ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁର ତରଙ୍ଗ ର ମାସିକ ଓଡ଼ିଆ ଓ ହିନ୍ଦୀ ସଂଗୀତ କାର୍ଯ୍ୟକ୍ରମ 

ସୁର ତରଙ୍ଗ ର ମାସିକ ଓଡ଼ିଆ ଓ ହିନ୍ଦୀ ସଂଗୀତ କାର୍ଯ୍ୟକ୍ରମ 

ରାଉରକେଲା: ଇସ୍ପାତ ସହରର ଅଗ୍ରଣୀ କ୍ରୀଡା, ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ‘ସେୟାର’ର ସଙ୍ଗୀତ ଶାଖା ‘ସୁର ତରଙ୍ଗ’ ଆନୁକୂଲ୍ୟରେ ରାଉରକେଲା କ୍ଲବ ଠାରେ ଅନୁଷ୍ଠିତ ମାସିକ ସଙ୍ଗୀତ କାର୍ଯ୍ୟକ୍ରମରେ ଓଡ଼ିଆ ଓ ହିନ୍ଦୀ ସଂଗୀତ ପରିବେଷଣ କରାଯାଇଥିଲା । ସୁର ତରଙ୍ଗର ନୂତନ ସଭ୍ୟ ଅନିରୁଦ୍ଧ ସାହୁ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ମିନାକ୍ଷୀ ମହାରଣା ଓ ଲିନା ସେନାପତି କଣ୍ଠରୁ ମାଆଙ୍କ ବନ୍ଦନା ‘ସିଂହ ବାହିନୀ’ ଭଜନ ପରିବେଷଣ ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପ୍ରଥମେ ହିନ୍ଦୀ ସିନେମା ଜଗତର ପ୍ରତିଷ୍ଠିତ ସିନେ ତାରକା ସ୍ବର୍ଗତ ମନୋଜ କୁମାରଙ୍କ ବିୟୋଗରେ ଏକ ମିନିଟ ନୀରବ ପ୍ରାର୍ଥନା ସହ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା l ପରେ ପରେ ମିନାକ୍ଷୀ ମହାରଣା ଜଗନ୍ନାଥଙ୍କ ଭଜନ ରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା l ବହୁ ଚିରସବୁଜ ଓଡ଼ିଆ ଓ ହିନ୍ଦୀ ଚଳଚ୍ଚିତ୍ର ସଙ୍ଗୀତର ପରିବେଷଣ ଶ୍ରୋତାଙ୍କ ମନକୁ ବେଶ ଛୁଇଁଥିଲା ଏବଂ କାର୍ଯ୍ୟକ୍ରମ ଶେଷ ପର୍ଯ୍ୟନ୍ତ ଦର୍ଶକଙ୍କୁ ବାନ୍ଧିରଖିଥିଲା। କାର୍ଯ୍ୟକ୍ରମରେ ଇତି ପଟ୍ଟନାୟକ, ଅନିରୁଦ୍ଧ ସାହୁ,ବସନ୍ତ ସ୍ୱାଇଁ, ଜଗନ୍ନାଥ ସାହୁ, ଦିଲ୍ଲୀପ ପରିଡା, ମୀନାକ୍ଷୀ ମହାରଣା, ଡକ୍ଟର ସତ୍ୟନାରାୟଣ ମିଶ୍ର, ମନୋଜ ମହାନ୍ତ,ଲିନା ସେନାପତି,ରୀନା ପଟ୍ଟନାୟକ,ବନୋଜ ଦାସ ,ମନୋଜ୍ ସାହା,ନିବେଦିତା ବେହେରା,ଶୁଭସ୍ମିତl ଦାସ ଅନେକ ଶୃତିମଧୁର ଗୀତ ପରିବେଷଣ କରିଥିଲେ। 

 କାର୍ଯ୍ୟକ୍ରମ ପ୍ରାରମ୍ଭରେ ସୁର ତରଙ୍ଗ ଅନୁଷ୍ଠାନର ପ୍ରତିଷ୍ଠାତା ଦିଲୀପ ପରିଡା ଡକ୍ଟର ସତ୍ୟନାରାୟଣ ମିଶ୍ର ଓ ଜଗନ୍ନାଥ ସାହୁ ନୂତନ ସଦସ୍ୟ ଅନିରୁଦ୍ଧ ସାହୁ, ନିବେଦିତା ବେହେରା, ଶୁଭସ୍ମିତl ଦାସ କୁ ସ୍ବାଗତ ଜଣାଇଥିଲେ। ରାଉରକେଲାର ଜଣାଶୁଣା ଉଦଘୋଷକ ଅନିଲ ମଲ୍ଲିକ ତାଙ୍କର ଚିରାଚରିତ ସୁମଧୁର ମଞ୍ଚ ସଞ୍ଚାଳନ କରି କାର୍ଯ୍ୟକ୍ରମକୁ ଅଧିକ ଆକର୍ଷଣୀୟ କରିଥିଲେ। ତାଙ୍କୁ ଏଥିରେ ଡକ୍ଟର ସତ୍ୟନାରାୟଣ ମିଶ୍ର ମଞ୍ଚ ସଞ୍ଚାଳନାରେ ସହଯୋଗ କରିଥଲେ। ଅନୁଷ୍ଠାନର ସଂସ୍ଥାପକ ଶ୍ରୀ ପରିଡା ସମସ୍ତ କର୍ମକର୍ତାଙ୍କୁ ସ୍ୱାଗତ ଜଣାଇବା ସହିତ ଅନୁଷ୍ଠାନର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଶେଷରେ କାର୍ଯ୍ୟକ୍ରମ ସଂଯୋଜକ ଡକ୍ଟର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କୁମାର ମ୍ୟୁଜିକ ପକ୍ଷରୁ ମହମ୍ମଦ ରଫି ମେଲୋଡି ଅନୁଷ୍ଠିତ

Sunil Chandra Nayak

ଗୁରୁ ଭକ୍ତ ସମ୍ମିଳନୀ ଅଧିବାସ ରେ ପ୍ରେମଚାର୍ଯ୍ୟଙ୍କ ଶ୍ରୀ ବିଗ୍ରହ ପରିକ୍ରମା କଲା

Sunil Chandra Nayak

ଭାଇବ୍ରାଣ୍ଟ ର ପ୍ରତିଷ୍ଠା ଦିବସ 

Leave a Comment

error: Content is protected !!