ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଦୁଇ ଶହ ୟୁନିଟ ଦେୟମୁକ୍ତ ବିଜୁଳି ଯୋଗାଇବା ଏବଂ ଅଘୋଷିତ ବିଜୁଳି କାଟ୍ ବିରୁଦ୍ଧରେ ଆନ୍ଦୋଳନ ପାଇଁ ଆପ୍ ର ପ୍ରସ୍ତୁତି ବୈଠକ

ଢ଼େଙ୍କାନାଳ : ଦୁଇ ଶହ ୟୁନିଟ ଦେୟମୁକ୍ତ ବିଜୁଳି ଯୋଗାଇବା, ଅଘୋଷିତ ବିଜୁଳି କାଟ୍ ଓ ଲୋ-ଭୋଲ୍ଟେଜ ବିରୁଦ୍ଧରେ ଆମ୍ ଆଦମୀ ପାର୍ଟି ଢ଼େଙ୍କାନାଳ ଶାଖା ପକ୍ଷରୁ ଆସନ୍ତା ୫ ଜୁଲାଇ ବୁଧବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ପାଇଁ ପ୍ରସ୍ତୁତି ବୈଠକ ଜିଲ୍ଲା ସଭାପତି ପଙ୍କଜ ନାୟକଙ୍କ ତତ୍ୱାବଧାନରେ ଜିଲ୍ଲା କାର୍ଯ୍ୟକାରିଣୀ ଓ ସକ୍ରିୟ ସଦସ୍ୟ ମାନଙ୍କ ସହିତ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଅନୁଷ୍ଠିତ ହେଇଯାଇଛି। ଜିଲ୍ଲା ସାଧାରଣ ସମ୍ପାଦକ ବିଷ୍ଣୁ ପ୍ରସାଦ ପଣ୍ଡା ସ୍ୱାଗତ ଭାଷଣ ଦେଇ ସଭା ପରିଚାଳନା କରିଥିଲେ। ସଭାପତି ଶ୍ରୀ ନାୟକ ସଂଗଠନକୁ ସୁଦୃଢ଼ କରିବା ପାଇଁ ଆପ୍ ରାଷ୍ଟ୍ରୀୟ ମୁଖ୍ୟ ସଚିବ ଡ଼ଃ ଶ୍ରୀ ସନ୍ଦୀପ ପାଠକଙ୍କ ସଂଦେଶ ସମସ୍ତଙ୍କୁ ଅବଗତ କରାଇବା ସହ ଆସନ୍ତା ଜୁଲାଇ ୫ ବିଜୁଳି ଆନ୍ଦୋଳନ ପାଇଁ ପ୍ରସ୍ତୁତି ଓ କାର୍ଯ୍ୟକ୍ରମର ରୂପରେଖ ବିଷୟରେ ସୂଚନା ଦେଇଥିଲେ। ସମସ୍ତ ସଦସ୍ୟ ଆସନ୍ତା ବିଜୁଳି ଆନ୍ଦୋଳନକୁ କିପରି ସଫଳ କରାଯିବ ଓ ଘରେ ଘରେ କିପରି ଏହି ଆନ୍ଦୋଳନକୁ ପହଁଚା ଯାଇପାରିବ ସେ ବିଷୟରେ ନିଜର ସୁଚିନ୍ତିତ ମତବ୍ୟକ୍ତ କରିଥିଲେ। ବର୍ତ୍ତମାନ ସାରା ଜିଲ୍ଲାବାସୀ ଅଘୋଷିତ ବିଜୁଳି କାଟ୍, ଲୋ-ଭୋଲ୍ଟେଜର ଶିକାର l ରାଜ୍ୟ ସରକାର ଓଡ଼ିଶା ବିଜୁଳି ବିଭାଗ ଟାଟା ପାୱାରକୁ ୨୫ ବର୍ଷ ପାଇଁ ବିକ୍ରି କରିବା ସହିତ ଆମ ବଜେଟରୁ ପ୍ରତ୍ୟେକ ବର୍ଷ କିଛି ଅଂଶ ମଧ୍ୟ ପ୍ରଦାନ କରୁଛନ୍ତି l ଅପର ପକ୍ଷରେ ରାଜ୍ୟ ସରକାର ଚାନ୍ଦା ଆକାରରେ କମ୍ପାନୀ ଠାରୁ ଆଦାୟ କରୁଛି l ପ୍ରକାଶ ଥାଉକି ଓଡ଼ିଶା ବିଜୁଳି ବଳକା ରାଜ୍ୟ ହୋଇଥିବା ବେଳେ ତାମିଲନାଡୁକୁ ଶସ୍ତାରେ ବିଜୁଳି ବିକ୍ରି କରୁଥିବା ବେଳେ ଓଡ଼ିଶାବାସୀଙ୍କୁ ଉଚ୍ଚ ଦରରେ ଦେୟ ଦେବାକୁ ପଡୁଛି l ଦିଲ୍ଲୀ ଓ ପଞ୍ଜାବ ପରି ଦୁଇ ଶହ ୟୁନିଟ ଦେୟ ମୁକ୍ତ ଏବଂ ଛବିଶ ଘଣ୍ଟା ବିଜୁଳି ଦାବି କରୁଛି l ଏହି ବିଜୁଳି ଆନ୍ଦୋଳନରେ ସହଯୋଗ କରିବାପାଇଁ ଜିଲ୍ଲା ଆବାହକ ଶ୍ରୀ ନାୟକ ଢ଼େଙ୍କାନାଳ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି l ଏହି ବୈଠକରେ ଜିଲ୍ଲା ଉପସଭାପତି ବିକ୍ରମ କୁମାର ରାଉତ ଓ ବିଭୁରଞ୍ଜନ ସାହୁ, ଜିଲ୍ଲା ଯୁଗ୍ମ ସମ୍ପାଦକ ବିଧୁରଞ୍ଜନ ନାୟକ, ଶଙ୍କର୍ଷଣ ଦଳାଇ ଓ ଚିନ୍ମୟ ସେନାପତି, ଜିଲ୍ଲା ଦଳିତ ମଞ୍ଚ ସଭାପତି ବିଛନ୍ଦ ନାଏକ, ଦଳିତ ମଞ୍ଚ ଉପସଭାପତି ସନାତନ ନାଏକ, ସମ୍ପାଦକ ଶୁକଦେବ ନାଏକ, ନାରୀ ନେତ୍ରୀ ନଳିନୀ ସାହୁ, ସଂଯୁକ୍ତା ମହାପାତ୍ର, ପୌରାଞ୍ଚଳ ଅଧ୍ୟକ୍ଷ ଶିବାଜୀ ମଲିକ, ଗଁଦିଆ ବ୍ଲକ ସଭାପତି ଶେଷଦେବ ବେହେରା, ସଦର ବ୍ଲକ ସଭାପତି ରାଜକୁମାର ପ୍ରଧାନ, ପର୍ଜଙ୍ଗ ବ୍ଲକ ସଭାପତି ପ୍ରକାଶ ବିଶ୍ୱାଳ, ସଦସ୍ୟ ଦ୍ବିତିକୃଷ୍ଣ ମଲିକ, ଦୀନବନ୍ଧୁ ସାହୁ ପ୍ରମୁଖ ଯୋଗ ଦେଇଥିଲେ l ଶେଷରେ ଜିଲ୍ଲା ଉପସଭାପତି ରମେଶ ଚନ୍ଦ୍ର ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ।

