ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଜ୍ରପାତରେ ୨ ଗୁରୁତର ଚାରୀ ଛେଳି ମୃତ

କାମାକ୍ଷାନଗର,(ମନିସ )22/6/23 // କାମାକ୍ଷାନଗର ଥାନା ଅନ୍ତର୍ଗତ ପଲ୍ଲୀଶାନ୍ତରାପୁର ଗ୍ରାମ ଓ ଖଟଖୁରା ଗ୍ରାମରେ ଗୁରୁବାର ଅପରାହ୍ନରେ ବଜ୍ରପାତ ଘଟିବାରୁ ୨ ଜଣ ଗୁରୁତର ଭାବେ ଆହତ ହୋଇଥିବା ବେଳେ ଚାରିଟା ଛେଳିରମୃତ୍ୟୁ ହୋଇଥିବାର ଜଣାଯାଇଛି l କାନପୁରା ପଞ୍ଚାୟତର ପଲ୍ଲୀଶାନ୍ତରାପୁର ଗ୍ରାମର ଗୁରୁବାରୀ ନାୟକ ଘରେ ଥିବା ବେଳେ ବଜ୍ରପାତ ଘଟିଥିଲା l ଫଳରେ ଗୁରୁବାରୀ ଗୁରୁତର ଭାବେ ଆହତ ହୋଇ ପଡ଼ିଥିବା ବେଳେ ରହୁଥିବା ଘର ଜଳି ଯାଇଛି l ପଡୋଶୀ ତୁରନ୍ତ ଗୁରୁବାରୀଙ୍କୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଛନ୍ତି l ସେହିପରି ବାଲିଗୋରଡ଼ ପଞ୍ଚାୟତର ଖାତଖୁରା ଗ୍ରାମର କଟାସାହିର ବିଦ୍ୟାଧର ବେହେରା ଛେଳି ଚରାଇବାକୁ ଯାଇଥିଲେ l ଏଇ ସମୟରେ ବଜ୍ରପାତ ହେବାରୁ ବିଦ୍ୟାଧର ଗୁରୁତର ହୋଇ ଥିବା ବେଳେ ତାଙ୍କର ଚାରୀ ଗୋଟି ଛେଳିଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି l ପାଖରେ ଥିବା କେତେକ ଲୋକ ବିଦ୍ୟାଧର ଙ୍କୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଛନ୍ତି l ଉଭୟଙ୍କର ଚିକିତ୍ସା ଜାରି ରହିଛି l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ମହାବିଷ୍ଣୁ ଯଜ୍ଞ ପାଇଁ କଳସଯାତ୍ରା, ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ

masiha

ଦୁଇ ଦିନିଆ ଗରିମା ଜାତୀୟ କର୍ମଶାଳା ଉଦ୍‌ଘାଟନ ‘ପ୍ରମୁଖ ପରିମଳ କାର୍ଯ୍ୟର ରୂପାନ୍ତରୀକରଣ- ସୁରକ୍ଷା, ସମ୍ମାନ ଓ ସମାବେଶନ (Transforming Core Sanitation Work- Safety, Dignity & Inclusion)

Sunil Chandra Nayak

୧- ନିଲାବାଡ଼ିରେ ବିଜେପିର ମିଶ୍ରଣ ପର୍ବ ୨୫୦ ରୁ ଅଧିକ କଂଗ୍ରେସ ଛାଡି ବିଜେପିରେ ସାମିଲ , ୨- ବାଇକ ଦୁର୍ଘଟଣା ଦୁଇଜଣ ଆହାତ 

Sunil Chandra Nayak

Leave a Comment

error: Content is protected !!