ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଝରିଗାଁ ବ୍ଲକରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା,ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ ଆୟୁଷ୍ମାନ ଵୟୋ ବନ୍ଦନା ଯୋଜନାର ଶୁଭାରମ୍ଭ

ଝରିଗାଁ ବ୍ଲକରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା,ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ ଆୟୁଷ୍ମାନ ଵୟୋ ବନ୍ଦନା ଯୋଜନାର ଶୁଭାରମ୍ଭ

ନବରଙ୍ଗପୁର:(ତା – ୧୧/୪/୨୫)(ରବି ନାରାୟଣ ମହାନ୍ତି)- ଓଡ଼ିଶା ରାଜ୍ୟବାସୀଙ୍କ ହିତ ଉଦ୍ଦେଶ୍ୟରେ ଆଜି କେନ୍ଦ୍ରମନ୍ତ୍ରୀ ଜେ ପି ନଡ୍ଡା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ ଆୟୁଷ୍ମାନ ଵୟୋ ବନ୍ଦନା ଯୋଜନା ରେ ଶୁଭାରମ୍ଭ କଟକ ବାଲିଯାତ୍ରା ପଡ଼ିଆରେ କରିଛନ୍ତି। ଏହି ଅବସରରେ ରାଜ୍ୟର ୧୨ ଟି ଜିଲ୍ଲା ରେ ଯୋଜନାର ଶୁଭାରମ୍ଭ ହୋଇଥିବା ବେଳେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ବେଲଗାଁ, ଧୋଡ୍ରା, କୋଦଭାଟ୍ଟା, ଚଚା ଓ ଫୁପୁଗାଁରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ ମାଗଣା ସ୍ଵାସ୍ଥ୍ୟ ସେବା ଓ ଚିକିତ୍ସା ପାଇବାକୁ ସ୍ଵାସ୍ଥ୍ୟ କାର୍ଡ ବଣ୍ଟନ ପ୍ରକିୟା ଆରମ୍ଭ ହୋଇଛି। ଓଡ଼ିଶାରେ ଥିବା ଗରୀବ ତଥା ଅତି ଗରୀବ ପରିବାର ବର୍ଗଙ୍କ ପାଇଁ ଏହି ଆରୋଗ୍ୟ ଯୋଜନାରେ ପାଞ୍ଚ ଲକ୍ଷ ଟଙ୍କା ଚିକିତ୍ସା ଜନିତ ସହାୟତା ରାଶି ହିତାଧିକାରୀ ପାଇ ପାରିବେ। ମହିଳା ହିତାଧିକାରୀଙ୍କ କ୍ଷେତ୍ରରେ ଅତିରିକ୍ତ ପାଞ୍ଚ ଲକ୍ଷ ଟଙ୍କା ଚିକିତ୍ସା ରାଶି ପ୍ରଦାନ କରାଯିବ। ସେହିପରି ପରିବାରରେ ଥିବା ୭୦ ବର୍ଷରୁ ଉର୍ଦ୍ଧ ବୟସ୍କ ବୃଦ୍ଧ ଓ ବୃଦ୍ଧା ଙ୍କ ଦେୟମୁକ୍ତ ଚିକିତ୍ସା ରାଶି ୧୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ।