ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢେପାଗୁଡ଼ା ଗାଁ ନିକଟରେ ଥିବା ଅଧପନ୍ତରିଆ ବ୍ରିଜ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ପାଇଁ ବିଡିଓ ଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ 

ଢେପାଗୁଡ଼ା ଗାଁ ନିକଟରେ ଥିବା ଅଧପନ୍ତରିଆ ବ୍ରିଜ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ପାଇଁ ବିଡିଓ ଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ 

ରାୟଗଡ଼ା /କଲ୍ୟାଣସିଂହପୁର :-ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ୍ ବୁଡାଗୁଡା ପଞ୍ଚାୟତର ଢେପାଗୁଡ଼ା ଗ୍ରାମ ନିକଟସ୍ତ ବଡ଼ ନାଳ ଠାରେ ନିର୍ମାଣାଧୀନ ବ୍ରିଜ କାର୍ଯ୍ୟ ସରୁ ନ ଥିବାରୁ ଲୋକ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। କିଣା ବିକା କାମ ହେଉ କି ପିଲା ଙ୍କୁ ସ୍କୁଲ୍ ଯିବା ହେଉ ଜରୁରୀ ସମୟରେ ଏଇ ବାଟ ଦେଇ ସିକରପାଇ ଯିବାକୁ ପାଖ ପଡୁଥିବାରୁ ଦୀର୍ଘ୍ ଦିନ ଧରି ଏଠାରେ ଏକ ବ୍ରିଜ ନିର୍ମାଣ ପାଇଁ ଅଞ୍ଚଳ ବାସି ଦାବୀ କରି ଆସୁଥିଲେ ଶେଷରେ ବ୍ରିଜ ନିର୍ମାଣ ହେଲା କିନ୍ତୁ ଦୁଇ ତିନି ବର୍ଷ ପୂର୍ବରୁ ଆରମ୍ଭ ହେଇଥିବା ଏହି ବ୍ରିଜ କାମ ଏଯାଏଁ ସରିନାହିଁ। ଲୋକେ ନିଜ ହାତରୁ ଟଙ୍କା ଉଠାଇ ମାଟି ସାହାଯ୍ୟରେ ଅସ୍ଥାୟୀ ବାଟ କରି ଯିବା ଆସିବା କରୁଛନ୍ତି କିନ୍ତୁ ବର୍ଷା ଦିନ ଆସିଲେ ଏହା ଭାଙ୍ଗି ଯାଉ ଥିବାରୁ ଲୋକେ ନା ନା ଅସୁବିଧାରେ ସମ୍ମୁଖିନ ହେଉଛନ୍ତି ବୋଲି କହିଛନ୍ତି। ଏହା ସହ ବ୍ରିଜ ନିକଟରେ ଥିବା ସୂଚନା ଫଳକରେ ପ୍ରଥମେ ନଅ ଲକ୍ଷ ଏବଂ କିଛି ଦିନ ପରେ ଏହାକୁ ଲିଭାଇ ପୁଣି ୫ ଲକ୍ଷ ଟଙ୍କା ଲେଖିଥିବା ଦେଖି ଗାଁ ଲୋକ ବି ଚଳିତ ହୋଇ ପଡ଼ିଛନ୍ତି। ଗତ ଦିନ ରେ ଏ ବ୍ରିଜ କରେଇ ଦେବାକୁ କହି କିଛି ରାଜନୈତିକ ଦଳ କେବଳ ଭୋଟ ହାତେଇ ଛନ୍ତି କିନ୍ତୁ କାମ ସରିବାର ନା ନାହିଁ ତେଣୁ ଗ୍ରାମ ବାସି ବାଧ୍ୟ ହୋଇ ସ୍ବେଛାସେବୀ ସଂଗଠନ ସେବାସେନା କର୍ମକର୍ତା ଙ୍କ ସହ ମିଶି ନେଇ ସ୍ଥାନୀୟ ଗୋଷ୍ଟୀ ଉନ୍ନୟନ ଅଧିକାରୀ ଙ୍କୁ ଭେଟି ଜିଲ୍ଲାପାଳଙ୍କୁ ଏହି ବ୍ରିଜ କାମ ତଦାରଖ କରି ସମ୍ପୂର୍ଣ୍ଣ କରିବାକୁ ଦାବୀପତ୍ର ପ୍ରଦାନ କରିଛନ୍ତି । ଏହି ଦାବୀପତ୍ରକୁ ଗୋଷ୍ଟି ଉନ୍ନୟନ ଅଧିକାରୀ ଶ୍ରୀମତୀ ମନୀଷା ଦାସ ଗ୍ରହଣ କରିବା ସହ ଏହି ସମ୍ପର୍କୀତ ବିଭାଗ ସହ ଯୋଗାଯୋଗ କରିବାକୁ କହିଥିଲେ ଏଵଂ ଏହି ଦାବୀପତ୍ର କୁ ଜିଲ୍ଲାପାଳ ଙ୍କୁ ନିକଟକୁ ପଠାଇ ଦିଆଯିବ ବୋଲି ସେ କହିଥିଲେ। ଏହି ସମୟରେ ଢେପାଗୁଡ଼ା ଗ୍ରାମର ସୂର୍ଯ୍ୟ ନାରାୟଣ କାଣ୍ଟୁ, ରାଙ୍ଗାମ୍ ଦୋରା ମୋହନ, ରାଙ୍ଗାମ୍ ଦୋରା ଆଦିନାରାୟଣ ଏବଂ ଅନ୍ୟମାନେ ଉପସ୍ଥିତ ରହିଥିଲେ। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କାଳୀକୃଷ୍ଣ ସଂଘର ନୂଆଁଖାଇ ଭେଟଘାଟ , ନୂଆଁଖାଇ ଭେଟଘାଟଏକତାର ସୁତ୍ରରେ ସମସ୍ତଙ୍କୁ ବାନ୍ଧିଥାଏ ଓ ଜୁହାର ନମ୍ରତା , ଶିଷ୍ଟାଚାର ଶିକ୍ଷା ପ୍ରଦାନ କରିଥାଏ

masiha

ଘସିଏନ ପଦ୍ମାଦେବୀ ପବ୍ଲିକ ସ୍କୁଲ ପରିସରରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର 

masiha

କାଳୀକୃଷ୍ଣ ସଂଘର ମହାବିଷ୍ଣୁ ଯଜ୍ଞ ପାଇଁ ଭୂମିପୂଜନ

masiha

Leave a Comment

error: Content is protected !!