଵୟୋ ବନ୍ଦନା ଯୋଜନା ଶୁଭାରମ୍ଭ 

 ମୟୂରଭଞ୍ଜ -୧୧/୦୪ // ଓଡ଼ିଶାରେ ଆଜିଠାରୁ ଶୁଭାରମ୍ଭ ହେଲା ଆୟୂଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ଵୟୋ ବନ୍ଦନା ଯୋଜନା । ସ୍ଥାନୀୟ ଷ୍ଟାଡିୟମ ପଡ଼ିଆରେ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଭାଷୀ ମାଧ୍ଯମରେ ଏହାର ଶୁଭାରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁଦୂରଦର୍ଶିତାର ପରିଣାମ ହେଉଛି ଆୟୁଷ୍ମାନ ଯୋଜନା ।କେନ୍ଦ୍ରରେ ଡବଲ ଇଞ୍ଜିନ ସରକାର ଯୋଗୁଁ ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଲାଗୁ ହେବା ସମ୍ଭବ ହୋଇଛି ଯାହାକି ବିଜେପି ସରକାର ନିର୍ବାଚନ ସମୟରେ ସରକାର ଆସିଲେ ଲିଂଗକୁ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।ରାଜ୍ୟ ସରକାରଙ୍କ ଏକ ବଡ଼ ଭାଗ ଏବେ ଏହି ଯୋଜନାରେ ଲାଭ ନେଇ ପାରିବେ । ଏହାକୁ ନେଇ ଆଜି ପାଇଁ ଓଡ଼ିଶାବାସୀଙ୍କ ଏକ ଖୁସିର ‌ଦିନ ।ବିଶେଷ କରି ରାଜ୍ୟ ବାହାରେ ରହୁଥିବା ଓଡ଼ିଆଙ୍କ ପାଇଁ ଏହା ଏକ ସୁନ୍ଦର ଯୋଜନା ।ଏକ ଶକ୍ତ ଓ ସୁନ୍ଦର ସମାଜ ଗଠନ ପାଇଁ ସୁସ୍ଥ ନାଗରିକଙ୍କ ଆବଶ୍ୟକତା ରହିଛି ।ଏହି ଯୋଜନାରେ ପରିବାରର ପ୍ରତ୍ୟେକଙ୍କୁ ଏକକ କାର୍ଡ ଦିଆଯିବ ।ପରିବାର‌ପିଛା ୫ ଲକ୍ଷ ଏବଂ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଚିକିତ୍ସା ସହାୟତା ବ୍ୟବସ୍ଥା ଅଛି । ଆୟୁଷ୍ମାନ ବୟୋ ବନ୍ଦନା ଯୋଜନାରେ ୭୯ ବର୍ଷ କିମ୍ବା ୭୦ ବର୍ଷରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକଙ୍କୁ ମିଳିବ ପରିବାର ପିଛା ୫ ଲକ୍ଷ ଟଙ୍କା ଏବଂ ମହିଳାଙ୍କୁ ମିଳିବ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ।ଏହି ଯୋଜନାରେ ରାଜ୍ୟର ୧.୦୩ କୋଟିରୁ ଉର୍ଦ୍ଧ୍ବ ପରିବାର ତଥା ୩.୪୬ କୋଟି ଲୋକଙ୍କ ପାଇଁ ମାଗଣା ଚିକିତ୍ସା ରହିଛି ଯାହାକି ଗରୀଵୀ ଓଡ଼ିଆ ଲୋକେ ସ୍ବାସ୍ଥ୍ୟ ସେବାର ସହାୟତା ନେଇ ପାରିବେ ।