ପ୍ରଥମ ପର୍ଯ୍ୟାୟରେ ଝରିଗାଁ ବ୍ଲକର ବେଲଗାଁ, ଚଚା , ଧୋଡ୍ରା, କୋଦଭଟ୍ଟା, ଫୁପୂଗାଁ ଆଦି ପାଞ୍ଚୋଟି ସ୍ଥାନରେ ହିତାଧିକାରୀଙ୍କ ସ୍ଵାସ୍ଥ୍ୟ ସେବା ଓ ଚିକିତ୍ସା କାର୍ଡ ବଣ୍ଟନ ପାଇଁ ବ୍ୟବସ୍ଥା କରାଯାଇଛି। ଝରିଗାଁ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଅଧୀନସ୍ଥ ସମସ୍ତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଅରବିନ୍ଦ ପଣ୍ଡାଙ୍କ ତତ୍ତ୍ଵାବଧାନରେ ହିତାଧିକାରୀଙ୍କୁ ଏ ବି ପି ଏମ ଜେ ଏ ୱାୟ ଏବଂ ଜି ଜେ ଏ ୱାୟ ର ନୂଆ ଏକକ କାର୍ଡ (ରେପ୍ଲିକଲ୍ କାର୍ଡ) ବିତରଣ କରାଯାଇଛି। ବେଲଗାଁ , ଧୋଡ୍ରା, କୋଦଭଟ୍ଟା , ଚଚା, ଓ ଫୂପୁଗାଁରେ ୧୦ ଜଣ ଲେଖାଏଁ ହିତାଧିକାରୀଙ୍କୁ ସ୍ଵାସ୍ଥ୍ୟକାର୍ଡ ବିତରଣ କରାଯାଇଛି। ଆରୋଗ୍ୟ ଯୋଜନାର ମାଗଣା ସ୍ଵାସ୍ଥ୍ୟ କାର୍ଡ ଶୁଭାରମ୍ଭ ଅବସରରେ ଝରିଗାଁ ପଞ୍ଚାୟତ ସମିତିର ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମାଝୀ,ସାଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ,ବିଧାୟକ ପ୍ରତିନିଧି ପ୍ରଫୁଲ୍ଲ କୁମାର ପ୍ରଧାନ, ଜିଲ୍ଲା ବରିଷ୍ଠ ବିଜେପି ନେତା ତଥା ଚଚା ଜୋନର ମଣ୍ଡଳ ସଭାପତି ମହେଶ୍ୱର ତିୱାରୀ, ଚଚା ଜୋନର ସାଧାରଣ ସମ୍ପାଦକ ପ୍ରତାପ ଦୁରିଆ, ସମସ୍ତ ଜିଲ୍ଲା ପରିଷଦ ,ସମସ୍ତ ସରପଞ୍ଚ ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ମଧୁସୂଦନ ମାଝୀ,ତହସିଲଦାର ସୁମନ୍ତ ପାତ୍ର, ଆଇଆଇସି ପ୍ରଦୀପ କୁମାର ଶବର,ବ୍ଲକ ଶିକ୍ଷାଧିକାରୀ ଜଗନ୍ନାଥ ଧରୁଆ,ଏ ଇ ବିନୀତ ମିଶ୍ର,ଆର ଡ଼ବ୍ଲୁ ଏସ ଏସ ଯନ୍ତ୍ରୀ ଲିଙ୍ଗରାଜ ବାଘ୍, ଡ଼ବ୍ଲ୍ୟୁ ଇ ଓ ଅମିତ୍ କୁମାର ନାୟକ ,ସି ଡ଼ି ପି ଓ ବିରୋଜା ମୋହିନୀ ପାଙ୍ଗି, ଜି ପି ଓ ଇଞ୍ଚାର୍ଜ୍ ରମେଶ ଚନ୍ଦ୍ର ହରିଜନ,ଅଗ୍ନିଶମ ବିଭାଗ ଅଧିକାରୀ ଭୋଳାନାଥ ମାଝୀଙ୍କ ସମେତ ଗଣମାଧ୍ୟମ ପ୍ରତିନିଧିମାନେ ବିଭିନ୍ନ ସ୍ଥାନର କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିଉଜ୍

Related posts

ଡାବୁଗାଁ ଗୁରୁକୃପା ପବ୍ଲିକ ସ୍କୁଲ ରେ ଉତ୍କଳ ଦିବସ ପାଳିତ 

Sunil Chandra Nayak

ଵହଳଦା ତହସିଲ ଠାରୁ ଅଗ୍ନିଶମ କାର୍ଯ୍ୟାଳୟ ରାସ୍ତା ମରଣଯନ୍ତା ; ମରାମତି ପାଇଁ ଗ୍ରାମବାସୀଙ୍କ ଦାବି 

masiha

୨୦୨୫-୨୬ କେନ୍ଦ୍ର ବଜେଟରୁ ଓଡିଶାକୁ ସିଂହଭାଗ ଲାଭ ମିଳିବ : ମନ୍ତ୍ରୀ ସୁରେଶ ପୂଜାରୀ

masiha

Leave a Comment

error: Content is protected !!