ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେଡି ଛାଡି ବିଜେପିରେ ମିଶିଲେ ଭଣ୍ଡାରୀଗୁଡା ସମିତି ସଭ୍ୟ 

ବିଜେଡି ଛାଡି ବିଜେପିରେ ମିଶିଲେ ଭଣ୍ଡାରୀଗୁଡା ସମିତି ସଭ୍ୟ 

ନବରଙ୍ଗପୁର:( ୨୧/୦୪)(ରବି ନାରାୟଣ ମହାନ୍ତି)ବିଧାନସଭା ଆସନରୁ ଭୋଟ ଲଢ଼ି ନରସିଂହ ଭତରା ବିଧାୟକ ହେବା ପରେ ଝରିଗାଁ ନିର୍ବାଚନ ମଣ୍ଡଳୀରେ ଦିନକୁ ଦିନ ବିଜେପିର ଲୋକ ପ୍ରିୟତା ବଢୁଥିବା ଦେଖିବାକୁ ମିଳିଛି |ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା ଲୋକଙ୍କୁ ଆକୃଷ୍ଟ କରୁଛି |ଅନେକ ନେତା ଓ କର୍ମୀ ବିଭିନ୍ନ ଦଳ ଛାଡି ବିଜେପିରେ ସାମିଲ ହେଉଥିବା ଦେଖିବାକୁ ମିଳୁଛି |ଆଜି ଭଣ୍ଡାରୀଗୁଡା ପଂଚାୟତର ସମିତି ସଭ୍ୟ ହରି ମୋହନ ଭତରା ମଧ୍ୟ ବିଜେଡି ଛାଡି ବିଜେପିରେ ମିଶିଥିବା ସୂଚନା ମିଳିଛି |ଆଗାମୀ ଦିନରେ ତାଙ୍କର ସମସ୍ତ କର୍ମୀ ଓ ସମର୍ଥକ ମଧ୍ୟ ବିଜେପିରେ ମିଶିବା ନେଇ ସମିତି ସଭ୍ୟ ଶ୍ରୀ ଭତରା ସୂଚନା ଦେଇଛନ୍ତି |ଏହି ପରିପ୍ରେକ୍ଷୀରେ ପୂର୍ଲା ସ୍ଥିତ ବିଜେପି କାର୍ଯ୍ୟାଳୟରେ ଏକ ବୈଠକ କରି ବିଧାୟକ ନରସିଂହ ଭତରା ସମିତି ସଭ୍ୟ ହରିମୋହନଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣେଇବା ସହ ଜନ ସ୍ୱାର୍ଥକୁ ଦୃଷ୍ଟିରେ ରଖି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି |ଏହି ମିଶ୍ରଣ ପର୍ବରେ ଅନ୍ୟ ଦଳୀୟ କର୍ମୀ ଓ କର୍ମକର୍ତା ମାନଙ୍କ ମଧ୍ୟରେ ବିଧାୟକ ପ୍ରତିନିଧି ବାସନ୍ତୀ ମାଝୀ, ସଂଖ୍ୟାଲଘୁ ମୋର୍ଚା ଜିଲ୍ଲା ସଭାପତି ପବିତ୍ର ଗରଡ଼ା, ତିନି ନମ୍ବର ଜୋନର ମଣ୍ଡଳ ସଭାପତି କମଳୁ ମାଝୀ, ଈଶ୍ୱର ଭତରା, ମହାନ୍ତି ବାବୁ, ହରି ହରିଜନ, ଅଜିତ କୁମାର ବିଶୋଇଙ୍କ ସମେତ ଅନେକ କର୍ମୀ ଓ କର୍ମକର୍ତା ଉପସ୍ଥିତ ରହି ଦଳରେ ନୂତନ ଭାବେ ସାମିଲ ହୋଇଥିବା ସମିତି ସଭ୍ୟ ହରି ମୋହନଙ୍କୁ ସ୍ୱାଗତ ଜଣେଇଛନ୍ତି |

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ମଣିପୁର ଆଦିବାସୀ ଙ୍କ ପ୍ରତି ଅନ୍ୟାୟ ପ୍ରତିବାଦ ରେ କଂଗ୍ରେସ ଦଳ ତରଫରୁ ୧୦ ଦଫା ଦାବୀ ପ୍ରଦାନ

Sunil Chandra Nayak

ମୁଖ୍ୟ ମନ୍ତ୍ରୀଙ୍କ କଳାହାଣ୍ଡି ଗ୍ରସ୍ତ କୁ ନେଇ ଚଳଚଞ୍ଚଳ ଓ ପ୍ରସ୍ତୁତି ବୈଠକ

Sunil Chandra Nayak

ଗାଁ ଗାଁ ବୁଲି ସଦସ୍ୟ ସଂଗ୍ରହ କଲେ ଝରୀଗାଁ ବିଧାୟକ 

masiha

Leave a Comment

error: Content is protected !!