ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ସାହିତ୍ୟ ପରିଷଦ କୋଷାଗୁମୁଡ଼ା ବ୍ଳକର ସ୍ଵନକ୍ଷତ୍ର ଉତ୍ସବ ୨୦୨୫ 

ଉତ୍କଳ ସାହିତ୍ୟ ପରିଷଦ କୋଷାଗୁମୁଡ଼ା ବ୍ଳକର ସ୍ଵନକ୍ଷତ୍ର ଉତ୍ସବ ୨୦୨୫ 

ନବରଙ୍ଗପୁର :(୧୩.୪.୨୫ )(ରବି ନାରାୟଣ ମହାନ୍ତି)ଉତ୍କଳ ସାହିତ୍ୟ ପରିଷଦ କୋଷାଗୁମୁଡ଼ା ନବରଙ୍ଗପୁରର ସ୍ଵନକ୍ଷତ୍ର ଉତ୍ସବ ୨୦୨୫ ଏବଂ ଶ୍ରୀ ତୁଳସୀ ପତ୍ରିକା ର ଶୁଭ ଉନ୍ମୋଚନ ର ଏକ ଜିଲ୍ଲା ସ୍ତରୀୟ ସାରସ୍ଵତ ସମାରୋହ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ସାହିତ୍ୟିକ କୈଳାଶ ଚନ୍ଦ୍ର ନାୟକ ସଭାପତିତ୍ବ କରିଥିବା ବେଳେ ବରେଣ୍ୟ ଅତିଥିଭାବେ ସାହିତ୍ୟିକ ପ୍ରଫୁଲ୍ଲ କୁମାର ରାଉତ, ସମ୍ମାନୀତ ଅତିଥି ଭାବେ ଶିକ୍ଷାବିତ ପବିତ୍ର କୁମାର ହାଲଦାର, ବିଜୟ କୁମାର ପଟ୍ଟନାୟକ, ସାହିତ୍ୟିକ ଜଗଦୀଶ ଚନ୍ଦ୍ର ତ୍ରିପାଠୀ, ବିଜୟ କୁମାର ଚୌଧୁରୀ, ଓଡିଶା ରାଜସ୍ୱ ଅମଲା ସଂଘର ରାଜ୍ଯ ସଭାପତି ତ୍ରିପତି ବାଲାଜୀ ସାହୁ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସାରସ୍ୱତ ସ୍ରଷ୍ଟା ସ୍ବରଚିତ କବିତା ଗୁଡିକ ପାଠ କରିଥିଲେ l ଏହି କବିତା ପାଠ କାର୍ଯ୍ୟକ୍ରମକୁ ସାହିତ୍ୟିକ ଶୁଭେନ୍ଦୁ କୁମାର ଦାସ ଏବଂ ଶ୍ରୀମତୀ ସ୍ଵର୍ଣ୍ଣଲତା ପଟ୍ଟନାୟକ ସଂଯୋଜନା କରିଥିଲେ l ଏହି କାର୍ଯ୍ୟକ୍ରମରେ ମୁଖ୍ଯବକ୍ତା ଭାବେ ଶ୍ରୀମତୀ ଅମିତା ରାୟ ଯୋଗଦେଇ ସମାଜ ପରିବର୍ତ୍ତନରେ ସାହିତ୍ୟ ର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ l ଏହି ପରିପ୍ରେକ୍ଷୀରେ କବୟତ୍ରୀ ବାସନ୍ତୀ ଲତା ଜେନାଙ୍କ ରଚିତ କବିତା ସଙ୍କଳନ “ସ୍ମୃତି ଜହ୍ନ ” ଏବଂ ଉତ୍କଳ ସାହିତ୍ୟ ପରିଷଦ କୋଷାଗୁମୁଡ଼ାର ସପ୍ତଦଶ ସଂସ୍କରଣ “ଶ୍ରୀ ତୁଳସୀ” ପତ୍ରିକା ର ଶୁଭ ଉନ୍ମୋଚନ ହୋଇଥିଲା l ସେହିଭଳି ଦ୍ଵିତୀୟ ପର୍ଯ୍ୟାୟ ଅଧିବେଶନରେ ‘ଆମ ଭାଷା ଓ ଆମ ଅସ୍ମିତା’ ବିଷୟରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା l ଏହି ଅଧିବେଶନରେ ବରେଣ୍ୟ ସାହିତ୍ୟିକ ରମେଶ ଚନ୍ଦ୍ର ପଟ୍ଟନାୟକ ସଭାପତିତ୍ଵ କରିଥିଲେ ଏବଂ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାହିତ୍ୟିକ ନାରାୟଣ ପଣ୍ଡା, ମୁଖ୍ୟବକ୍ତା ଭାବେ ବରିଷ୍ଠ ସାହିତ୍ୟିକ ବଲ୍ଳଭ ରାଉତ ଉପସ୍ଥିତ ଥିଲେ l ବରେଣ୍ୟ ଅତିଥିଭାବେ କୋଷାଗୁମୁଡ଼ା ପଞ୍ଚାୟତ ସମିତି ର ଉପାଧ୍ୟକ୍ଷ ଯୋଗେନ୍ଦ୍ର ସ୍ୱାଇଁ, ସାହିତ୍ୟିକ ଦୁର୍ଗା ପାଢୀ ଉପସ୍ଥିତ ଥିଲେ l ପୁରା କାର୍ଯ୍ୟକ୍ରମରେ ସାମିଲ ଥିବା ସମସ୍ତ ସାରସ୍ୱତ ସ୍ରଷ୍ଟା ଙ୍କୁ ବରିଷ୍ଠ ସାହିତ୍ୟିକ ତଥା ଶ୍ରୀ ତୁଳସୀ ପତ୍ରିକାର ସମ୍ପାଦକ ସହଦେବ ପରିଡା ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ l କାର୍ଯ୍ୟକ୍ରମଟିକୁ ସଂଯୋଜନା କରିଥିଲେ ସାହିତ୍ୟିକ ସାଗର କୁମାର ପରିଡା, ଅତିଥି ପରିଚୟ ପ୍ରଦାନ କରିଥିଲେ l ସନ୍ତୋଷ କୁମାର ସାହୁ ଏବଂ ସମାଜସେବୀ ନାଟ୍ୟକାର କୈଳାଶ ଚନ୍ଦ୍ର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମଟିକୁ ଆନ୍ତରିକତା ସହ ସହଯୋଗ କରିଥିଲେ ସରକାରୀ ଉନ୍ନିତ ନୋଡାଲ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ପାଭୋଲା l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

 

Related posts

ପି.ଏମ.ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ନବରଙ୍ଗପୁର ଠାରେ ବିଶ୍ବ ପରିବେଶ ଦିବସ ପାଳିତ 

masiha

୭୪ ତମ ସାଧାରଣତନ୍ତ୍ର ଦିବସ ପାଳନ 

Sunil Chandra Nayak

ସୁବର୍ଣ୍ଣରେଖା ପରିସରରେ ପବିତ୍ର ଓଡ଼ିଆ ନବବର୍ଷ ଦିବସ,ପଣା ସଂକ୍ରାନ୍ତି ପାଳିତ 

masiha

Leave a Comment

error: Content is protected !!