ଦେଶର ୨୯ ରୁ ଉର୍ଦ୍ଧ୍ବ ସରକାରୀ ଏବଂ ପଞ୍ଜିକୃତ ଘରୋଇ ଚିକିତ୍ସାଳୟର ଚିକିତ୍ସା ସୁବିଧା ନେଇ ପାରିବେ ହିତାଧିକାରୀ ।ଆଜିର ବର୍ଣ୍ଣାଢ଼୍ୟ ପରିବେଶରେ ଆୟୁଷ୍ମାନ ଯୋଜନାର ଜନ ସଚେତନତା ରଥକୁ ସବୁଜ ପତାକା ହଲାଇ ଶୁଭାରମ୍ଭ କରିଥିଲେ ରାଇରଙ୍ଗପୁର ବିଧାୟକ ଜଲେନ ନାଏକ । ତାଙ୍କ ସହିତ ଉପସ୍ଥିତ ଥିଲେ ରାଇରଙ୍ଗପୁର ଏସଡିଏମଓ ଡାକ୍ତର ରବୀନ୍ଦ୍ର ନାଥ ମାର୍ଣ୍ଡୀ, ରାଇରଙ୍ଗପୁର ପୌରାଧ୍ଯକ୍ଷ ଅଭିଶେକ ପଟନାୟକ, ଏସଡିପିଓ ଗୋକୁଳାନନ୍ଦ ସାହୁ , ରାଇରଙ୍ଗପୁର ପୌରାଧିକାରୀଣୀ ଶକୁନ୍ତଳା ହାଁସଦା, ସିଡିପିଓ, କାଉନସିଲର ବୃନ୍ଦ,ଡାକ୍ତର ବୃନ୍ଦ,ଆଶା କର୍ମୀ, ଅଙ୍ଗନବାଡ଼ି କର୍ମଚାରୀ ।ବିଧାୟକ ଜଲେନ ନାଏକ କହିଥିଲେ ଓଡ଼ିଶାରେ କାହାରିକୁ ଅର୍ଥ ଅଭାବ ପାଇଁ ଚିକିତ୍ସା ଅଭାବରେ ମରିବାକୁ ଦିଆଯିବ ନାହିଁ । ଓଡ଼ିଶାରରେ ଡବଲ ଇଞ୍ଜିନ ସରକାର ଲୋକଙ୍କ ପାଇଁ ପ୍ରତିଶ୍ରୁତିବଦ୍ଧ ଓ ସମର୍ପିତ । ତେଣୁ ଲୋକମାନେ ଆୟୁଷ୍ମାନ ଯୋଜନାରେ ଯଥା ଶିଘ୍ର ପଞ୍ଜିକୃତ କରି ଲାଭାନ୍ବିତ ହେବା ପାଇଁ ପରାମର୍ଶ ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ସ୍ଵୟଂ ସହାୟିକା ଗୋଷ୍ଠୀ ର ସଂସ୍ଥାମାନେ ଯୋଗ ଦେଇଥିଲେ । ଆଜିର ଶୁଭାରମ୍ଭ ରେ ୨୫ ଜଣ ହିତାଧିକାରୀଙ୍କୁ ବିଧାୟକ ଆୟୁଷ୍ମାନ କାର୍ଡ ବଣ୍ଟନ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ କୁମାର ବିଶ୍ଵାଳ ମସିହା ନିଉଜ

Related posts

ତେଲେଙ୍ଗାନା ରେ ଦାଦନ ଶ୍ରମିକ ମୃତ୍ୟୁ ଘଟଣା,ଗାଁରେ ପହଞ୍ଚିଲା…. ଶବ ବଇନା ଟଙ୍କା ପାଇଁ ବନ୍ଧାପଡିଛନ୍ତି ବୃଦ୍ଧ

masiha

ଖପରlଡିହି ଓ ଛତିଶଗଡ ଧୂମାଭଟା ଠାରେ ତେଲନଦୀରେ ପୋଲ ନିର୍ମାଣ କରିବା ନେଇ ଲୋକଙ୍କ ଦାବି

Sunil Chandra Nayak

ସମ୍ବିଧାନ ପ୍ରଣେତା ଡ଼ଃ ବି.ଆର.ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳିତ 

masiha

Leave a Comment

error: Content is protected !!