ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ମାଓ ପୋଷ୍ଟର: ପୁଣି ସ୍ଥିତି ଜାହିର କଲେ ସିପିଆଇ ମାଓବାଦୀ

କଲ୍ୟାଣସିଂହପୁର: ନିୟମଗିରି ପର୍ସ।ଲିରେ ୪ଟି ମାଓ ପୋଷ୍ଟର ମାରି ପୁଣି ବାଘୁନା ଡିଭିଜନ ସିପିଆଇ ମାଓବାଦୀ  ପୋଷ୍ଟର ମାରି ନିଜର ସ୍ଥିତି ଜାହିର କରିଥିବା ଜଣାପଡ଼ିଛି।ନିୟମଗିରିରେ ହେବାକୁ ଥିବା ପର୍ଯ୍ୟଟନ କେନ୍ଦ୍ର ବନ୍ଦ କରାଯାଉ, ଜଙ୍ଗଲ ଜମି ପାଣିକୁ ସୁରକ୍ଷା ପ୍ରଦାନ, ବେଦାନ୍ତ ଆଲୁମିନା ଦଲାଲି ବନ୍ଦ ହେଉ, ଆଦର୍ଶ ବିଦ୍ୟାଳୟ ଓ ଟିବି ଡାକ୍ତରଖାନା ପ୍ରତିଷ୍ଠା କରାଯାଉ ବୋଲି ପୋଷ୍ଟରରେ ଲେଖା ଅଛି।

ସିପିଆଇ ମାଓବାଦୀ ବାଘୁନା ଡିଭିଜନ ପକ୍ଷରୁ କୁହାଯାଇଛି, ସାଇନିଂ କଳାହାଣ୍ଡି ହେଉଛି ବେଦାନ୍ତର ଦଲାଲ ଓ ଓପିଲିପି ବେଦାନ୍ତର ଏକପ୍ରକାର ଦଲାଲ। ବେଦାନ୍ତକୁ ନିୟମଗିରି ଦେବାପାଇଁ ଲାଣ୍ଡ ବ୍ୟାଙ୍କ ଗଠନ କରି ଜଙ୍ଗଲ ଜମିକୁ ରଖିବା ପାଇଁ ସରକାର ନିର୍ଦେଶ ଦେଇଛନ୍ତି। କିନ୍ତୁ ଆଗାମୀ ଦିନରେ ବେଦାନ୍ତକୁ ଟେକି ଦେବାପାଇଁ ଯୋଜନା କରିଛନ୍ତି। ଏଥିରୁ ନିବୃତ୍ତ ରହିବାକୁ ଦାବି କରି ଆନ୍ଦୋଳନକୁ ଜୋରଦାର କରନ୍ତୁ। ଉକ୍ତ ପୋଷ୍ଟର ଗୁଡ଼ିକ ଦିକେଡିଏ ପାର୍ଶାଲି କାର୍ଯ୍ୟଳୟ ଆମ୍ବ ଗଛରେ ଓ ପାଚେରି କାନ୍ଥରେ ଲାଗିଥିବା ଦେଖିବାକୁ ମିଳିଛି।

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଭିନ୍ନକ୍ଷମ ଶିକ୍ଷକଙ୍କୁ ଆକ୍ରମଣ ମାମଲା, ଚର୍ଚ୍ଚା ରେ ପୋଲିସ ଅପରାଧୀଙ୍କୁ ସୁରକ୍ଷା ଦେଉଛି କି ?

ବିଦ୍ୟୁତ ତାର ଚୋରି ଓ ହତ୍ୟା ଘଟଣା ର ସମସ୍ତ ଅଭିଯୁକ୍ତ ନିର୍ଦୋଷରେ ଖଲାସ

Sunil Chandra Nayak

,୧- ଵହଳଦା ଥାନା !  ଆନ୍ତଃ ରାଜ୍ୟ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ ସହ ଧଳା ରଙ୍ଗର ଟୟୋଟା ଫର୍ଟୁନର କାର,କଳାରଙ୍ଗର ହୁଣ୍ଡାଇ କାର, ୧,୮୫,୭୦୦ ଟଙ୍କା ସହ ମାରଣାସ୍ତ୍ର, ଓ ଅପରାଧୀ ସାମଗ୍ରୀ ଜବତ ନେଇ ଏସପିଙ୍କ ଖବରଦାତା ସମ୍ମିଳନୀ ,୨- ଵହଳଦା ଥାନା !   କାଦୁଆଣି ବଜାରରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର

Sunil Chandra Nayak

Leave a Comment

error: Content is protected !!