ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ନୂତନ ଆମ୍ବୁଲାନ୍ସ ସେବା ଶୁଭାରମ୍ଭ 

ବନ୍ଧୁଗାଁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ନୂତନ ଆମ୍ବୁଲାନ୍ସ ସେବା ଶୁଭାରମ୍ଭ 

ବନ୍ଧୁଗାଁ ତା ୧୮/୪/୨୫ ଗତ କାଲି କୋରାପୁଟ ଜିଲ୍ଲାରୁ ନାଲୋକ ପାରିପାର୍ଶିକ ଉନ୍ନୟନ ପାଣ୍ଠି ସହାୟତାରେ ବନ୍ଧୁଗାଁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆମ୍ବୁଲାନ୍ସ ପହଞ୍ଚି ଥିଲା। ଆଜି ମଧ୍ୟାହ୍ନ ସମୟରେ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଇନଚାର୍ଜ ଡ଼ ରଶ୍ମି ରଞ୍ଜନ ସାମଲ ଦ୍ୱାରା ଶୁଭାରମ୍ଭ କରାଯାଇଛି। ବନ୍ଧୁଗାଁ ବ୍ଲକ ଆନ୍ଧ୍ର ସୀମାନ୍ତ ଅଞ୍ଚଳକୁ ଲାଗି ୧୩ ଟି ପଞ୍ଚାୟତ ରହିଛି, ଅନେକ ଲୋକ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସି ଅଧିକ ଚିକିତ୍ସା ପାଇଁ ନିକଟସ୍ଥ ଆନ୍ଧ୍ର ର ପାର୍ବତୀପୁରମ , ବିଜୟନଗର ଓ ବିଶାଖାପାଟଣା ମେଡ଼ିକାଲକୁ ଯାଇ ଅଧିକ ଚିକିତ୍ସା ପାଇଁ ଯାଇଥାନ୍ତି। ଏଥିପାଇଁ ଅଧିକାଂଶ ସମୟରେ ଲୋକେ ଯାତାୟାତ ବାବଦକୁ ଗାଡ଼ି ଭଡ଼ା ନିମନ୍ତେ ଅନେକ ଅସୁବିଧାର ସମ୍ମୁଖୀନ ହେବା ସହ ହଇରାଣ ହରକତ ହେବାକୁ ପଡୁଛି। ମେଡିକାଲରେ ଆସି ମାଆ ମାନେ ପ୍ରସୂତି ହେବା ପରେ ନିଜ ଘରକୁ ଯିବା ପାଇଁ ଅଟୋ ଗାଡ଼ି ଭଡ଼ା କରି ଯାଉଥିବା ସମସ୍ୟା ରହିଥିଲା। ଆଜି ଏହି ଆମ୍ବୁଲାନ୍ସ ମେଡିକାଲ ଠାରେ ପହଞ୍ଚି ଶୁଭାରମ୍ଭ ହେବା ପରେ ବ୍ଲକ ସମସ୍ତ ଜନସାଧାରଣ ଖୁସି ବ୍ୟକ୍ତ କରିବା ସହିତ ଜିଲ୍ଲାପାଳଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇଛନ୍ତି। ଏହା ଦ୍ୱାରା ଉପାନ୍ତ ବ୍ଲକର ଅନେକ ଲୋକ ବହୁତ ଉପକୃତ ହୋଇପାରିବେ।

 ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର

Related posts

ବୈଶାଖୀ ସାହିତ୍ଯ ସଂସଦର ମେହେର ଜୟନ୍ତୀ

Sunil Chandra Nayak

ସାମ୍ବାଦିକ ସଂଘ ଓ ବନବିଭାଗ ପକ୍ଷରୁ ବୃକ୍ଷରୋପଣ:ଯୋଗ ଦେଲେ ସାଂସଦ, ବନ ଖଣ୍ଡ ଅଧିକାରୀ ଓ ବନାଞ୍ଚଳ ଅଧିକାରୀ 

masiha

କୋଏଲ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ର ବାର୍ଷିକୋତ୍ସବ ଅନୁଷ୍ଠିତ 

masiha

Leave a Comment

error: Content is protected !!