ଢେ଼ଙ୍କାନାଳ ସଦର ରୁ ତାପସ ଦାସ ଙ୍କ ରିପୋର୍ଟ 

Related posts

ଆଦିବାସୀ କଂଗ୍ରେସ ରାଇରଙ୍ଗପୁର ପକ୍ଷରୁ ଆଦିବାସୀ ମାନଙ୍କୁ”ବନବାସୀ ” ସମ୍ବୋଧାନ ପ୍ରତିବାଦ ରେ ଗୃହମନ୍ତ୍ରୀ ଅମିତ ସାହା ଙ୍କ ପୁତୁଳା ଦାହ କରାଯାଇଛି 

କେନ୍ଦ୍ର ଚାଉଳ ରାଜନୀତିକୁ ନେଇ କୋକସରା ବ୍ଲକ କାର୍ଯ୍ୟାଳୟ ଆଗରେ ପ୍ରତିବାଦ ଓ ଦାବିପତ୍ର ଦେଲେ ବିଜେଡି କର୍ମି

Sunil Chandra Nayak

ବିଜୁ ବାବୁଙ୍କ ୨୯ତମ ତିରୋଧାନ ଦିବସରେ ପ୍ରବାଦ ପୁରୁଷ ଦିବସ ପାଳନ କଲା ବିଜେଡି

Sunil Chandra Nayak

Leave a Comment

error: Content is protected !!