ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହାବିଷ୍ଣୁ ଯଜ୍ଞ ପାଇଁ କଳସଯାତ୍ରା, ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ

ମହାବିଷ୍ଣୁ ଯଜ୍ଞ ପାଇଁ କଳସଯାତ୍ରା, ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ

କୋକସରା,୭/୪ // ସଦଗୁରୁଦେବ ସତ୍ୟାନନ୍ଦ ସରସ୍ଵତୀ ମହାରାଜାଙ୍କ ପ୍ରତିଷ୍ଠିତ କାଳୀକୃଷ୍ଣ ସଂଘର ୪୧ତମ ବାର୍ଷିକ ଉତ୍ସବ ଚଳିତ ବର୍ଷ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ ଅନ୍ତର୍ଗତ କନ୍ଦାଗଡ ଖେଳ ପଡିଆ ଠାରେ ଅପ୍ରେଲ ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଛି। ବାର୍ଷିକୋତ୍ସବ ଅବସରରେ ନବକୁଣ୍ଡୀୟ ବିଶ୍ଵଶାନ୍ତି ମହାବିଷ୍ଣୁ ଯଜ୍ଞ, ମୁଣ୍ଡନ, କୁଣାବରୀ, ବ୍ରତ, ବିବାହ, ନିଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହେବ। ଏଥିପାଇଁ ଆଜି ଏକ ଭବ୍ୟ କଳସଯାତ୍ରା ଯଜ୍ଞ ବେଦୀରୁ ବାହାରି ସ୍ଥାନୀୟ ମୁଟରା ନଦୀରେ ବିଧିବଦ୍ଧ ପୂଜାର୍ଚ୍ଚନା ପରେ ଜଳ ଉଠାଇ ଘଣ୍ଟ ଶଙ୍ଖ କାହାଳି, ଘୁମୁରା, ସଂକୀର୍ତ୍ତନ ଦଳର ହରିନାମ ବୋଲରେ ନଗର ପରିକ୍ରମା କରାଯାଇ ଯଜ୍ଞ ସ୍ଥଳରେ ପହଞ୍ଚିଥିଲେ। ୧ହଜାର ୧ଶହ ୧୧ କଳସ ସହ ସଂକୀର୍ତ୍ତନ, ଘୁମୁରା, ଘଣ୍ଟଦଳ ସାମିଲ ହୋଇଥିଲେ। କଳସଯାତ୍ରା କାର୍ଯ୍ୟକ୍ରମରେ ସଂଘ ପ୍ରମୁଖ ଶ୍ରୀ ଜଗଦାନନ୍ଦଜୀକୁ ସ୍ବାଗତ କରାଯିବା ପରେ କଳସଯାତ୍ରା ଆରମ୍ଭ ହୋଇଥିଲା। କଳସଯାତ୍ରାକୁ ସଂଘର ବେଦବ୍ରହ୍ମା, ପ୍ରଜାପତି, ଆଚାର୍ଯ୍ୟ ପୂଜନ ପରିଚାଳନା କରିଥିଲେ। ମୁଖ୍ୟସଂଘ କାର୍ଯ୍ୟକର୍ତ୍ତା ସମେତ ବିଜେଡି ବିଧାୟକ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂଦେଓ, ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଓ ବିଜେପି ବିଧାୟକ ପ୍ରାର୍ଥୀ ସୁଧୀର ପାଟ୍ଟଯୋଷୀ ପ୍ରମୁଖ କଳସ ଯାତ୍ରା ଓ ମହାବିଷ୍ଣୁ ଯଜ୍ଞ ଉଦଘାଟନି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଆମପାଣି ପଞ୍ଚାୟତର ସମସ୍ତ ଗ୍ରାମ ଓ ପଡୋଶୀ ପଞ୍ଚାୟତର ଗ୍ରାମର ହଜାର ହଜାର ଜନ ସାଧାରଣ ଉପସ୍ଥିତ ରହି ସହଯୋଗ କରିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଡାଇରିଆ ଆତଙ୍କ, ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଅଭିଯୋଗ, ମେଡ଼ିକାଲ ଟିମର ଚିକିତ୍ସା ଜାରି

masiha

ସାମ୍ବାଦିକ ରତ୍ନ ସମ୍ମାନ ପାଇଲେ ଖ୍ୟାତିସଂପନ୍ନ ବରିଷ୍ଠ ସାମ୍ବାଦିକ ବସନ୍ତ ରଥ 

Sunil Chandra Nayak

ଜାତୀୟ ସମ୍ମିଳନୀରେ ସମ୍ବର୍ଦ୍ଧିତ ହେଲେ ୩୦ ପ୍ରତିଭା  ଭାଷା ହେଉଛି ବୈ।ଦ୍ଧିକ ବିଭବ

Sunil Chandra Nayak

Leave a Comment

error: Content is protected !!