ଉଦିତନଗର ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆସନ୍ତା ୨୭ ରୁ ୩୦…..
ରାଉରକେଲା: ଉଦିତନଗର ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆସନ୍ତା ଏପ୍ରିଲ ୨୭ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ହେବ ବୋଲି ମନ୍ଦିର ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏନେଇ ପରିଚାଳନା କମିଟି ପଞ୍ଚଦେବ କଲଚରାଲ ଟ୍ରଷ୍ଟ ପକ୍ଷରୁ ଅଧ୍ୟକ୍ଷ ଦିଲ୍ଲିପ କୁମାର କର ଓ ମ୍ୟାନେଜିଂ ଟ୍ରଷ୍ଟି ବିଜୟ କୁମାର ପ୍ରଧାନ ତଥା ଅନ୍ୟ କର୍ମକର୍ତ୍ତା ମାନେ ପ୍ରମୁଖ ଉପସ୍ଥିତ ରହି ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ ୨୭ ତାରିଖ ଦିନ ଅଙ୍କୁରାରୋପଣ ଓ ଶାଲା ପ୍ରତିଷ୍ଠା,୨୮
ତାରିଖ ଦିନ କଳସ ଶୋଭାଯାତ୍ରା ଓ ଘଟପୂଜା ଆରମ୍ଭ,୨୯ ତାରିଖ ଦିନ ସୂର୍ଯ୍ୟପୂଜା, ବିଗ୍ରହ ମାନଙ୍କ ସ୍ନାନ ଯାତ୍ରା, ଆରତୀ, କୀର୍ତ୍ତନ, ଶ୍ରୀ ଜଗନ୍ନାଥଙ୍କ କଥା ପ୍ରବଚନ, ଭଜନ ଓ ପ୍ରସାଦ ସେବନ,୩୦ ତାରିଖ ଅକ୍ଷୟ ତୃତୀଆ ଦିନ ମନ୍ଦିର ପ୍ରତିଷ୍ଠା, ଶ୍ରୀବିଗ୍ରହମାନଙ୍କ ପ୍ରତିଷ୍ଠା, ସିଂହାସନ ବିଜେ, ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ଆଶିର୍ବଚନ, ସ୍ବାମୀ ବ୍ରହ୍ମ ସାକ୍ଷାତକାର ନନ୍ଦ ସରସ୍ଵତୀଙ୍କ ଆଶିର୍ବଚନ, ୨୭ ରୁ ୩୦ ପର୍ଯ୍ୟନ୍ତ ଅବସରପ୍ରାପ୍ତ କୁଳପତି ହରେକୃଷ୍ଣ ଶତପଥୀ ଙ୍କ ଦ୍ବାରା ସ୍କନ୍ଧ ପୁରାଣ ଶ୍ରୀଜଗନ୍ନାଥ କଥାମୃତ ପ୍ରବଚନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଆଦି ପରିବେଷଣ କରାଯିବ। ସେହିପରି ୨୭ ତାରିଖ ଦିନ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମୁଖ୍ୟଅତିଥି, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ, ଏସପି ନୀତେଶ ୱାଧୱାନୀ, ଶିଳ୍ପପତି ଦିପ୍ତିରଞ୍ଜନ ପଟ୍ଟନାୟକ ସମ୍ମାନିତ ଅତିଥି,୨୮ ତାରିଖ ଦିନ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ ମୁଖ୍ୟଅତିଥି, ଜିଲ୍ଲାପାଳ ମନୋଜ ସତ୍ୟବାନ୍ ମହାଜନ, ବନାଧିକାରୀ ଯଶୋବନ୍ତ ସେଠୀ ସମ୍ମାନିତ ଅତିଥି,୨୯ ତାରିଖ ରେ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ମୁଖ୍ୟଅତିଥି,ରଘୁନାଥପାଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ ଓ ଡିଆଇଜି ବ୍ରିଜେଶ ରାଏ ସମ୍ମାନିତ ଅତିଥି,୩୦ ତାରିଖ ଦିନ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ମୁଖ୍ୟ ଅତିଥି, ସ୍ବାମୀ ବ୍ରହ୍ମ ସାକ୍ଷାତକାର ସରସ୍ଵତୀ ଓ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲିପ ରାୟ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ ବୋଲି ସୂଚନା ଦିଆଯାଇଥିଲା। ତେଣୁ ସହରବାସୀ ବହୁ ସଂଖ୍ୟାରେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀଜଗନ୍ନାଥଙ୍କ କୃପା ଲାଭ କରିବା ପାଇଁ ଅନୁଷ୍ଠାନ ତରଫରୁ ଅନୁରୋଧ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ମହେଶ୍ୱର ସ୍ବାଇଁ, ସହ ସମ୍ପାଦକ ପ୍ରଦୀପ କୁମାର ଦାସ, କୋଷାଧ୍ୟକ୍ଷ ସୂର୍ଯ୍ୟମଣି ବେହେରା, ସୁନିଲ କାୟଲ, ଓମ୍ ପ୍ରକାଶ ବାପୁଡିଆ, ବ୍ରିଜମୋହନ ଅଗ୍ରୱାଲ, ବିଜୟ ପଟ୍ଟନାୟକ, ରାଜେଶ ମହାପାତ୍ର, ମିଟୁ ବେହୁରିଆ ପ୍ରମୁଖ ମଞ୍ଚାସୀନ ଥିବା ବେଳେ ଏହି କାର୍ଯ୍ୟକ୍ରମ ପରିଚାଳନା ରେ ସମ୍ବିତ ରାଉତ, ସୈାଭାଗ୍ୟ ସାହୁ, ଜିତେନ୍ଦ୍ର ନାୟକ, ମହେନ୍ଦ୍ର ମହାନ୍ତି,ଶରତ ପଲେଇ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।
ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

